ଦଶମ ଓ ଦ୍ଵାଦଶ ଟପ୍ପରଙ୍କୁ ଉପହାରରେ କାର ଦେଲେ ଶିକ୍ଷା ମନ୍ତ୍ରୀ

Published By : Prameya-News7 Bureau | September 23, 2020 IST

ରାଞ୍ଚି ୨୩।୦୯: ଝାଡଖଣ୍ଡର ଶିକ୍ଷା ମନ୍ତ୍ରୀ ଜଗନ୍ନାଥ ମହତୋ ବିନୋଦ ବିହାରୀ ମହତୋଙ୍କ ଜୟନ୍ତୀ ଅବସରରେ ମ୍ୟାଟ୍ରିକ ଓ ଯୁକ୍ତ ୨ର ରାଜ୍ୟ ଟପ୍ପରଙ୍କୁ ଉପହାରରେ ଓଲ୍ଟୋ କାର ଦେଇଛନ୍ତି। ନୂତନ ବିଧାସନଭାରେ ଆୟୋଜିତ କାର୍ଯ୍ୟକ୍ରମରେ ମ୍ୟାଟ୍ରିକ ଟପ୍ପର ମନିଷ କୁମାର କଟିୟାର ଓ ଯୁକ୍ତ ୨ ବୋର୍ଡ ପରୀକ୍ଷାର ଟପ୍ପର ଅମିତ୍ କୁମାରଙ୍କୁ ଶିକ୍ଷା ମନ୍ତ୍ରୀ ଉପହାରରେ କାରର ଚାବି ଦେଇ ସମ୍ମାନିତ କରିଛନ୍ତି।

ମ୍ୟାଟ୍ରିକରେ ନେତରହାଟ ଆବାସୀୟ ବିଦ୍ୟାଳୟର ମନିଷ କୁମାର କଟିୟାର ୯୮ ପ୍ରତିଶତ ମାର୍କ ସହିତ ରାଜ୍ୟରେ ଟପ୍ପର ହୋଇଛନ୍ତି। ଅନ୍ୟପଟେ ଗିରିଡିହର ଏସଆରଏସଏସଆର ଉଚ୍ଚ ବିଦ୍ୟାଳୟ ସୁରିୟାର ଅମିତ୍ କୁମାର ୯୧.୪ ପ୍ରତିଶତ ମାର୍କ ସହିତ ଯୁକ୍ତ ୨ ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଛନ୍ତି।

କାର୍ଯ୍ୟକ୍ରମରେ ଶିକ୍ଷା ମନ୍ତ୍ରୀ କହିଛନ୍ତି ବୋକାରୋ ଜିଲ୍ଲାରେ ମ୍ୟାଟ୍ରିକ ଓ ଯୁକ୍ତ ୨ର ଟପ୍ପରଙ୍କୁ ମୋଟରସାଇକେଲ  ଦିଆଯିବ। ୭୫ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ର-ଛାତ୍ରୀଙ୍କୁ ସାଇକେଲ୍ ଦିଆଯିବ। ଝାଡଖଣ୍ଡର ଶିକ୍ଷା ମନ୍ତ୍ରୀ ଜଗନ୍ନାଥ ମହତୋ ଆଜି ଘୋଷଣା କରିଛନ୍ତି ଯେ, ଆସନ୍ତା ବର୍ଷଠୁ ଯେତେ ବିଦ୍ୟାର୍ଥୀ ଶୀର୍ଷ ସ୍ଥାନ ହାସଲ କରିବେ ସମସ୍ତଙ୍କୁ ସରକାର ମାଗଣାରେ ଉଚ୍ଚଶିକ୍ଷା ଦେବେ ଏବଂ ସେମାନେ ଭବିଷ୍ୟତରେ କଣ ହେବାକୁ ଚାହୁଁଛନ୍ତି ତାହା ପୂରା ମଧ୍ୟ କରିବେ। ବିଦ୍ୟାର୍ଥୀଙ୍କୁ ପ୍ରୋତ୍ସାହନ ଦେବା ସହିତ ଶିକ୍ଷା ମନ୍ତ୍ରୀ ଭାବେ ଯାହା କରିବା କଥା ମୁଁ କହିବି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.