ହସ୍ପିଟାଲରେ ଭର୍ତ୍ତି ହେଲେ ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ : ଏପ୍ରିଲରେ ହୋଇଥିଲେ କରୋନା ସଂକ୍ରମିତ

Published By : Prameya-News7 Bureau | June 01, 2021 IST

ନୂଆଦିଲ୍ଲୀ ୧/୦୬ : ହସ୍ପିଟାଲରେ ଭର୍ତ୍ତି ହେଲେ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ । କରୋନା ସଂକ୍ରମଣ ପରେ ଶରୀରରେ କିଛି ସମସ୍ୟା ହେତୁ AIIMS ରେ ଭର୍ତ୍ତି କରାଯାଇଛି । ଗତ ଏପ୍ରିଲରେ ଶିକ୍ଷା ମନ୍ତ୍ରୀ କରୋନାରେ ସଂକ୍ରମିତ ହୋଇଥିଲେ । ସେ ନିଜେ ଟ୍ୱିଟ କରି ଏକଥା ସୂଚନା ଦେଇଥିଲେ । ପରେ ସେ ସୁସ୍ଥ ହୋଇ ଘରକୁ ବି ଫେରିଥିଲେ । ହେଲେ ଏବେ ସଂକ୍ରମଣ ପରେ ଜଟିଳତା ହେତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ଯେ, ଆଜି ଶିକ୍ଷା ମନ୍ତ୍ରୀ CBSE, ICSE ସମେତ ସମସ୍ତ ରାଜ୍ୟ ବୋର୍ଡ ପାଇଁ ଦ୍ୱାଦଶ ବୋର୍ଡ ପରୀକ୍ଷା ଉପରେ ଏହି ନିଷ୍ପତ୍ତି ଘୋଷଣା କରିବାର ଥିଲା । ଗତ ମାସରେ କେନ୍ଦ୍ରମନ୍ତ୍ରୀଙ୍କ ବୈଠକରେ ଏହି ପ୍ରସଙ୍ଗକୁ ବିଚାର କରାଯାଇଥିଲା । କେନ୍ଦ୍ର ସରକାରଙ୍କୁ ସେମାନଙ୍କ ପ୍ରତିକ୍ରିୟା ପଠାଇବାକୁ ସମସ୍ତ ରାଜ୍ୟକୁ ୧ ସପ୍ତାହ ସମୟ ମଧ୍ୟ ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.