Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

୧ ଜୁଲାଇରୁ ଦେଶରେ ଖୋଲିପାରେ ସ୍କୁଲ ଓ କଲେଜ୍, ଜାଣନ୍ତୁ କ’ଣ ହେବ ସରକାରଙ୍କ ନିଷ୍ପତ୍ତି

20/06/2021 at 4:21 PM

ନୂଆଦିଲ୍ଲୀ ୨୦।୬:  ଦେଶରେ କରୋନା ଦ୍ୱିତୀୟ ଲହର ଥମୁ ଥିବାର ଦେଖାଯାଉଛି। ଏହାକୁ ନଜରରେ ରଖି ସାରା ଦେଶରେ ଜୁଲାଇ ୧ରୁ ସ୍କୁଲ ଓ କଲେଜ ସମେତ ଅନ୍ୟ ଶୈକ୍ଷଣିକ ଅନୁଷ୍ଠାନ ସବୁ ଖୋଲିବାକୁ ସରକାର ଅନୁମତି ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଯଦି ସରକାର ଏଥିପାଇଁ ଅନୁମତି ଦିଅନ୍ତି ତେବେ କେବଳ ପରୀକ୍ଷା, ଗବେଷଣା କାର୍ଯ୍ୟ ଓ ଆଡମିଶନ ପ୍ରକ୍ରିୟା ଲାଗି ଅନୁମତି ଦେଇପାରନ୍ତି। ଆଗକୁ କରୋନା ତୃତୀୟ ଲହର ଆସୁଥିବା ଆକଳନକୁ ନେଇ ସରକାର ପୂର୍ବ ଭଳି ଶ୍ରେଣୀରେ ପାଠ ପଢାକୁ ଅନୁମତି ଦେଇ ନ ପାରିନି। ଅନଲାଇନରେ ଯେପରି କ୍ଲାସ୍‌ ହେଉଛି ସେପରି ଚାଲିବ। ଏଥିପାଇଁ ଶିକ୍ଷାମନ୍ତ୍ରାଳୟ ଗାଇଡଲାଇନ ଜାରି କରିବେ।

କରୋନା ପ୍ରୋଟକଲ ମଧ୍ୟରେ ପୁଣି ଥରେ ପର୍ଯ୍ୟାୟକ୍ରମେ ସ୍କୁଲ ଓ କଲେଜ ଖୋଲିବ। ତେବେ ପିଲାମାନେ ପୂର୍ବ ଭଳି ଶ୍ରେଣୀରେ ବସି ପାଠ ପଢିବା ଲାଗି ଏକ ଲିଖିତ ସହମତିର ହୁଏତ ଆବଶ୍ୟକତା ପଡିପାରେ। ଏଥିରେ ଉତ୍ତରପ୍ରଦେଶ ସରକାର ୧ ଜୁଲାଇରୁ ସ୍କୁଲ ଓ କଲେଜ ଖୋଲିବା ଲାଗି ଘୋଷଣା କରିପାରନ୍ତି ବୋଲି ଶିକ୍ଷାମନ୍ତ୍ରୀ ପି.ଏନ.ସିଂହ କହିଛନ୍ତି। ହେଲେ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଡକାଯିବ ନାହିଁ। କେବଳ ଶିକ୍ଷକମାନଙ୍କୁ ବିଦ୍ୟାଳୟକୁ ଡକାଯିବ ଓ ଅନଲାଇନ ପାଠପଢା ହେବ ବୋଲି ସେ କହିଛନ୍ତି।

ବିହାର ରାଜ୍ୟ ସରକାର ସ୍କୁଲ କଲେଜ ଖୋଲିବା ଲାଗି ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଅଧିକ ଦିନ ଶିକ୍ଷଣ ସଂସ୍ଥା ସବୁ ବନ୍ଦ ରହିଲେ ପିଲାଙ୍କ ପାଠ ପଢା ପ୍ରଭାବିତ ହେବ ବୋଲି ଶିକ୍ଷାମନ୍ତ୍ରୀ ବିଜୟ କୁମାର ଚୌଧୁରୀ କହିଛନ୍ତି। ଏଣୁ ଅଫଲାଇନ ପାଠପଢା ଲାଗି ସ୍କୁଲ ସବୁ ଖୋଲିପାରେ। ଏପ୍ରିଲ ୫ରୁ ବନ୍ଦ ରାଜ୍ୟର ଶିକ୍ଷାନୁଷ୍ଠାନ ସବୁ ପର୍ଯ୍ୟାୟକ୍ରମେ ଖୋଲାଯିବ। ଏଥିରେ ପ୍ରଥମେ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯିବ ବୋଲି ଚୌଧୁରୀ କହିଛନ୍ତି। ପରେ ଉଚ୍ଚ ମାଧ୍ୟମିକ, ମାଧ୍ୟମିକ ଓ ପୁଣି ପ୍ରାଥମିକ ଶିକ୍ଷା କଥା ବିଚାରକୁ ନିଆଯାଇପାରେ ବୋଲି  ସେ କହିଛନ୍ତି।

ସେପଟେ ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ହ୍ରାସ ପରେ ଘରୋଇ ସ୍କୁଲମାନେ ଆଡମିଶନ ପ୍ରକ୍ରିୟା ଆରମ୍ଭ କରିସାରିଲେଣି। ଏଥିରୁ ରାଜ୍ୟରେ ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ଶ୍ରେଣୀରେ ପାଠପଢା ଆରମ୍ଭ ହୋଇଯାଇପାରେ ବୋଲି ଅନୁମାନ କରାଯାଉଛି। ରାଜ୍ୟ ଶିକ୍ଷାମନ୍ତ୍ରୀ ଇନ୍ଦରସିଂହ ପରମାର ଏବେବି ସ୍କୁଲ କଲେଜ ଖୋଲିବା ନେଇ ସ୍ପଷ୍ଟ କିଛି ନିଷ୍ପତ୍ତି ହୋଇ ନଥିବା କହିଛନ୍ତି। ମାମଲାରେ କ୍ୟାବିନେଟ ନିଷ୍ପତ୍ତି ନେବେ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଦିଲ୍ଲୀରେ ସ୍କୁଲ ସବୁ ଅନଲାଇନ ମୋଡରେ ପୂର୍ବ ଭଳି ଚାଲୁ ରହିବ ବୋଲି କୁହାଯାଇଛି।

   Related Posts