୫ଟି ପ୍ରସଙ୍ଗରେ କେନ୍ଦ୍ର ସହ ଆଲୋଚନା କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ
28/04/2020 at 6:13 PM

ଭୁବନେଶ୍ବର୨୮/୪: କେନ୍ଦ୍ର ସହ NIC ରେ ଆଲୋଚନା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ଦେଇଛନ୍ତି। ଏହି ଆଲୋଚନାରେ ୫ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଖରାଦିନେ ମିଡ୍ ଡେ ମିଲ୍ ବାବଦରେ ଆଲୋଚନା ହୋଇଛି। ୩ ମାସର ମିଡ୍ ଡେ ମିଲ୍ ଦେବାକୁ କେନ୍ଦ୍ର ପ୍ରସ୍ତାବ ଦେଇଥିଲେ । ଉତ୍ତରରେ ରାଜ୍ୟ ସରକାର କହିଥିଲେ, ଆଗୁଆ ୩ ମାସ ପାଇଁ ରାଜ୍ୟ ସରକାର ଦେଇ ସାରିଛି। ଯୁକ୍ତ ୨ ପରୀକ୍ଷା ବାବଦରେ ମଧ୍ୟ ଆଲୋଚନା ହୋଇଛି। ଯୁକ୍ତ ୨ ପରୀକ୍ଷା ଲାଗି CBSE ଗାଇଡ଼ ଲାଇନକୁ ଅପେକ୍ଷା ରହିଛି ।

ସେହିିପରି ଅନ୍ୟାନ୍ୟ ବୋର୍ଡ ଏହାକୁ ଅନୁସାରଣ କରିବେ। ଏହାସହ ଇ-ଲର୍ଣ୍ଣିଂ ମଧ୍ୟ ଆଲୋଚନା ହୋଇଛି। ଦୂରଦର୍ଶନରେ ପାଠ ପଢ଼ା ପାଇଁ ଦାବି କରିଛନ୍ତି ସମସ୍ତ ରାଜ୍ୟ। ସ୍ୱତନ୍ତ୍ର ସ୍ଲଟ ସହ ବିନା ଦେୟରେ ପାଠ ପଢ଼ିବା ବ୍ୟବସ୍ଥା କରିବାକୁ କେନ୍ଦ୍ର ନିକଟରେ ଦାବି କରିଛନ୍ତି ରାଜ୍ୟ। ଏହାକୁ ସମସ୍ତ ରାଜ୍ୟର ଶିକ୍ଷାମନ୍ତ୍ରୀ ସମର୍ଥନ କରିଛନ୍ତି। ଆଇସିଟି ଯୋଜନାରେ କମ୍ପ୍ୟୁଟର ଟ୍ରେନିଂ ନେଇଥିବା ପିଲାଙ୍କୁ ଚଳିତ ଶିକ୍ଷା ବର୍ଷରେ ନିଯୁକ୍ତି ଦେବାକୁ ରାଜ୍ୟ ଦାବି ରଖିଛି।