Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ପଢୁଆ କଏଦୀଙ୍କ ସଂଖ୍ୟା ବଢୁଛି : ୟୁପି ଜେଲରେ ଅଧିକ ସଂଖ୍ୟକ ଇଞ୍ଜିନିୟର ଓ ମାଷ୍ଟର ଡିଗ୍ରୀ ହୋଲ୍ଡର, ପଛକୁ ମହାରାଷ୍ଟ୍ର ଓ କର୍ଣ୍ଣାଟକ

8/10/2020 at 7:59 PM

ନୂଆଦିଲ୍ଲୀ, ୦୮ ।୧୦: ଉତ୍ତର ପ୍ରଦେଶର ବିଭିନ୍ନ ଜେଲରେ ଭର୍ତ୍ତି ହୋଇଛନ୍ତି ପାଠୁଆ କଏଦୀ । ଏନସିଆରବି ରେକର୍ଡରେ ସାମ୍ନାକୁ ଆସିଛି ଏପରି କିଛି ଚକିତ କଲା ଭଳି ତଥ୍ୟ । କଏଦୀଙ୍କ ମଧ୍ୟରେ ରହିଛନ୍ତି ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍ କଏଦୀ । ବିଭିନ୍ନ ଅପରାଧରେ ଏହି ପାଠୁଆ କଏଦୀମାନେ ଗିରଫ ହୋଇ ବନ୍ଦୀ ଜୀବନ କାଟୁଛନ୍ତି ।

ଏନସିଆରବିର ରିପୋର୍ଟ ଅନୁସାରେ, ଦେଶରେ ସବୁଠାରୁ ଅଧିକ ଇଞ୍ଜିନିୟରିଂ ଓ ପୋଷ୍ଟ ଗ୍ରାଜୁଏଟ୍ ବା ସ୍ନାତକତ୍ତୋର ଡିଗ୍ରୀ ହାସଲ କରିଥିବା କଏଦୀ ୟୁପି ଜେଲରେ ଅଛନ୍ତି । ସାରା ଦେଶରେ ଥିବା ବିଭିନ୍ନ ଜେଲରେ ଏପରି ପ୍ରାୟ ୩୭୪୦ କଏଦୀ ଅଛନ୍ତି ଯେଉଁମାନେ ଇଞ୍ଜିନିୟର । ଏହାମଧ୍ୟରୁ ୭୨୭ ଜଣ ବା ୨୦ ପ୍ରତିଶତ ଉତ୍ତର ପ୍ରଦେଶର ବିଭିନ୍ନ ଜେଲରେ ଅଛନ୍ତି । ୟୁପି ପରେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଜେଲରେ ଯଥାକ୍ରମେ ୪୯୫ ଓ ୩୬୨ ଇଞ୍ଜିନିୟର ଡିଗ୍ରୀଧାରୀ ରହିଛନ୍ତି । କର୍ଣ୍ଣାଟକ, ତାମିଲନାଡୁ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ମଧ୍ୟ ଏହି ତାଲିକାରେ ରହିଛନ୍ତି ।

ସେହିପରି ଇଞ୍ଜିନିୟର କଏଦୀଙ୍କ ବ୍ୟତୀତ ପୋଷ୍ଟ ଗ୍ରାଜୁଏଟ ବା ସ୍ନାତକ କଏଦୀ ମାମଲାରେ ମଧ୍ୟ ଉତ୍ତର ପ୍ରଦେଶ ଆଗରେ ରହିଛି । ଦେଶରେ ୫୨୮୨ ଜଣ ପୋଷ୍ଟ୍ ଗ୍ରାଜୁଏଟ୍ କଏଦୀ ଥିବା ବେଲେ ଉତ୍ତର ପ୍ରଦେଶରେ  ୨୦୧୦ ଜଣ ଏପରି କଏଦୀ ରହିଛନ୍ତି । ଏହାକୁ ନେଇ ରାଜ୍ୟର ଜେଲ୍ ଡିଜି କହିଛନ୍ତି ଯେ, ଅଧିକାଂଶ ଇଞ୍ଜିନିୟରିଂ ଡିଗ୍ରୀଧାରୀ ଯୌତୁକ ଓ ଦୁଷ୍କର୍ମ ମାମଲାରେ ଗିରଫ ହୋଇଛନ୍ତି ।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ସାରା ଦେଶରେ ୩,୩୦୪୮୭ କଏଦୀ ରହିଛନ୍ତି । ଏହାମଧ୍ୟରୁ ୧.୬୭ ପ୍ରତିଶତ ପୋଷ୍ଟ ଗ୍ରାଜୁଏଟ୍ ଓ ୧.୨ ପ୍ରତିଶତ ଇଞ୍ଜିନିୟର ଅଟନ୍ତି । ଜେଲ୍ ପ୍ରଶାସନ ପକ୍ଷରୁ ଏହି କଏଦୀଙ୍କୁ ଯୋଗ୍ୟତାକୁ ବ୍ୟବହାର ମଧ୍ୟ କରାଯାଉଛି । ଏହି କଏଦୀଙ୍କୁ ଟେକ୍ନୋଲୋଜି ଅପଗ୍ରେଡ୍, ରେକର୍ଡ କମ୍ପ୍ୟୁଟରାଇଜଡ୍ ଆଦି କାମରେ ନିୟୋଜିତ କରାଯାଉଛି । ଆହୁରି ମଧ୍ୟ ପାଠୁଆ କଏଦୀମାନେ ଜେଲରେ ଅନ୍ୟ କଏଦୀଙ୍କୁ ପାଠ ପଢାଉଛନ୍ତି ।

ଏନସିଆରବି ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, ଭାରତର ବିଭିନ୍ନ ଜେଲରେ କ୍ଷମତାଠାରୁ ଅଧିକ କଏଦୀ ରହିଛନ୍ତି । ୨୦୧୬ ପରେ ବିଭିନ୍ନ ଜେଲର କ୍ଷମତାରେ ବୃଦ୍ଧି କରାଯାଇଚି । କିନ୍ତୁ ଏହା କଏଦୀଙ୍କୁ ତୁଳନାରେ କମ୍ । ତେବେ ଜେଲର କ୍ଷମତାକୁ ନେଇ ଉତ୍ତର ପ୍ରଦେଶର ସ୍ଥିତି ସବୁଠାରୁ ଖରାପ ରହିଛି ।

   Related Posts