Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଋତୁସ୍ରାବ ସମୟରେ ଶିକ୍ଷିତ ମହିଳାମାନେ ମଧ୍ୟ କରିଥାଆନ୍ତି ଏହି ୫ଟି ଭୁଲ୍ : ଜାଣନ୍ତୁ କ’ଣ?

3/04/2019 at 3:59 PM

ଆପଣମାନେ ସମସ୍ତେ ଜାଣନ୍ତି ଯେ ଝିଅ ଏବଂ ମହିଳାଙ୍କର ସବୁ ମାସରେ ମାସିକ ଧର୍କ ହୋଇଥାଏ। ସବୁ ମାସରେ ମାସିକ ଧର୍ମ ସମୟରେ ଅଶିକ୍ଷିତ ମହିଳାମାନେ ତ ଭୁଲ୍ କରିଥାଆନ୍ତି। କିନ୍ତୁ ଏପରି କେତେକ ଭୁଲ୍ ଅଛି ଯାହା ଶିକ୍ଷିତ ମହିଳା ମଧ୍ୟ କରିଥାଆନ୍ତି।

୧.ଋତୁସ୍ରାବ ସମୟରେ ଶରୀରରୁ ଅନେକ ରକ୍ତ ବୋହିଥାଏ। ଶରୀରରୁ ରକ୍ତର ପରିମାଣ ହ୍ରାସ ହୋଇଥାଏ। ଏଥିପାଇଁ ମହିଳାଙ୍କୁ ଅଧିକାଂଶ ସମୟରେ ଆନିମିଆ ହୋଇଥାଏ। ଆନିମିଆର ଅର୍ଥ ରକ୍ତରେ ହିମୋଗ୍ଲୋବିନର ଅଭାବ। ଏହା ଶରୀରରେ ଆଇରନ ଅଭାବରୁ ହୋଇଥାଏ।

୨.ଯେତେବେଳେ ବ୍ୟଥା ଅତ୍ୟଧିକ ହୋଇଥାଏ ସେତେବେଳେ ଆମେ ପେନ୍ କିଲର ଖାଇଥାଉ। ଏପରି କରିବା ଅନୁଚିତ୍। ଯଦି ଆପଣ ବ୍ୟଥା ଆରମ୍ଭ ହେବା ପରେ ପେନ୍ କିଲର ଖାଇଥାଆନ୍ତି ଏହାର ପ୍ରଭାବ ଆପଣଙ୍କ ଶରୀରରେ କମ୍ ହୋଇଥାଏ। ବ୍ୟଥା ଆରମ୍ଭରେ ଯଦି ଆପଣ ପେନ୍ କିଲର ଖାଇବେ ତେବେ ଏହା କାମ ଦେଇଥାଏ। ଏହା ଅର୍ଥ ନୁହେଁ ଯେ ଆପଣ ଚକୋଲେଟ୍ ଭଳି ଔଷଧ ଖାଇବେ।

୩.ଅଧିକାଂଶ ମହିଳା ଋତୁସ୍ରାବ ସମୟରେ ହେଉଥିବା ଗନ୍ଧକୁ ସହି ପାରନ୍ତି ନାହିଁ। ତାଙ୍କୁ ଲାଜ ଲାଗିଥାଏ। ଏଥିପାଇଁ ସେ ଏପରି ଜିନିଷ ବ୍ୟବହାର କରିଥାଆନ୍ତି ଯେଉଁଥିରୁ ସୁଗନ୍ଧ ଆସିଥାଏ। ଯେପରିକି ସୁଗନ୍ଧିତ ସାନିଟାରୀ ପ୍ୟାଡ। ଏହି ପ୍ୟାଡରେ ରାସାୟନିକ ପଦାର୍ଥ ମିଶିଥିବା ଯୋଗୁଁ ଏଥିରୁ ସୁଗନ୍ଧ ବାହାରିଥାଏ। ଏହା ଆପଣଙ୍କ ଭାଜିନା ଆଖପାଖରେ ରହିଲେ ସଂକ୍ରମଣର ଡର ରହିଥାଏ। ଆପଣଙ୍କ ସେହି ସ୍ଥାନରେ କୁଣ୍ଡିଆ ହେବା ସାଙ୍ଗକୁ କାଛୁ ହେବାର ଆଶଙ୍କା ମଧ୍ୟ ରହିଥାଏ।

୪.ଯେତେବେଳେ ଆପଣ ବ୍ୟବହୃତ ପ୍ୟାଡକୁ ପକାଇଥାଆନ୍ତି ଏହାକୁ ଭଲଭାବେ ଦେଖନ୍ତି ନାହିଁ। କିନ୍ତୁ ଏହା ଭୁଲ୍। ଋତୁସ୍ରାବ ରକ୍ତ ଉପରେ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଆପଣଙ୍କ ରକ୍ତ କହିଥାଏ ଆପଣଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ଅଛି। ରକ୍ତ ଈଷତ ଲାଲ ହେବା ଉଚିତ୍। ଯଦି ଆପଣଙ୍କ ରକ୍ତ ନାରଙ୍ଗୀ ରଙ୍ଗର ହୋଇଥାଏ ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ଏହା ସହିତ ଯଦି କ୍ଲଟିଙ୍ଗ୍ ହେଉଛି ତେବେ ଡାକ୍ତରଙ୍କୁ ଦେଖା କରନ୍ତୁ। ଏହା ଅର୍ଥ ଆପଣଙ୍କୁ କୈାଣସି ସଂକ୍ରମଣ ହୋଇଛି।

୫.କଫି ଫିଇବାକୁ ଆମ ସମସ୍ତଙ୍କୁ ଭଲ ଲାଗିଥାଏ। କିନ୍ତୁ କଫିରେ କ୍ୟାଫିନ ରହିଥାଏ। ଏହା ଫଳରେ ଡିହାଇଡ୍ରେସନ ହୋଇଥାଏ। ଅର୍ଥାତ୍ ଶରୀରରେ ଜଳର ଅଭାବ। ଯାହା ଦ୍ବାରା ଆପଣଙ୍କୁ ପିରିୟଡ଼ସ କ୍ରାମ୍ପସ ହୋଇଥାଏ। ଫଳରେ ଅତ୍ୟଧିକ ପୀଡ଼ା ହୋଇଥାଏ। କଫି ପିଇବା ଫଳରେ ଆପଣଙ୍କ ମନରେ ଉଦବେଗ ଜାତ ହୋଇଥାଏ। ଋତୁସ୍ରାବ ସମୟରେ ଆପଣଙ୍କୁ ପ୍ରଚୁର ପାଣି ପିଇବା ଆବଶ୍ୟକ।  

   Related Posts