ଇରାନ୍‌- ଆମେରିକା ଉତ୍ତେଜନା : ଭାରତୀୟ ସେୟାର ମାର୍କେଟ ଉପରେ ପ୍ରଭାବ

Published By : Prameya-News7 Bureau | January 08, 2020 IST

ନୂଆଦିଲ୍ଲୀ ୦୮।୦୧ - ଏତିକି ବେଳେ ଇରାନ କହିଛି ଦୁଇ ଦେଶ ମଧ୍ୟରେ ଭାରତ ଯଦି ଶାନ୍ତି ଆଲୋଚନା ଦିଗରେ ପଦକ୍ଷେପ ନିଏ ତେବେ ଇରାନ ଏହାକୁ ସ୍ବାଗତ କରିବ । ନୂଆଦିଲ୍ଲୀରେ ଇରାନ ରାଷ୍ଟ୍ରଦୂତ କହିଛନ୍ତି ଆମେ ଯୁଦ୍ଧ ଚାହୁଁନାହୁଁ ବରଂ ଶାନ୍ତି ଓ ପ୍ରଗତି ଚାହୁଁଛୁ । ସେପେଟ ଇରାନ୍‌ ଆମେରିକା ମଧ୍ୟରେ ଉତ୍ତେଜନା ଭାରତୀୟ ବଜାର ଉପରେ ପ୍ରଭାବ ପକାଇଲାଣି । ଧିରେ ଧିରେ ଏହା ଗମ୍ଭୀର ରୂପ ନେଉଛୁ। ….

{"id":208656,"sizeSlug":"large"}

ଆମେରିକା ଓ ଇରାନ୍ ମଧ୍ୟରେ ଭାରତ ମଧ୍ୟସ୍ଥତା କରିବ କି ?  କଣ ମଧ୍ୟ ପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା ଭାରତ ଚେଷ୍ଟାରେ ଥଣ୍ଡା ପଡ଼ିବ ?  ଇରାନ ରାଷ୍ଟ୍ରଦୂତ ଅଲି ଚେଗେନୀ କହିଛନ୍ତି ଯଦି ଆମେରିକା ଓ ଇରାନ୍‌ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ଭାରତ କୌଣସି ଉଦ୍ୟମ କଲେ ଇରାନ୍ ଏହାକୁ ସ୍ବାଗତ କରିବ। ଉଭୟ ଆମେରିକା ଏବଂ ଇରାନ ସହ ଭାରତର ଭଲ ସଂପର୍କ ରହିଆସିଛି । ବିଶ୍ବରେ ଶାନ୍ତି ସ୍ଥାପନା ନେଇ ଭାରତ ବି ବଡ ଭୂମିକା ନେଇ ଆସିଛି । ତେଣୁ ଏଦିଗରେ ଭାରତ ଉଦ୍ୟମ କଲେ ଏହାକୁ ସ୍ବାଗତ କରିବ ବୋଲି ଇରାନ ରାଷ୍ଟ୍ରଦୂତ କହିଛନ୍ତି । ଏକଦା ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ସେତେବେଳେ ଆଗ୍ରହୀ ଥିବା ଟ୍ରମ୍ପ ଏବେ ଇରାନ ଆମେରିକା ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ଭାରତକୁ ସମାନ ଦୃଷ୍ଟିରେ ଦେଖିବେ କି ନାହିଁ ତାହା ସ୍ପଷ୍ଟ ହୋଇନି।

{"id":208657,"sizeSlug":"large"}

ଇରାନ୍‌-ଆମେରିକା ମଧ୍ୟରେ ଯୁଦ୍ଧ ହେଲେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢିବା ସହ ଆର୍ଥିକ ଦୃଷ୍ଟିରୁ ଭାରତ, ଚୀନ ଓ ଅନ୍ୟାନ୍ୟ ଦେଶ ପ୍ରଭାବିତ ହେଲେଣି । ଭାରତ ୮୦ ପ୍ରତିଶତ ତେଲ ଆମଦାନୀ କରେ । ସେଥିରେ ଇରାନରୁ ବଡ଼ ଅଂଶ ଆମଦାନୀ ହୁଏ। ଯୁଦ୍ଧ ହେଲେ ଇରାନରୁ ତୈଳ ଆମଦାନୀ ବନ୍ଦ ହେବାର ଆଶଙ୍କା ରହିଛି । ଏମିତି ବି ଦୁଇ ଦେଶରେ ଉତ୍ତେଜନା ଯୋଗୁଁ ଭାରତରେ ତୈଳଦର ବୃଦ୍ଧି ପାଇଲାଣି । ଆଉ ଏପଟେ ଏହାର ସିଧାସଳଖ ପ୍ରଭାବ ପଡିଛି ଷ୍ଟକ ମାର୍କେଟ୍‌ରେ । ଆଜି ଷ୍ଟକ ମାର୍କେଟ୍‌ରେ ବିଏସ୍‌ଇ ସେନସେକ୍ସ ୫୨ ପଏଣ୍ଟ ଖସିଛି । ଏନ୍‌ଏସ୍‌ଇ ନିଫଟି ପାଖାପାଖି ୨୮ ପଏଣ୍ଟ କମିଛି । ଏସିଆର ଜାପାନ, ସାଉଥ କୋରିଆ, ହଂକଂକ୍‌ ସେୟାରେ ମାର୍କେଟ୍‌ରେ ବି ପ୍ରଭାବିତ ହୋଇଛି । ଦେଶରେ ସୁନା ଦର ୪ ଦିନରେ ୨ ହଜାର ଟଙ୍କା ବଢିଲାଣି ।

{"id":208658,"sizeSlug":"large"}

ପୂରା ବିଶ୍ବ ଏବେ ଚିନ୍ତିତ। ଭାରତ ସମେତ ବିଭିନ୍ନ ଦେଶ ନିଜ ନିଜ ନାଗରିକଙ୍କୁ ଇରାକ୍ ଓ ଇରାନ୍‌ ନଯିବା ପାଇଁ ପରାମର୍ଶ ଦେଇଛନ୍ତି । କୌଣସି ଜରୁରୀ କାମ ନଥିଲେ ମଧ୍ୟପ୍ରାଚ୍ୟକୁ ନଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.