Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

୧୮ ତାରିଖରୁ ବିଛା ରାଶିରେ ବୁଧଗ୍ରହ ବକ୍ରି ହୋଇଛନ୍ତି : ଜାଣନ୍ତୁ ଆପଣଙ୍କ ରାଶି ଉପରେ କଣ ରହିଛି ପ୍ରଭାବ

20/11/2018 at 1:06 PM

ଭୁବନେଶ୍ୱର ୨୦/୧୧ : ସାଧାରଣତଃ ସମସ୍ତଙ୍କ ଧରନା ରହିଛି ଯେ, କୌଣସି ଗ୍ରହ ବକ୍ରି ହେଲେ ଅଶୁଭ ଫଳ ପ୍ରଦାନ କରିଥାନ୍ତି | ତେବେ ବାସ୍ତବରେ ସେମିତି ହୋଇନଥାଏ | ବକ୍ରି ଗ୍ରହ ମଧ୍ୟ କାହା କାହା ଜୀବନରେ ସୁଖ, ସମୃଦ୍ଧି ଭରିଦେବା ସହ ଶୂନରେ ଥିବା ଲୋକଙ୍କୁ ଶିଖରରେ ପହଞ୍ଚାଇପାରେ | କହିବାକୁ ଗଲେ ଜନ୍ମ କୁଣ୍ଡଳୀରେ ଥିବା ଗ୍ରହଙ୍କ ସ୍ଥିତି ଓ ପରିବର୍ତ୍ତନକୁ ବିଚାରକୁ ନେଇ ଶୁଭାଶୁଭ ଫଳ ନିର୍ଣ୍ଣୟ କରାଯାଇଥାଏ | ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଗ୍ରହ ମଣ୍ଡଳରେ ଗୋଚରରେ ବିଛା ରାଶିରେ ଥିବା ବୁଧ ମହାଗ୍ରହ ଗତ ୧୮ ତାରିଖରୁ ବକ୍ରି ହୋଇଛନ୍ତି | ବୁଧ ବକ୍ରି ହେବା ଦ୍ୱାରା ଭିନ୍ନ ଭିନ୍ନ ରାଶି ଉପରେ ଏହାର ଭିନ୍ନ ଭିନ୍ନ ପ୍ରଭାବ ପଡ଼ିବାକୁ ଯାଉଛି | ୧୨ଟି ରାଶି ଉପରେ ବୁଧ ବକ୍ରି ହେବାର କଣ ଫଳ ମିଳିବ ଆସନ୍ତୁ ପକାଇବା ଏକ ନଜର :

ମେଷ : ବୁଧ ମହାଗ୍ରହ ଅବସ୍ଥାନ କରିଥିବାରୁ ମେଷ ରାଶି ଜାତ ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ମନ ସମ୍ମାନ, ସ୍ତ୍ରୀ ପକ୍ଷରୁ ଲାଭ ପ୍ରଦାନ କରୁଥିଲେ | ତେବେ ୧୮ ତାରିଖରୁ ବୁଧ ବକ୍ରି ହେବାପରେ କମ୍ପ୍ୟୁଟର ଏବଂ ଫାର୍ମାସିଷ୍ଟ ଲାଇନରେ କାମ କରୁଥିବା ଲୋକଙ୍କ ଭାଗ୍ୟ ଆହୁରି ଚମକିବ | ମେଷ ରାଶି ବ୍ୟକ୍ତିଙ୍କୁ ଅଚାନକ ଏବଂ ଅପ୍ରତ୍ୟାଶିତ ଭାବେ ଧନ ଲାଭର ଯୋଗ ମଧ୍ୟ ରହିଛି | ଯଦି ଏହି ରାଶିରେ ଜାତ ବ୍ୟକ୍ତିଙ୍କ ବିବାହରେ ପ୍ରତିବନ୍ଧକ ଲାଗି ରହିଥାଏ ତାହେଲେ ଏବେ ତା’ର ସମାଧାନ ହେବାର ସମୟ ଆସିଗଲା ବୋଲି ବିଚାର କରିବାକୁ ହେବ |

