ଲକ୍‌ଡାଉନ୍‌ର ପ୍ରଭାବ: ସ୍ଵଚ୍ଛ ହେଲା ଗଙ୍ଗା ଜଳ, କମିଛି ପ୍ରଦୂଷଣର ପ୍ରଭାବ

Published By : Prameya-News7 Bureau | April 13, 2020 IST

ନୂଆଦିଲ୍ଲୀ ୧୩।୦୪: ଚୀନରୁ ସମଗ୍ର ଦୁନିଆକୁ ବ୍ୟାପିଥିବା କରୋନା ଭାଇରସ୍‌ ଏବେ ଭାରତରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଭାରତରେ କରୋନା ଭାଇରସ୍‌ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୪ରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ୨୧ ଦିନିଆ ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗୁ କରିଛନ୍ତି। ଏହି ଲକ୍‌ଡାଉନ୍‌ ପରିଣାମ ଏମିତି  ହେଲା, ଲୋକେ ଘରେ ରହିଲେ ଏବଂ କାରଖାନା ସଂପୂର୍ଣ୍ଣ ବନ୍ଦ ରହିବା କାରଣରୁ ଏବେ ବାରଣାସୀ ଓ ହରିଦ୍ଵାରରେ ପ୍ରବାହିତ ଗଙ୍ଗା ନଦୀ ପାଣିର ଗୁଣବତ୍ତାରେ ବହୁତ ସୁଧାର ଆସିଛି। ବୈଜ୍ଞାନିକ ଦୃଢତାର ସହ କହିଛନ୍ତି ଯେ, ଗଙ୍ଗାର ଜଳ ଏତେ ସ୍ଵଚ୍ଛ ହୋଇ ଯାଇଛି ଯେ, ଏହାକୁ ସିଧା ସଳଖ ପିଆଯାଇ ପାରିବ।

ନ୍ୟୁଜ୍ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ ହରିଦ୍ଵାର ଘାଟ ସଂପୂର୍ଣ୍ଣ ଭାବେ ବନ୍ଦ ହେବା କାରଣରୁ କେହି ମଧ୍ୟ ଗଙ୍ଗା ନଦୀକୁ ଗାଧୋଇବାକୁ ଆସୁ ନାହାନ୍ତି। ଲୋକେ ଗଙ୍ଗାରେ ବୁଡ ପକାଉ ନାହାନ୍ତି ଏବଂ ଅଳିଆ ଆବର୍ଜନା ନ ଫିଙ୍ଗିବା ଫଳରେ ଏବେ ଗଙ୍ଗା ଜଳ ପୂରା ସ୍ଵଚ୍ଛ ଦେଖା ଯାଉଛି। ବୈଜ୍ଞାନିକଙ୍କ ମୁତାବକ ଏବେ ଗଙ୍ଗାରେ ମାଛ ଗୁଡିକୁ ସହଜରେ ଦେଖା ଯାଇ ପାରୁଛି।

{"id":253541,"sizeSlug":"large"}

ଆଇଆଇଟି-ବିଏଚୟୁର ଜଣେ ପ୍ରଫେସର କହିଛନ୍ତି ଯେ, ଗଙ୍ଗା ପ୍ରଦୂଷଣର ବଡ ଭାଗ ଉଦ୍ୟୋଗ, ଆଖପାଖ  ହୋଟେଲ ଓ ଅନ୍ୟ ସ୍ରୋତରୁ ନିର୍ଗତ ଆବର୍ଜନା ହୋଇଥାଏ। ଏହି ସବୁ ବନ୍ଦ ହେବାରୁ ପାଣିର ଗୁଣବତ୍ତା ୪୦ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ସୁଧାର ଆସିଛି। ସେ କହିଛନ୍ତି ଯେ, ଗତ କିଛି ଦିନରେ ବର୍ଷା ହୋଇଥିବାରୁ ଗଙ୍ଗା ଜଳ ସ୍ତରର ମଧ୍ୟ ବୃଦ୍ଧି ଘଟିଛି।

{"id":253543,"width":587,"height":396,"sizeSlug":"large"}

ବୈଜ୍ଞାନିକଙ୍କ ଅନୁଯାୟୀ କେବଳ ଗଙ୍ଗା ନୁହଁ ଯମୁନା ନଦୀର ପାଣିର ଗୁଣବତ୍ତାରେ ମଧ୍ୟ ସୁଧାର ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ, ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ଫଟୋରୁ ଏହା ଅନୁମାନ କରି ପାରିବେ ଯେ, ଗଙ୍ଗା ଓ ଯମୁନା ନଦୀରେ ପାଣି କେତେ ସ୍ଵଚ୍ଛ ହୋଇଛି। ଲକ୍‌ଡାଉନ୍‌ ସହିତ ବର୍ଷା ମଧ୍ୟ ଦୁଇ ନଦୀର ଜଳ ସ୍ତରକୁ ବହୁତ ସୁଧାର  କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.