Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ପରିବାରରେ ପାରସ୍ପରିକ ସମ୍ପର୍କ ବିଗିଡି ଯାଉଛି କି? ସ୍ବାମୀ- ସ୍ତ୍ରୀ ମଧ୍ୟରେ ମତାନ୍ତର ଲାଗି ରହୁଛିକି? କରନ୍ତୁ ଏହି ଛୋଟିଆ ଉପଚାର…

27/12/2018 at 12:47 PM

ଅନେକ ସମୟରେ ବାସ୍ତୁଗତ କାରଣ ଯୋଗୁଁ ଘରେ ରହୁଥିବା ସଦସ୍ୟଙ୍କ ମଧ୍ୟରେ ଭଲ ସମ୍ପର୍କ ରହିନଥାଏ । ସବୁବେଳେ ଖିଟମିଟ ଲାଗି ରହିଥାଏ । ବିଶେଷ କରି ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ଅପେକ୍ଷା କଳି ଝଗଡା ବେଶୀ ହୋଇଥାଏ । ଯେତେ ଚେଷ୍ଟା କଲେ ମଧ୍ୟ ଜଣେ ଆଉ ଜଣଙ୍କୁ ବରଦାସ୍ତ କରିପାରିନଥାଏ । ଏହାର କାରଣ ଯାହା ହେଉ ନା କାହିଁକି ଛୋଟିଆ ପ୍ରତିକାର କଲେ ଏ ସମସ୍ୟା ସବୁ ଦିନ ପାଇଁ ଦୂର ହୋଇପାରେ । ପାରିବାରିକ ଶାନ୍ତି ହିଁ ଗୋଟିଏ ପରିବାରର ପ୍ରଗତୀର ପ୍ରତୀକ ହୋଇଥାଏ । ଯେଉଁଠି ଶାନ୍ତି ନଥାଏ, ଭଲପାଇବା ନଥାଏ ସେଠି ଲକ୍ଷ୍ମୀ ବାସ କରିନଥାନ୍ତି ବୋଲି କୁହାଯାଏ । ମଣିଷ ସବୁବେଳେ ପାରିବାରିକ ଶାନ୍ତି ଚାହିଁଥାଏ । ହେଲେ ଛୋଟିଆ ପ୍ରତିକାର ଭିତରେ ଲୁଚି ରହିଛି ପାରିବାରିକ ଶାନ୍ତି ଏହା ହୁଏତ ଅନେକ ଲୋକ ଜାଣିନଥାନ୍ତି । ଆଜି ଆପଣଙ୍କୁ ଯୁକ୍ତି ଯୁକ୍ତ କାରଣ ସହ  ଶାନ୍ତିର ସରଳ ପ୍ରତିକାରଟି କହିବୁ ।   
 ଭଗବନ ବିଷ୍ଣୁଙ୍କ ବିଭିନ୍ନ ଅବତାର ମଧ୍ୟରୁ ମତ୍ସ୍ୟ ଅବତାର ଅନ୍ୟତମ । ଏହା ବ୍ୟତୀତ ମାଛଙ୍କୁ ପୌରାଣିକ କାହାଣୀରେ ବିଶେଷ ସ୍ଥାନ ମିଳିଛି । ହିନ୍ଦୁ ଧର୍ମରେ ମାଛଙ୍କୁ ଶୁଭର ସଂକେତ ବୋଲି ବିଚାର କରାଯାଏ । ବିବାହ , ବ୍ରତ ଆଦି ମାଂଗଳିକ କାର୍ଯ୍ୟରେ ମାଛର ଭୂମିକା ରହିଥାଏ । ଏହି ମାଂଗଳିକ କାର୍ଯ୍ୟ ପାଇଁ ଘରର କାନ୍ଥରେ ମାଛର ଚିତ୍ର ମଧ୍ୟ ଦେଖିବାକୁ ମିଳିଥାଏ । ଅନ୍ୟପକ୍ଷରେ ମାଛରୁ ହିଁ ଜୀବ ଜଗତର ସୃଷ୍ଟି ବୋଲି ବିଜ୍ଞାନ କୁହେ । ସେହିଭଳି ବାସ୍ତୁ ଶାସ୍ତ୍ରରେ ମଧ୍ୟ ମାଛ ବିଶେଷ କରି ଯୋଡା ମାଛକୁ ପ୍ରାଧାନ୍ୟ ଦିଆଯାଇଛି । ଘରେ ଯୋଡା ମାଛ ରଖିବା ଦ୍ବାରା ଆନେକ ବାସ୍ତୁ ଦୋଷ ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି । ଆସନ୍ତୁ ଜାଣିବା ଯୋଡା ମାଛକୁ ଘରେ ରଖିବା ଦ୍ବାରା କଣ ଫଳ ମିଳିଥାଏ ।
 ୧. ଘରେ ଯୋଡା ମାଛ ରଖିବା ଶୁଭ । କାରଣ ଘରେ ଯୋଡା ମାଛ ରହିଲେ ଘରକୁ ସକରାତ୍ମକ ଉର୍ଜା ଆସେ।
୨. ଯୋଡାମାଛ ଘରେ ରହିଲେ ଘରୁ ନକରାତ୍ମକ ଉର୍ଜା ଦୁରେଇଥାଏ ଓ ପାରିବାରିକ ସଂର୍ପକ ମଧ୍ୟ ଭଲ ହୋଇଥାଏ।
୩. ଶାସ୍ତ୍ର ଅନୁସାରେ ଯଉଁ ଘରେ ଯୋଡା ମାଛ ରହେ ସେଇ ଘରେ ପରସ୍ପରଙ୍କ ଭିତରେ ଭଲ ପାଇବା ବଢିଥାଏ।
୪.ବାସ୍ତୁ ଶାସ୍ତ୍ର ଅନୁସାରେ ଯୋଡା ମାଛଙ୍କୁ ରଖିବାର ଦିଗ ସର୍ବଦା ସଠିକ ରଥିବା ଦରକାର।
୫. ଯୋଡାମାଛ ରଖିବା ପାଇଁ ପୂର୍ବ ଓ ଉତ୍ତର ଦିଗ ପ୍ରକୃଷ୍ଠ ହୋଇଥାଏ।
୬. ଯୋଡାମାଛ ଘରେ ରହିଲେ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ।
୭. ଯୋଡାମାଛ ଘରେ ରହିଲେ ପରିବାର ସଦସ୍ୟଙ୍କ ମାନସିକ ଶାନ୍ତି ଓ ଦକ୍ଷତା ବଢେଇଥାଏ।
୮. ଅଫିସ ଓ ଦୋକାନରେ ଯୋଡା ମାଛ ରଖିବା ଆବଶ୍ୟକ। କାରଣ ଏହା ରହିଲେ ଅଧିକ ସଫଳତା ଓ ଧନଲାଭ ପ୍ରାପ୍ତ ହାଇଥାଏ।

. ଯୋଡା ମାଛ ଘରେ ସୋଭାଗ୍ୟ ଓ ସମୃଦ୍ଧି ଆସିଥାଏ।

୧୦.ଯଉଁ ଘରେ ଯୋଡା ମାଛ ରହିଥାଏ, ସେଇ ଘରେ ବାସ କରୁଥିବା ଲୋକଙ୍କ ଭାଗ୍ୟ ଉଚ୍ଚ ହୋଇଥାଏ।

   Related Posts