Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ନୂଆ ମନ୍ତ୍ରଣାଳୟ ଦାୟିତ୍ଵ ନେବା ପରେ ପ୍ରଥମ ଥର ରାଷ୍ଟ୍ରପତିଙ୍କୁ ଭେଟିଲେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

13/07/2021 at 5:33 PM

ନୂଆଦିଲ୍ଲୀ ୧୩।୦୭: ନୂଆ ମନ୍ତ୍ରଣାଳୟ ଦାୟିତ୍ଵ ନେବା ପରେ ପ୍ରଥମ ଥର ରାଷ୍ଟ୍ରପତିଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମଙ୍ଗଳବାର ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଧର୍ମେନ୍ଦ୍ର ସୌଜନ୍ୟମୂଳକ ସାକ୍ଷାତ୍ କରିଛନ୍ତି।

ଶିକ୍ଷା ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ଭାବେ ନବନିଯୁକ୍ତ  ଡା. ସୁବାଷ ସରକାର, ଅନ୍ନପୂର୍ଣ୍ଣା ଦେବୀ, ରାଜକୁମାର ରଞ୍ଜନ ସିଂହ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ସାକ୍ଷାତକାର ସମୟରେ ରାଷ୍ଟ୍ରପତିଙ୍କ ନିରନ୍ତର ସମର୍ଥନ ଏବଂ ମାର୍ଗଦର୍ଶନ ଲୋଡ଼ିଲେ ଶିକ୍ଷା ମନ୍ତ୍ରିମଣ୍ଡଳ ସଦସ୍ୟ।

ଉଲ୍ଲେଖନୀୟ, ଗତ ସପ୍ତାହରେ ମୋଦୀ ସରକାରର ଦ୍ଵିତୀୟ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହୋଇଛି। ଏଥିରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବହୁ ଗୁରୁତ୍ଵପୂର୍ଣ୍ଣ ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ଵ ଦିଆଯାଇଛି। କରୋନା ମହାମାରୀ ସମୟରେ ସବୁଠୁ ଗୁରୁତର ପ୍ରଭାବିତ ଶିକ୍ଷା ବ୍ୟବସ୍ଥାକୁ ସଜାଡିବା ନେଇ ଧର୍ମେନ୍ଦ୍ରଙ୍କ ଉପରେ ପ୍ରଧାନମନ୍ତ୍ରୀ ଭରସା ପ୍ରକଟ୍ କରିଛନ୍ତି। ଏଥିସହ ସମଗ୍ର ଦେଶରେ ନୂତନ ଶିକ୍ଷା ନୀତି ଲାଗୁ କରିବା ଧର୍ମେନ୍ଦ୍ରଙ୍କ ପ୍ରଥମ ପ୍ରାଥମିକତା ରହିବ। ଏହା ପୂର୍ବରୁ ଦୀର୍ଘ ସାତ ବର୍ଷ ଧରି ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ସଫଳତାର ସହ ସମ୍ଭାଳିଥିଲେ।

   Related Posts