ମଦ ପିଉଛନ୍ତି କି ? ମଦ ପିଇବାର ୨୪ ଘଣ୍ଟା ମଧ୍ୟରେ ଶରୀରରେ ଏହାର କ'ଣ କ'ଣ ପ୍ରଭାବ ପଡିଥାଏ ଜାଣନ୍ତୁ

Published By : Prameya-News7 Bureau | December 28, 2018 IST

ଭୁବନେଶ୍ୱର ୨୮/୧୨ : ମଦ ପିଇବା ଶରୀର ପକ୍ଷେ ଅତ୍ୟନ୍ତ ହାନିକାରକ | ଆଉ ଏ କଥା ଯେଉଁମାନେ ମଦ ପିଉଛନ୍ତି ସେମାନେ ମଧ୍ୟ ଜାଣିଛନ୍ତି ।  ଯେଉଁମାନେ ପିଉନାହାନ୍ତି ସେମାନେ ମଧ୍ୟ ଜାଣିଛନ୍ତି | ମଦ ପିଇଲେ ନିଶା ହୁଏ ବୋଲି ମଧ୍ୟ ସମସ୍ତେ ଜାଣିଥାନ୍ତି | ତେବେ ମଦ ଶରୀରର କ'ଣ କ'ଣ କ୍ଷତି ଘଟାଇଥାଏ ଆସନ୍ତୁ ଜାଣିବା :

{"id":68052,"width":592,"height":351}

ମଦ ପିଇବାର କିଛି ସେକେଣ୍ଡ ଭିତରେ ହିଁ ଆଲକୋହଲ ଶରୀର ମଧ୍ୟକୁ ଯାଇ ରକ୍ତରେ ମିଶିଥାଏ | ରକ୍ତ ମିଶିବା ଫଳରେ ଆଲକୋହଲ ମସ୍ତିସ୍କ ସହ ଶରୀରର ସବୁ ଅଂଶକୁ ପହଁଚିଯାଇଥାଏ | ମଦ ପିଇବାର ୧୦ ରୁ ୧୫ ମିନିଟ ପରେ ରକ୍ତରେ ମିଶିଥିବା ଆଲକହଲ ବିଷରେ ପରିଣତ ହୋଇଯାଇଥାଏ | ତେବେ ଶରୀର ଏହି ବିଷରୁ ମୁକ୍ତି ପାଇବା ପାଇଁ ଚାହିଁନଥାଏ | ଆଉ ଶରୀରରୁ ବାହାରକୁ ବାହାରିବା ପାଇଁ ଉପାୟ ଖୋଜିଥାଏ | ଯାହାଫଳରେ ଆଲକହଲ ଶରୀରରେ ହାଇଡ୍ରୋଜେନଜ ନାମକ ଏଞ୍ଜାଇମ ସୃଷ୍ଟି କରିଥାଏ | ଏହି ଏଞ୍ଜାଇମ ମଦକୁ ଏସିଡ ଏଲଡିହାଇଡ଼ ସହ ଅନ୍ୟ ରାସାୟନିକ ପଦାର୍ଥରେ ପରିଣତ କରିଥାଏ | ଏହାପରେ ଏହାକୁ ଏସିଟିକ ଏସିଡ ଏବଂ ଫେଟି ଏସିଡ ଏବଂ ପାଣିରେ ପରିଣତ କରିଥାଏ | ତେବେ ମଦ ପିଇବାର ମଧ୍ୟ ଏକ ସୀମା ରହିଛି | ଯେତିକି ପିଇଲେ ଆପଣ ହଜମ କରିପାରିବେ ସେତିକି ପିଇବା କଥା | କାରଣ ଲିଭରର ମଧ୍ୟ ଏକ ହଜମ କରିବା କ୍ଷମତା ରହିଛି | କ୍ଷମତା ଠାରୁ ଅଧିକ ମଦ ପିଇଲେ ମଣିଷର ଲିଭର ନଷ୍ଟ ହୋଇଯାଇଥାଏ ଏବଂ ସେ ମୃତ୍ୟୁ ମୁଖରେ ପଡିଥାଏ |

{"id":68053,"width":586,"height":347}

 ମଦ ପିଇବାର ୨୦ ମିନିଟ ପରେ ମଣିଷ ନିଜେ ଅନୁଭବ କରିପାରେ ମଦ ତାର କାମ କରିବା ଆରମ୍ଭ କରିଦେଇଛି | ଏହାପରେ ମଦ ମଣିଷର ମସ୍ତିସ୍କକୁ ଆକ୍ରମଣ କରିଥାଏ | ମୁଣ୍ଡ କାମ କରିବା ବନ୍ଦ କରିଦେଇଥାଏ | ଯାହାଫଳରେ ମଣିଷର ଭାବନାରେ ପରିବର୍ତ୍ତନ ଦେଖା ଦେଇଥାଏ |

{"id":68054,"width":588,"height":441}

ମଦ ପିଇବାର ୪୫ ମିନିଟରୁ ୫୦ ମିନିଟ ସମୟ ମଧ୍ୟରେ ଆଲକୋହଲର ସ୍ଥର ଚରମ ସୀମାରେ ପହଂଚିଥାଏ | ଘଂଟାଟେ ପରେ ପରିସ୍ରା ଲାଗିଥାଏ | କାରଣ ଅଧିକ ମଦ ପିଏଲ ପରିସ୍ରା ମଧ୍ୟ ଅଧିକ ଲାଗିଥାଏ |

{"id":68055}

ମଦ ପିଇବାର ୧୨ ରୁ ୨୪ ଘଣ୍ଟା ପରେ ନିଦରୁ ଉଠିବା ପରେ ଶରୀରରେ ଶୁଷ୍କତା ପରିଲକ୍ଷିତ ହୁଏ | ଏହାଫଳରେ ମୁଣ୍ଡ ବିନ୍ଧିବା, ମୁଣ୍ଡ ବୁଲେଇବା, ବିଚଳିତ ଲାଗିବ ଭଳି ଅନୁଭୂତ ହୋଇଥାଏ | ଏହାପରେ ଧୀରେ ଧୀରେ ନିଶା ଉତୁରି ଯାଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.