ବୃଷ : ବୁଧଙ୍କ ବିଛା ରାଶିରେ ଅବସ୍ଥାନ କାରଣରୁ ବୃଷ ରାଶି ଜାତ ବ୍ୟକ୍ତିଙ୍କୁ ପତ୍ନୀଙ୍କ ଅଙ୍କଠୁ ସହଯୋଗ ପ୍ରାପ୍ତି ହେବାସହ ବାଣିଜ୍ୟ ଏବଂ ବ୍ୟବସାୟରେ ଆଖି ଦୃଶିଆ ସଫଳତା ପ୍ରାପ୍ତି ହେଉଥିଲା | ତେବେ, ବର୍ତ୍ତମାନ ବୁଧ ବକ୍ରି ହୋଇଯିବ ଯୋଗୁଁ ଏହି ରାଶିରେ ଜାତ ବ୍ୟକ୍ତିଙ୍କ ଧନ ହାନୀ ହେବା ଆଶଙ୍କା ସୃଷ୍ଟି ହୋଇଛି | ଏହି ସମୟରେ ଆପଣଙ୍କୁ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ ହେବ | ପୁଞ୍ଜି ନିବେଶ ବେଳେ ଶହେ ଥର ଭାବିବାକୁ ହେବ |

ମିଥୁନ : ବୁଧ ଗୋଚରରେ ବିଛା ରାଶିରେ ଅବସ୍ଥାନ କରୁଥିବାରୁ ମିଥୁନ ରାଶି ଜାତ ବ୍ୟକ୍ତିଙ୍କୁ ତାଙ୍କ ପରିଶ୍ରମର ଫଳ ପ୍ରାପ୍ତି ହେଉନଥିଲା | ତେବେ ୧୮ ତାରିଖରୁ ବୁଧ ବକ୍ରି ହେବାଯୋଗୁଁ ମିଥୁନ ରାଶି ପାଇଁ ଭଲ ସମୟ ଆସିଲା ବୋଲି କୁହାଯାଇପାରେ | ମିଥୁନ ରାଶି ବ୍ୟକ୍ତିଙ୍କୁ ସେମାନଙ୍କ ପରିଶ୍ରମର ଫଳ ମିଳିବ ଏବଂ ବ୍ୟବସାୟରେ ମଧ୍ୟ ପ୍ରଚୁର ଲାଭ ହେବ |

କର୍କଟ : ଆଜି ପର୍ଯ୍ୟନ୍ତ କର୍କଟ ରାଶି ବ୍ୟକ୍ତିଙ୍କ ଅର୍ଥ କେବଳ ସନ୍ତାନଙ୍କ ପାଇଁ ବ୍ୟୟ ହେଉଥିଲା | ବୁଧ ବକ୍ରି ହେବା ଯୋଗୁଁ ଏବେ ସାଙ୍ଗସାଥି, ବାହନ, ମନୋରଞ୍ଜନ ଆଦି କ୍ଷେତ୍ରରେ ମଧ୍ୟ ବ୍ୟୟ ହେବ | ବୁଧଙ୍କ ବକ୍ରି ଅବସ୍ଥାରେ କର୍କଟ ରାଶି ଜାତ ବ୍ୟକ୍ତିଙ୍କର ତାଙ୍କ ମା’ଙ୍କ ସହ ମତାନ୍ତର ହେବାର ଆଶଙ୍କା ରହିଛି |

