Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପ୍ରଧାନମନ୍ତ୍ରୀଙ୍କ ଅପିଲ୍‌ର ପ୍ରଭାବ, କୁମ୍ଭ ବନ୍ଦ ଘୋଷଣା କଲେ ଜୁନା ଅଖାଡାର ସ୍ଵାମୀ ଅବଧେଶାନନ୍ଦ

17/04/2021 at 8:00 PM

ହରିଦ୍ଵାର ୧୭।୦୪: ଦେଶରେ କରୋନା ସଂକ୍ରମଣ ଉଦ୍‌ବେଗଜନକ ଭାବେ ବଢିବାରେ ଲାଗିଛି। ଏହି କଠିନ ସମୟରେ ହରିଦ୍ଵାରର କୁମ୍ଭକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲ୍‌ର ପ୍ରଭାବ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା ପରେ ଶନିବାର ସନ୍ଧ୍ୟାରେ ଆଚାର୍ଯ୍ୟ ମହାମଣ୍ଡଳେଶ୍ଵର ସ୍ଵାମୀ ଅବଧେଶାନନ୍ଦ ଗିରି ଜୁନା ଅଖଡା ତରଫରୁ କୁମ୍ଭ ସମାପନ ଘୋଷଣା କରିଛନ୍ତି। ଅବଧେଶାନନ୍ଦ ଗିରି ଟ୍ଵିଟ୍ କରି କହିଛନ୍ତି, ଭାରତର ଜନତା ଓ ସେମାନଙ୍କର ଜୀବନ ରକ୍ଷା ଆମର ପ୍ରଥମ ପ୍ରାଥମିକତା। କରୋନା ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି ଆମେ ବିଦ୍ଧିବଧ କୁମ୍ଭର ସମସ୍ତ ଦେବତାଙ୍କ ବିସର୍ଜନ କରି ଦେଇଛୁ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସକାଳେ ଫୋନ କରି ଆଚାର୍ଯ୍ୟ ମହାମଣ୍ଡଳେଶ୍ଵର ସ୍ଵାମୀ ଅବଧେଶାନନ୍ଦ ଗିରିଙ୍କ ସହ କଥା ହୋଇ ସନ୍ଥଙ୍କ ଅବସ୍ଥା ପଚାରି ବୁଝିଥିଲେ। ଦୁଇଟି ଶାହି ସ୍ନାନ ସରିଥିବାରୁ ବାକି କୁମ୍ଭକୁ ପ୍ରତୀକାତ୍ମକ ଭାବେ ରଖିବାକୁ ସନ୍ଥଙ୍କୁ ଅପିଲ୍ କରିଥିଲେ। ଏଥିରେ କରୋନା ସଙ୍କଟକୁ ଏକ ଶକ୍ତି ମିଳିବ ବୋଲି ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଅପିଲ୍ ପରେ ଗୋଟିଏ ପରେ ଗୋଟିଏ ଅଖାଡା ନିଜର କୁମ୍ଭ ମେଳା ବନ୍ଦ ଘୋଷଣା କରି ଚାଲିଛନ୍ତି।

ଏହା ପୂର୍ବରୁ ମୋଟ୍ ୧୩ ଅଖାଡା ମଧ୍ୟରୁ ନିରଞ୍ଜନୀ ଅଖାଡା ଓ ଆନନ୍ଦ ଅଖାଡା କୁମ୍ଭ ମେଳା ବନ୍ଦ ରଖିବାକୁ ଘୋଷଣା କରି ସାରିଛନ୍ତି। ଦୁଇ ଅଖଡା ଏପ୍ରିଲ ୧୭ରୁ କୁମ୍ଭ ମେଳା ବନ୍ଦ ଘୋଷଣା କରିଛନ୍ତି। ବିଜେପିର  ନେତାମାନେ ଅନ୍ୟ ଅଖଡାର ପ୍ରତିନିଧିଙ୍କ ସହ ଆଲୋଚନା କରି ସେମାନଙ୍କୁ ବୁଝାଇବା ପ୍ରୟାସ ଜାରି ରଖିଛନ୍ତି ଯେ, ସେମାନେ ସ୍ଵତଃପ୍ରବୃତ ଶାହି ସ୍ନାନ ସ୍ଥଗିତ କରି କୁମ୍ଭ ସମାପ୍ତି ଘୋଷଣା କରନ୍ତୁ।

ହରିଦ୍ଵାରର ଭିନ୍ନ ଭିନ୍ନ ଅଖାଡାର ଅନେକ ସାଧୁ କରୋନା ସଂକ୍ରମିତ ହୋଇ ସାରିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଅଖାଡା ପରିଷଦର ସଭାପତି ଓ ନିରଞ୍ଜନୀ ଅଖାଡାର ମହନ୍ତ ନରେନ୍ଦ୍ର ଗିରି ମଧ୍ୟ ସାମିଲ। ମଧ୍ୟ ପ୍ରଦେଶରୁ ଆସିଥିବା ନିର୍ବାଣୀ ଅଖାଡାର ମହାମଣ୍ଡଳେଶ୍ଵର କପିଲ ଦେବଙ୍କ କରୋନା କାରଣରୁ ଏପ୍ରିଲ ୧୩ରେ ମୃତ୍ୟୁ ଘଟି ସାରିଛି।

   Related Posts