କଲେଜ ବୁଲି ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ

Published By : Prameya-News7 Bureau | January 08, 2021 IST

ଭୁବନେଶ୍ବର ୮/୧ : ବିଜେବି କଲେଜକୁ ଆସି ଅନୁଧ୍ୟାନ କଲେ ଗଣଶିକ୍ଷା ମନ୍ତ୍ରୀ। କଲେଜରେ କୋଭିଡ଼ ନିୟମ ପାଳନର କଲେ ଅନୁଧ୍ୟାନ। ତେବେ କୋଭିଡ୍‌ କଟକଣା ମଧ୍ୟରେ ଶୁକ୍ରବାରଠାରୁ ସ୍କୁଲ ଖୋଲିସାରିଛି । କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ‌ଆସିଛନ୍ତି । ଛାତ୍ରଛାତ୍ରୀ ମାସ୍କ ପରିଧାନ କରିବା ସହ ସ୍କୁଲକୁ ପ୍ରବେଶ ସମୟରେ ହାତ ସାନିଟାଇଜ୍ କରିବା ଦେଖିବାକୁ ମିଳିଛି। ଦୀର୍ଘ ୧୦ ମାସର ବ୍ୟବଧାନ ପରେ ଆଜି ସ୍କୁଲ ଘଣ୍ଟି ବାଜିଛି । ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ୧୦୦ ଦିନର ପାଠପଢ଼ା ହେବ । ଅନ୍ୟପକ୍ଷରେ, ରାଜଧାନୀରେ ଥିବା କେତେକ ଘରୋଇ ସ୍କୁଲ ଆଜି ଖୋଲିବ ନାହିଁ । ପ୍ରାୟ ସ୍କୁଲ ଆସନ୍ତା ୧୧ ତାରିଖରୁ ଖୋଲିବ ବୋଲି କହିଛନ୍ତି ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଗୁରୁବାର ରାଜଧାନୀରେ ଥିବା ଲକ୍ଷ୍ମୀସାଗର ହାଇସ୍କୁଲ, ୟୁନିଟ୍‌-୯ ବାଳକ ହାଇସ୍କୁଲ ଓ ୟୁନିଟ୍‌-୯ ବାଳିକା ହାଇସ୍କୁଲ ଯାଇ ସ୍ଥିତି ପରଖିଥିଲେ । ସ୍କୁଲ କ୍ୟାମ୍ପସ୍‌ ପରିଷ୍କାର ଓ ସାନିଟାଇଜ୍‌ ହୋଇଛି କି ନାହିଁ ଦେଖିଥିଲେ । ଆଜି ବିଜେବି କଲେଜକୁ ଆସି ଅନୁଧ୍ୟାନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। କଲେଜରେ କୋଭିଡ଼ ନିୟମ ପାଳନର ଅନୁଧ୍ୟାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.