ସିଂହ : ବୁଧଙ୍କ ଅବସ୍ଥାନ ଯୋଗୁଁ ସିଂହ ରାଶି ଜାତ ବ୍ୟକ୍ତିଙ୍କ ଲାଗି ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ୧୮ ତାରିଖ ପର୍ଯ୍ୟନ୍ତ ସବୁ ଠିକଠାକ ଚାଲିଥିଲା | କିନ୍ତୁ ୧୮ ତାରିଖରୁ ବୁଧ ବକ୍ରି ହେବାଯୋଗୁଁ ଫଳ ପ୍ରଦାନ ପରିବର୍ତ୍ତନ ହୋଇଛି | ସିଂହ ରାଶି ଜାତକ ବ୍ୟକ୍ତିଙ୍କ ଭାଗ୍ୟ ଆଶ୍ଚର୍ଯ୍ୟ ଜନକ ଭାବେ ବଦଳିଯିବାର ସମ୍ଭାବନା ରହିଛି | ଚାକିରୀ, ବ୍ୟବସାୟ ଓ ବାଣିଜ୍ୟରୁ ଲାଭ ଦ୍ଵିଗୁଣ ହେବାର ଯୋଗ ସୃଷ୍ଟି ହୋଇଛି | 

କନ୍ୟା : କନ୍ୟା ରାଶି ବ୍ୟକ୍ତିଙ୍କୁ ତାଙ୍କ ବନ୍ଧୁ ପରିଜନଙ୍କ ଠାରୁ ୧୮ ତାରିଖ ଯାଏଁ ମିଳୁଥିବା ସହଯୋଗରେ ଆହୁରି ଉନ୍ନତି ଘଟିବ | ମିତ୍ର ଓ ପରିଜନଙ୍କ ମାଧ୍ୟମରେ ଆପଣ ସମସ୍ତ ପ୍ରକାର ଭୌତିକ ସୁଖ ପ୍ରାପ୍ତ ହେବେ | ଭାଇ ବା ଭଉଣୀଙ୍କ ସହ ରହିଥିବା ମନାନ୍ତର ଦୂର ହେବ | ପାରସ୍ପରିକ ସ୍ନେହ  ସୌହାର୍ଦ୍ଧ୍ୟା ବୃଦ୍ଧି ଘଟିବ |

ତୁଳା : ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ତୁଳା ରାଶି ଜାତ ବ୍ୟକ୍ତି ଆର୍ଥିକ ଅନଟନର ସମ୍ମୁଖୀନ ହେଉଥିଲେ | ବିଭିନ୍ନ ସମସ୍ୟା ସହ ଲଢ଼ିବା ପାଇଁ ବହୁ ଧାର କରଜ କରିବାକୁ ପଡିଥିଲା | ଏବେ ଆହୁରି ସତର୍କତାର ସହ ଆଗକୁ ବଢିବାର ଆବଶ୍ୟକତା ରହିଛି | ଅଯଥା ଖର୍ଚ୍ଚରୁ ନିଜକୁ ଦୁରେଇ ରଖନ୍ତୁ | ଟଙ୍କା, ପଇସା ଆଦି କ୍ଷେତ୍ରରେ ଶହେ ଥର ଚିନ୍ତା କରି ବ୍ୟୟ କରିବାକୁ ହେବ | ଅନ୍ୟଥା ବଡ ଧରଣର କ୍ଷତିର ସମ୍ମୁଖୀନ ହେବାକୁ ପଡିବ |

ବିଛା : ବିଛା ରାଶିରେ ବୁଧଙ୍କ ଅବସ୍ଥାନ ଯୋଗୁଁ ବିଛା ରାଶି ଜାତ ବ୍ୟକ୍ତି ଏହି ସମୟ ମଧ୍ୟରେ ଅତ୍ୟନ୍ତ ସମସ୍ୟାରେ ରହିଥିବେ | ଶତ୍ରୁମାନେ ବହୁ ଅସୁବିଧା ସୃଷ୍ଟି କରିଥିବେ | ଏହି ସ୍ଥିତି ବର୍ତ୍ତମାନ ଆହୁରି ଖରାପ ଆଡକୁ ଗତି କରିବ | ତେଣୁ ଶତ୍ରୁମାନଙ୍କୁ ସାବଧାନ ହୋଇ ଚାଲିବାକୁ ପଡିବ | ବୁଧଙ୍କ ବକ୍ରି ସମୟକୁ ଧର୍ଯ୍ୟର ସହ ସମ୍ମୁଖୀନ ହେବାକୁ ପଡିବ | ଆଗକୁ ଆପଣଙ୍କ ଲାଗି ଅତି ଭଲ ସମୟ ଆସୁଛି |

