Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବଲିଉଡ୍ ଡ୍ରଗ୍ସ ମାମଲା: ସାଢ଼େ ପାଞ୍ଚ ଘଂଟା ମାରାଥନ୍ ଜେରାରେ ଦୀପିକା ତିନି ଥର କାନ୍ଦିଲେ, ଜାଣନ୍ତୁ କାହିଁକି ହାତ ଯୋଡିଲେ ଏନସିବି ଅଧିକାରୀ

27/09/2020 at 11:39 AM

ନୂଆଦିଲ୍ଲୀ ୧୭/୦୯: ଡ୍ରଗ୍ସ ମାମଲାରେ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ଗତକାଲି ଦୀପିକାଙ୍କୁ ଜେରା କରିଥିଲା। ଦୀପିକାଙ୍କୁ କାଲି ପ୍ରାୟ ସାଢ଼େ ୫ ଘଣ୍ଟା ମାରାଥନ ଜେରା କରାଯାଇ ଥିଲା। ଏହା ସହ ତାଙ୍କ ମୋବାଇଲ ମଧ୍ୟ ଛଡ଼ାଇ ନେଇଥିଲେ ଏନସିବି ଅଧିକାରୀ। ତେବେ  ଏ ସବୁ ମଧ୍ୟରେ ଗୋଟିଏ ଚମକାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ସୂତ୍ର ଅନୁସାରେ ଦୀପିକା ପାଦୁକୋନଙ୍କୁ ଜେରା ବେ​ଳେ ତିନି ଥର କାନ୍ଦି ଥିଲେ। ପ୍ରଶ୍ନ ପଚରାଯିବାରୁ ଅଭିନେତ୍ରୀଙ୍କ ଆଖିରେ ଲୁହ ଆସିଥିଲା।

ଏନସିବି ଦୀପିକାଙ୍କୁ ଜେରା କରୁଥିବା ବେଳେ ଦୀପିକାଙ୍କର ତିନିଥର ବ୍ରେକ ଡାଉନ ହୋଇଥିଲା। ଅର୍ଥାତ୍ ସେ କାନ୍ଦିଥିଲେ। ତାଙ୍କ କାନ୍ଦ ଦେଖି ଏନସିବି ଅଧିକାରୀ ତାଙ୍କୁ ଇମୋସନାଲ ଭାବନା ଦେଖାଇବା ବନ୍ଦ କରିବାକୁ କହିଥିଲେ। ଏତିକି ନୁହେଁ, ଏନସିବି ଅଧିକାରୀ ତାଙ୍କୁ ହାତ ଯୋଡି ନ କାନ୍ଦିବାକୁ କହିବା ସହ ସତ କହିବାକୁ ଅନୁରୋଧ କରିଥିଲେ। ଏହା ସହ ତାଙ୍କୁ କୁହାଗଲା ସତ କହିବା ହିଁ ଆପଣଙ୍କ ପାଇଁ ଭଲ।

କାରଣ ଏନସିବି ଦୀପିକାଙ୍କ ମୋବାଇଲ ଜବତ କରିଥିବାରୁ ତଦନ୍ତ ମଧ୍ୟ ସେହି ଅନୁସାରେ ଆଗକୁ ବଢ଼ିବ। ଏବେ ତାଙ୍କ ଫୋନ ହିଁ କହିବ ତାଙ୍କର ଡ୍ରଗ୍ସ ପେଡଲରଙ୍କ ସହ ସମ୍ବନ୍ଧ ରହିଛି କି ନାହିଁ। ଅବଶ୍ୟ ପଚରାଉଚରା ବେଳେ ଡ୍ରଗ୍ସ ନେଉ ନ ଥିବା ସେ ମନା କରିଛନ୍ତି। ଏଣୁ ଦୀପିକାଙ୍କ ମୋବାଇଲ ଆଧାରରେ ତାଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ନିଷ୍ପତି ନିଆଯିବ କହିଛି ଏନସିବି।

ତେବେ ସାଢ଼େ ପାଞ୍ଚ ଘଂଟା ଜେରାରେ ତାଙ୍କୁ ସୁଶାନ୍ତ କି ରିୟା ସହ ସମ୍ବନ୍ଧିତ କୌଣସି କଥା ପଚରାଯାଇ ନ ଥିଲା। ଏନସିବିର ସମସ୍ତ ଫୋକସ ଥିଲା କରିସ୍ମା ଓ ତାଙ୍କର ଡ୍ରଗ୍ସ ଚାଟ୍ ଉପରେ। ଅବଶ୍ୟ ଡ୍ରଗ୍ସ ବାବଦରେ କରିସ୍ମାଙ୍କ ସହ ଚାଟ୍ କରିଥିବା କଥାକୁ ସେ ସ୍ବୀକାର କରିଛନ୍ତି। ଏହା ସହ ଦୀପିକା କୌଣସି ସନ୍ତୋଷଜନକୁ ଉତ୍ତର ଦେଇ ନ ଥିବା ଏନସିବି କହିଛି।

   Related Posts