ସ୍କୁଲରେ ଏଥର ଧୁମଧାମରେ ହେବନି ଗଣେଶ ପୂଜା, ଛାତ୍ରଛାତ୍ରୀଙ୍କୁ ଆସିବା ମନା

Published By : Prameya-News7 Bureau | August 21, 2020 IST

ଭୁବନେଶ୍ବର ୨୧।୮: ଚଳିତବର୍ଷ ସ୍କୁଲରେ ଗଣେଶ ପୂଜାରେ ଛାତ୍ରଛାତ୍ରୀ ଯୋଗ ଦେବେନାହିଁ । ଘରେ ରହି ଗଣେଶ ପୂଜା କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସ୍କୁଲରେ କିଭଳି ପୂଜା ହେବ, ତାହା ଶିକ୍ଷକ ଶିକ୍ଷୟିତ୍ରୀ ବୁଝିବେ ବୋଲି ମନ୍ତ୍ରୀ କହିଛନ୍ତି । ଘରେ ରହି ଛାତ୍ରଛାତ୍ରୀଙ୍କୁ ପୂଜା କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଗୁରୁବାର ଦିନ ଟ୍ବିନ୍ ସିଟିରେ ଗଣେଶ ପୂଜା ଉପରେ କଟକଣା ନେଇ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ । ସ୍ଥାନୀୟ ପ୍ରଶାସନ ପୂଜା ଆୟୋଜନ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପୂଜା ଆୟୋଜନ ଅନୁମତି ପାଇଁ ବୁଢା ଗଣେଶ ପୂଜା କମିଟି ଜନସ୍ବାର୍ଥ ମାମଲା କରିଥିଲା । ପୂଜା ଆୟୋଜନ ନେଇ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିବା ପାଇଁ କହିଥିଲେ ହାଇକୋର୍ଟ ।

ଏହାପରେ ଶୁକ୍ରବାର ଚଳିତ ବର୍ଷ କଟକରେ ଗଣେଶ ପୂଜା ହେବ ନାହିଁ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । କରୋନା କଟକଣା ଯୋଗୁଁ ଗଣେଶ ପୂଜା ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ପରମ୍ପରାଠାରୁ ମଣିଷ ଜୀବନ ମୂଲ୍ୟବାନ । ଗଣେଶ ପୂଜା ସହରରେ ହେଲେ ସାମାଜିକ ଦୂରତ୍ବ ରହିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ପୂଜା ବନ୍ଦ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହସହ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଗଣେଶ ପୂଜା ବନ୍ଦ କରାଯାଇଛି ।

ପୂର୍ବରୁ କରୋନା କଟକଣା ଯୋଗୁଁ ଏବର୍ଷ ଟ୍ବିନ୍ ସିଟିର କୌଣସି ମଣ୍ଡପରେ ଗଣେଶ ପୂଜା ହେବ ନାହିଁ ବୋଲି ସୂଚନା ଦିଆଯାଇଥିଲା । ଗଣେଶ ପୂଜା ବନ୍ଦ କରିବାକୁ ନେଇ ଗତ ୧୩ ତାରିଖରେ କମିଶନରେଟ୍ ପୋଲିସ୍ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଥିଲା ।

ପୋଲିସ୍ କମିଶନରେଟ୍ ଟ୍ବିଟ୍ କରି ସୂଚନା ଦେଇଥିଲେ ଯେ, ଚଳିତ ବର୍ଷ କଟକ, ଭୁବନେଶ୍ବରରେ ଗଣେଶ ପୂଜା ହେବ ନାହିଁ। କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖି ଏପରି ନିଷ୍ପତ୍ତି ନିଆଯାଇଛି । ଏବର୍ଷ ମୁମ୍ବାଇରେ ମଧ୍ୟ ଗଣେଶ ପୂଜା ହେବ ନାହିଁ। ସମସ୍ତଙ୍କୁ ଏହି ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.