କୋଣାର୍କ୩/୯: ଅଳ୍ପକେ ବର୍ତ୍ତିଗଲେ ନିମାପଡା ବିଧାୟକ ତଥା ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ। ମନ୍ତ୍ରୀ ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ସମୟରେ ଏକ ଦୁର୍ଘଟଣା ଘଟିଥିଲା। ସେହି ଦୁର୍ଘଟଣାରୁ ମନ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
{"id":324693,"sizeSlug":"large"}ଗୋପ ବ୍ଲକର ରାହଙ୍ଗଗୋରଡା ପଞ୍ଚାୟତର ବୋଇତ ଭଙ୍ଗା ବ୍ରିଜ ନିକଟରେ ହଠାତ୍ ଯନ୍ତ୍ର ଚାଳିତ ବୋଟ ବ୍ରିଜରେ ମାଡ଼ ହେବା ସମୟରେ ମନ୍ତ୍ରୀଙ୍କ ସମେତ ଅନ୍ୟମାନେ ନଇଁ ପଡିଥିଲେ। ଯାହାଫଳରେ ବୋଟଟି ବ୍ରିଜ୍ ତଳେ ଯିବାଲାଗି ସକ୍ଷମ ହୋଇଥିଲା ।
{"id":324694,"sizeSlug":"large"}ଏପରି ଏକ ବଡ଼ ଧରଣର ଦୁର୍ଘଟଣାରୁ ମନ୍ତ୍ରୀ ଏବଂ ଏନ୍ଡିଆରଏଫ୍ ଟିମ୍ ସମେତ ୧୦ ଜଣ ବର୍ତ୍ତି ଯାଇଥିବା ମନ୍ତ୍ରୀ ନିଜେ କହିଛନ୍ତି।