ଧନୁ : ବୁଧଙ୍କ ସ୍ଥିତି ଧନୁ ରାଶି ଜାତ ବ୍ୟକ୍ତିଙ୍କ ପାଇଁ ବ୍ୟବସାୟ ଏବଂ ଚାକିରୀ କ୍ଷେତ୍ରରେ ବିଭିନ୍ନ ସମସ୍ୟା ସୃଷ୍ଟି କରି ଆସୁଥିଲା | ତେବେ ବୁଧ ବକ୍ରି ହେବା ଫଳରେ ଧନୁ ରାଶି ଜାତ ବ୍ୟକ୍ତିଙ୍କ ପାଇଁ ସ୍ଥିତିରେ ପରିବର୍ତ୍ତନ ହେବ ଏବଂ ଶୁଭା ଫଳ ପ୍ରାପ୍ତି ହେବ | ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ ପ୍ରଭୃତ୍ୱ, ଯଶ ଓ ଖ୍ୟାତିସହ ଧନ ଲାଭ ମଧ୍ୟ ହେବ | ଧନୁ ରାଶି ଜାତ ବ୍ୟକ୍ତିଙ୍କୁ ଏହି ସମୟରେ ସନ୍ତାନ ମାନଙ୍କଠାରୁ ଶୁଭା ଖବର ପ୍ରାପ୍ତ ହେବ |

ମକର : ନଭେମ୍ବର ୧୮ ତାରିଖ ଯାଇଁ ମକର ରାଶି ଜାତ ବ୍ୟକ୍ତିଙ୍କ ପାଇଁ ବୁଧ ଅତ୍ୟନ୍ତ ଶୁଭାଫଳ ପ୍ରଦାନ କରିଆସୁଥିଲେ | ବୁଧ ବକ୍ରି ହେବାଯୋଗୁଁ ଶୁଭାଫଳ ଆହୁରି ବୃଦ୍ଧି ଘଟିବ | ଏହି ରାଶି ଜାତ ବ୍ୟକ୍ତିଙ୍କୁ ସରକାରଙ୍କ ତରଫରୁ ମନ ସମ୍ମାନ ପ୍ରାପ୍ତି ହେବାର ଯୋଗ ରହିଛି |

କୁମ୍ଭ : କୁମ୍ଭ ରାଶି ଜାତ ବ୍ୟକ୍ତିଙ୍କୁ ବୁଧ ଅଦ୍ୟାବଧି ଯେଉଁ ଶୁଭଫଳ ପ୍ରଦାନ କରିଆସୁଥିଲେ, ବକ୍ରି ହେବାପରେ ଏହି ଫଳ ଦ୍ବିଗୁଣିତ ହେବାର ଯୋଗ ରହିଛି | ଏହି ସମୟରେ ଆପଣଙ୍କୁ ପଦୋନ୍ନତି ମିଳିପାରେ | ବୁଧ ବକ୍ରି ହେବା କୁମ୍ଭ ରାଶି ପାଇଁ ଅତ୍ୟନ୍ତ ଶୁଭପ୍ରଦ |

ମୀନ : ବିଛା ରାଶିରେ ବୁଧଙ୍କ ଅବସ୍ଥାନ ମୀନ ରାଶିକୁ ଭଲ ଫଳ ପ୍ରଦାନ କରୁନଥିଲା | ବକ୍ରି ହେବା ଯୋଗୁଁ ମଧ୍ୟ ମୀନ ରାଶି ଉପରେ ବୁଧଙ୍କର ନକାରାତ୍ମକ ପ୍ରଭାବ ଜାରି ରହିବ | ଏହି ସମୟରେ ମୀନ ରାଶି ଜାତ ବ୍ୟକ୍ତି ଧର୍ଯ୍ୟର ସହ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ | ଏହି ସମୟରେ ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ହେବ |

   Related Posts