ଯୁକ୍ତ ୨ ପ୍ରଥମ ବର୍ଷରେ ସିଟ୍ ସମସ୍ୟା ହେବନି : ଗଣଶିକ୍ଷା ମନ୍ତ୍ରୀ

Published By : Prameya-News7 Bureau | June 28, 2021 IST

ଭୁବନେଶ୍ବର ।୬: ଯୁକ୍ତ ଦୁଇ ପ୍ରଥମ ବର୍ଷରେ ସିଟ୍ ସମସ୍ୟା ହେବନି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ବଡ ବଡ କଲେଜରେ ଛାତ୍ରଛାତ୍ରୀଙ୍କ ଇଚ୍ଛା ଅଛି ପଢିବାକୁ । ଆବଶ୍ୟକ ସ୍ଥଳେ ସିଟ୍ ସଂଖ୍ୟା ବୃଦ୍ଧି ହେବ। ବର୍ତ୍ତମାନ ୬ ଲକ୍ଷ ୩,୧୧୩ ସିଟ୍ ଅଛି ନାମଲେଖା ପାଇଁ । ଏହା ବ୍ୟତୀତ କଲେଜକୁ ଆଧାର କରି ସିଟ୍ ସଂଖ୍ୟା ବୃଦ୍ଧି ହେବ।  

ସେପଟେ ଜୁଲାଇ ୩୧ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଁ ବିଭାଗ ଯୋଜନା କରୁଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇଁ ବ୍ୟବସ୍ଥା ହେଉଛି। ପୂର୍ବରୁ ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ଫଳ ପ୍ରକାଶ ପାଇଁ ଘୋଷଣା କରିଥିଲୁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.