Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫ୍ରାନ୍ସ ପ୍ରଧାନମନ୍ତ୍ରୀ ପଦରୁ ଏଡୱାର୍ଡ ଫିଲିପ୍‌ଙ୍କ ଇସ୍ତଫା, ସରକାରରେ ପରିବର୍ତ୍ତନର ଆଶଙ୍କା

3/07/2020 at 4:43 PM

ପ୍ୟାରିସ୍‌ :  ଫ୍ରାନ୍ସ ପ୍ରଧାନମନ୍ତ୍ରୀ ପଦରୁ ଏଡୱାର୍ଡ ଫିଲିପ ଇସ୍ତଫା ଦେଇଛନ୍ତି। ଦେଶର ଆଗାମୀ ପ୍ରଧାନମନ୍ତ୍ରୀଙ୍କ ଘୋଷଣା କିଛି ଘଣ୍ଟା ମଧ୍ୟରେ ହେବ ବୋଲି ଶୁକ୍ରବାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଏମାନୁଏଲ ମେକ୍ରୋଙ୍କ କାର୍ଯ୍ୟକାଳ ଆଉ ୨ ବର୍ଷ । ତେବେ ଏଥିରେ କରୋନା ଦେଶର ଅର୍ଥାବସ୍ଥାକୁ ଦୋହଲାଇ ଦେଇଛି। ଏଣୁ ମେକ୍ରୋ ଦେଶର ପୁନନିର୍ମାଣ ଉପରେ ତାଙ୍କର ଧ୍ୟାନ କେନ୍ଦ୍ରିତ କରିଥିବା ଗଣମାଧ୍ୟମକୁ କହିଛନ୍ତି। 

ପ୍ରଧାନମନ୍ତ୍ରୀ ଭାବେ ଫିଲିପ୍‌ଙ୍କ କାର୍ଯ୍ୟକାଳକୁ ରାଷ୍ଟ୍ରପତି ମେକ୍ରନ୍ ସନ୍ତୋଷଜନକ କହିଛନ୍ତି। ତେବେ ଦେଶର ନେତୃତ୍ୱ ଲାଗି ତାଙ୍କୁ ନୂଆ ମାର୍ଗ ଚୟନ କରିବା ଏବେ ଜରୁରି ବୋଲି ମେକ୍ରନ କହିଥିଲେ। ସରକାରଙ୍କ କରୋନା ମୁକାବିଲାକୁ ନେଇ ଦେଶରେ ଜନ ଅସନ୍ତୋଷ ଦେଖା ଦେଇଛି। ଯାହାର ପ୍ରତିଫଳନ ସ୍ଥାନୀୟ ନିର୍ବାଚନ ଉପରେ ପଡିଛି। ତେବେ ନିର୍ବାଚନ ପୂର୍ବରୁ ସରକାରରେ ପରିବର୍ତ୍ତନ ନେଇ ନିଷ୍ପତ୍ତି ନିଆ ସରିଥିଲା  ବୋଲି ଏବେ ଜଣାପଡିଛି।

ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଦେଶରେ କରୋନା ସଂକ୍ରମଣ ଚରମ ସୀମାରେ ପହଞ୍ଚିଥିଲା। ତେବେ ସେତେବେଳେ କରୋନା ମୁକାବିଲା ଲାଗି ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଲାଗି  ମାସ୍କ, ଯାଞ୍ଚ କିଟ୍ ଓ ଅନ୍ୟ ଚିକିତ୍ସକୀୟ ଉପକରଣ ଯୋଗାଣରେ ସରକାର ବିଫଳ ହୋଇଥିଲେ। ଏଥିଲାଗି ସରକାରଙ୍କୁ ଶରବ୍ୟ ହେବାକୁ ପଡିଥିବା ବେଳେ ସ୍ଥାନୀୟ ନିର୍ବାଚନରେ ଏହା ଏବେ ପ୍ରତିଫଳିତ ହୋଇଛି।

   Related Posts