Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲିକ୍ ହୋଇନି ଓଟିଇଟି ପ୍ରଶ୍ନପତ୍ର : ଗଣଶିକ୍ଷା ମନ୍ତ୍ରୀ

9/04/2021 at 3:54 PM

ଭୁବନେଶ୍ବର ୯।୪: ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ନେଇ ସ୍ପଷ୍ଟୀକରଣ ରଖିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଦେଓଗଡ଼ ଜିଲ୍ଲାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଓଟିଇଟି ପରୀକ୍ଷାର୍ଥୀ ରଜନୀ ବେହେରା ପରୀକ୍ଷା କେନ୍ଦ୍ରରେ ଫୋନ୍ ଲୁଚାଇ ନେଇ ପ୍ରଶ୍ନପତ୍ରର ଫଟୋ ଉଠେଇବାକୁ ଚେଷ୍ଟା କରୁଥିବା ସମୟରେ ପରୀକ୍ଷା ନିୟନ୍ତ୍ରକ ଧରି ନେଇଥିଲେ । ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବାର ପ୍ରଶ୍ନ ଉଠୁ ନାହିଁ । ସେ ଜଣେ ଶିକ୍ଷୟତ୍ରୀ, ତାଙ୍କ ମୋବାଇଲ କେମିତି ଭିତରକୁ ଗଲା ଏବଂ ତାଙ୍କ ସହିତ କିଏ କିଏ ଜଡିତ ଅଛନ୍ତି ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ |

   Related Posts