Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

କେବେ ହେବ ବୋର୍ଡ ପରୀକ୍ଷା, ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ

27/04/2020 at 3:44 PM

ନୂଆଦିଲ୍ଲୀ ୨୭।୦୪: କରୋନା ଭାଇରସ୍‌ କାରଣରୁ ଛାତ୍ରଙ୍କ ମଧ୍ୟରେ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଉଠିଛି। କିଏ ପରୀକ୍ଷାକୁ ନେଇ ଚିନ୍ତିତ ଥିବା ବେଳେ କିଏ ଏହାକୁ ନେଇ ଚିନ୍ତିତ ଯେ କରୋନା କାରଣରୁ ଉପୁଜିଥିବା ସ୍ଥିତି କାରଣରୁ ମନରେ ନକରାତ୍ମକ ଚିନ୍ତାର ବୋଝ ନବଢୁ। ଏହି ପରି ପ୍ରଶ୍ନର ଉତ୍ତର ଦେବା ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସୋମବାର ଟୁଇଟ୍‌ରରେ କରି ଛାତ୍ର ଓ ସେମାନଙ୍କ ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି।

ସିବିଏସଇ ବୋର୍ଡର ପରୀକ୍ଷାକୁ ନେଇ ନିଶଙ୍କ ମହତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ସିବିଏସଇ ବୋର୍ଡର ୮୩ ପରୀକ୍ଷା ବାକି ରହିଛି। ମାତ୍ର ଏଥିରୁ ୨୯ ପରୀକ୍ଷା ମୂଳ ବିଷୟ ରହିଛି, ଯାହାର ପରୀକ୍ଷା ହେବା ବାକି ରହିଛି। ମନ୍ତ୍ରୀ କହିଛନ୍ତି ଯେବେ ସ୍ଥିତି ସ୍ଵାଭାବିକ ହେବ ଏବଂ ଭାରତ ସରକାର ଲକ୍‌ଡାଉନ୍‌ ସଂପୂର୍ଣ୍ଣ ଭାବେ ହଟାଇ ଦେବେ ତେବେ ଯାଇ ପରୀକ୍ଷା ହେବ। କିନ୍ତୁ ସେ ଏଥିପାଇଁ କୌଣସି ସମୟସୀମା  ବିଷୟରେ କିଛି ସୂଚନା ଦେଇ ନାହାନ୍ତି।

କରୋନାଙ୍କ ବିରୋଧରେ ଛାତ୍ରଙ୍କ ପ୍ରୟାସକୁ କଲେ ପ୍ରଶଂସା

ଏହି ଆଲୋଚନା ସମୟରେ ରମେଶ ପୋଖରିୟାଲ ନିଶଙ୍କ ସରକାରଙ୍କ ଉପାୟ ବିଷୟରେ ଆଲୋଚନା କରି ଛାତ୍ର ଓ ଅଭିଭାବକଙ୍କୁ ବଡ ସୂଚନା ଦେଇଛନ୍ତି। ନିଶଙ୍କ କହିଛନ୍ତି କରୋନା ଭାଇରସ୍‌ର ପ୍ରଭାବ ଦେଶର ଶିକ୍ଷା ବିଭାଗ ଉପରେ ମଧ୍ୟ ପଡିଛି। କିନ୍ତୁ ସେ ଏହି ସମୟରେ ଛାତ୍ରଙ୍କ ପ୍ରୟାସକୁ ଖୁବ୍ ପ୍ରଶଂସା କରିଛନ୍ତି।

   Related Posts