Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସରପ୍ରାଇଜ ଭିଜିଟ୍ : ଅଧିକାରୀ ବିଳମ୍ବରେ ଆସୁଥିବା ପଡିଲା ଧରା

18/09/2019 at 3:26 PM

ବାଲିପାଟଣା ୧୮|୯: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଏବଂ ବାଲିପାଟଣାର ବିଭିନ୍ନ ସ୍କୁଲକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅଚାନକ ପରିଦର୍ଶନ କରିଛନ୍ତି । ପ୍ରଥମେ ବାଲିଅନ୍ତା ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ମନ୍ତ୍ରୀ । ବିଇଓ ସ୍ନିଗ୍ଧାରାଣୀ ଦାଶ ଏବଂ କିଛି କର୍ମଚାରୀ କାର୍ଯ୍ୟାଳୟକୁ ବିଳମ୍ବରେ ଆସିଥିଲେ । ଏହାକୁ ନେଇ ବିଳମ୍ବରେ ଆସିଥିବା କର୍ମଚାରୀଙ୍କ ଗୋଟିଏ ଦିନର ଦରମା ବନ୍ଦ କରିବା ସହ ଖୋଦ୍ ବିଇଓ ସ୍ନିଗ୍ଧାରାଣୀ ଦାଶ ବିଳମ୍ବରେ ଆସିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ମନ୍ତ୍ରୀ ।

ଏହାପରେ ବାଳକାଟି ନୂଆପାଟଣା ପ୍ରାଥମିକ ବିଦ୍ୟାଳୟ, ପ୍ରତାପ ଶାସନ ବାଳକ ଉଚ୍ଚ ବିଦ୍ୟାଳୟ, ବନମାଳୀପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ବନମାଳୀପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନୁପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନଙ୍କ ସହ ପାଠ ପଢା ସମ୍ପର୍କରେ ଆଲୋଚନା ସହ ସୁବିଧା ଅସୁବିଧା ପଚାରି ବୁଝିଥିଲେ ।

ହାଇସ୍କୁଲମାନଙ୍କରେ ଆଇସିଟି ଲାବ୍ ବନ୍ଦ ହୋଇଯାଇଥିବାରୁ କମ୍ପ୍ୟୁଟର ପଠପଡା ବନ୍ଦ ହୋଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରିବା ସହ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ । କିଛି ସ୍କୁଲରେ ୧୫୦ତମ ଗାନ୍ଧି ଜୟନ୍ତି ପାଇଁ ସରକାରୀ ନିର୍ଦ୍ଦେଶକୁ ବେଖାତିର କରି ଚିତ୍ରାଙ୍କନ, ତର୍କ-ବିତର୍କ ପ୍ରତିଯୋଗିତା କରାଯାଉନଥିବାରୁ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ ।

   Related Posts