୧୪ ତାରିଖ ପରେ ଖୋଲିବ କି ଶିକ୍ଷାନୁଷ୍ଠାନ ? କଣ କହିଲେ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ

Published By : Prameya-News7 Bureau | April 05, 2020 IST

ନୂଆଦିଲ୍ଲୀ, ୦୫|୦୪:  ସାରା ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଛି । ଫଳରେ ସମସ୍ତ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଆଦି ବନ୍ଦ ରହିଛି । ତେବେ ୧୪ ତାରିଖ ପରେ ଶିକ୍ଷାନୁଷ୍ଠାନ ଖୋଲିବ ନା ନାହିଁ ତାହା ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ କହିଛନ୍ତି । 

{"id":249406,"width":749,"height":562,"sizeSlug":"large"}

ସେ କହିଛନ୍ତି ଯେ, ସରକାର ବିଦ୍ୟାର୍ଥୀ ଓ ଶିକ୍ଷକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଉଛନ୍ତି । ସରକାର ଏହି ଲକଡାଉନରେ ଛାତ୍ରଛାତ୍ରୀଙ୍କ ପାଠପଢା ଯେପରି ବ୍ୟାହତ ନହେଁ ସେ ଦିଗରେ ବିଚାର କରୁଛନ୍ତି । ଲକଡାଉନ ହଟିବା ପରେ ସ୍ଥଗିତ ଥିବା ପରୀକ୍ଷା କରାଯିବା ସହ ଅତିଶୀଘ୍ର ଫଳାଫଳ ପ୍ରକାଶ କରିବାକୁ ଯୋଜନା କରାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୬ ତାରିଖରେ ଦେଶକୁ ୨୧ ଦିନ ପାଇଁ ଲକଡାଉନ ବାବଦରେ ଘୋଷଣା କରିଥିଲେ । ଫଳରେ  ଅତ୍ୟାବଶ୍ୟକୀୟ ଦୋକାନକୁ ଛାଡିଦେଲେ ଅନ୍ୟ ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଆଦି ବନ୍ଦ ରହିଛି । ଏପରିକି ଲୋକଙ୍କୁ ମଧ୍ୟ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.