Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଶବକୁ ବଞ୍ଚାଇବା ପାଇଁ ଝଡାଫୁଙ୍କା କଲେ ପରିବାରଲୋକେ

24/01/2019 at 11:24 AM

ବାଲେଶ୍ୱର ୨୪/୧ : ଅନ୍ଧବିଶ୍ୱାସଏଅ ଅନ୍ଧ ଗଳିରେ ଚାଲୁଚି ମଣିଷ | ମୃତ ବ୍ୟକ୍ତିକୁ ବଞ୍ଚାଇବା ପାଇଁ କରୁଛି ଝଡାଫୁଙ୍କା | ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ସାଉଁଳି ଗାଁରେ | ଗାଁର ଜାନୁ ସୋରେନ ନାମକ ଜଣଙ୍କର ମୃତ୍ୟୁ ହୋଇଯାଇଛି | ଗତ ୧୯ ତାରିଖରେ ଜାନୁ ସୋରେନ କାମରୁ ଫେରୁଥିବାବେଳେ ତାଙ୍କର ଦୁର୍ଘଟଣା ହୋଇଥିଲା | ଜାନୁ ମିସ୍ତ୍ରୀ ଭାବେ କାମ କରନ୍ତି | କାମରୁ ଘରକୁ ଫେରୁଥିବାବେଳେ ଏକ ବାଇକ ତାଙ୍କୁ ଧକା ଦେଇଥିଲା | ବାଇକ ଧକ୍କା ଦେବା ଫଳରେ ଜାନୁଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା | ଗୁରୁତର ଜାନୁଙ୍କୁ ପ୍ରଥମେ ସୋରୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା |

ପରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ସେଠାରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନହେବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲ ନେଇଯିବାକୁ ଘରଲାକଙ୍କୁ କହିଥିଲେ | କିନ୍ତୁ ଆବଶ୍ୟକୀୟ ଅର୍ଥ ନଥିବାରୁ ଘରଲୋକେ ତାଙ୍କୁ କଟକ ନନେଇ ଘରକୁ ନେଇଯାଇଥିଲେ | ଗାଁରେ ସେମାନେ ଏକ ଗୁଣିଆକୁ ଡାକି ଝଡାଫୁଙ୍କା କରିଥିଲେ | ଜାନୁଙ୍କର ଗ୍ରହ ଦୋଷ ଥିବା ଗୁଣିଆ କହିଥିଲା | ଗୁଣିଆ ଦୁଇ ଦିନ ଧରି ଜାନୁଙ୍କର ଝଡାଫୁଙ୍କା କରିଥିଲା | କିନ୍ତୁ ଦୁଇ ଦିନ ପରେ ଜାନୁଙ୍କର ମୃତ୍ୟୁ ହୋଇଯାଇଥିଲା | ମୃତ୍ୟୁ ପରେ ମଧ୍ୟ ସରିନଥିଲା ଘରଲୋକଙ୍କ ଝଡାଫୁଙ୍କା | ମୃତ୍ୟୁ ପରେ ଜାନୁଙ୍କ ଶବକୁ ମଧ୍ୟ ଝଡାଫୁଙ୍କା କରିଥିଲା ଗୁଣିଆ |


ତେବେ ଏଠାରେ ପ୍ରଶ୍ନ ଉଠୁଛି ଏଭଳି ବିଜ୍ଞାନର ଦୁନିଆରେ, ବିଜ୍ଞାନ ଏତେ ଉନ୍ନତି କରିବା ପରେ ମଧ୍ୟ ଲୋକେ କିଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେଉଛନ୍ତି |

   Related Posts