Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଶିକ୍ଷିତ କିନ୍ତୁ ଆତ୍ମ ନିର୍ଭରଶୀଳ- ଏବେ ସଫଳ ଚାଷୀ

13/01/2020 at 5:39 PM

ଉମରକୋଟ ( ଜିତେନ୍ଦ୍ର ମହାରଣା) ୧୩।୦୧ – ଚାକିରୀ ପାଇଁ ଶିକ୍ଷାଗତ ଯେ।ଗ୍ୟତା ଦରକାର ।ଏକଥା ଆଜିର ଯୁବପୀଢିଙ୍କ ମନରେ ବସା ବାନ୍ଧି ରହିଛି । ଚାକିରୀ ପଛରେ ଧାଇଁ ଅନେକ ବହୁମୂଲ୍ୟ ସମୟ ନଷ୍ଟ କରୁଛନ୍ତି ଅଧିକାଂଶ । କିନ୍ତୁ ଉମରକେ।ଟର ଜଣେ ଶିକ୍ଷିତ ବ୍ୟକ୍ତି କିନ୍ତୁ ଚାକିରୀ ପଛରେ ନଧାଇଁ ନିଜ ଉଦ୍ୟମରେ ପାଲଟିଛନ୍ତି ଜଣେ ସଫଳ ଚାଷୀ ।

ବିଲ ସାରା ପରିବା ଭର୍ତ୍ତି । ବାଇଗଣ, ଟମାଟେ।, କଲରା, ଗ୍ରୀନ ମଟର ଫସଲରେ ହସୁଛି କ୍ଷେତ । ମାତ୍ର ୮ ମାସର ବିଲରେ ସୁନା ଫଳାଇଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକେ।ଟ ବଦକୁମାରୀ ଗାଁର ସୁଜିତ୍ ଦାସ ।ତାଙ୍କ କଠିନ ପରିଶ୍ରମ ଯେ।ଗୁଁ କମ୍ ଦିନରେ ୯ଲକ୍ଷ ଟଙ୍କା ରେ।ଜଗାର କରିପାରିଛନ୍ତି ସୁଜିତ୍ ।

୧ ଏକର ଜମିରେ ଉଭୟ ଜୈବିକ ଓ ରାସାୟନିକ ପଦ୍ଧତିରେ ଚାଷ କରୁଛନ୍ତି ସେ। କିନ୍ତୁ ଆଗକୁ ସମ୍ପୂର୍ଣ୍ଣ ଜୈବିକ କରିବାକୁ ଉଦ୍ୟମ କରୁଛନ୍ତି । ତେବେ ସୁଜିତ୍‌ଙ୍କ ଚାଷ ପ୍ରଣାଳୀକୁ ଦେଖି ଅନେକ ଏବେ ପରିବା ଚାଷ କରିବାକୁ ଆଗ୍ରହ ଦେଖାଇଛନ୍ତି ।

ନବରଙ୍ଗପୁର ଜିଲ୍ଲାରେ ୧୦ ଟି ବ୍ଲକର ୮୦ ପ୍ରତିଶତରୁ ଅଧିକ  ଲୋକଙ୍କ ପାଖରେ ଜମି ପଟା ରହିଛି । ତଥାପି ନିଜ ଜମିରେ ଚାଷ ନକରି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ।କିନ୍ତୁ ସୁଜିତ୍‌ଙ୍କ ଉଦ୍ୟମ ତାଙ୍କୁ ସଫଳ କରିବା ସହ ଅନ୍ୟମାନଙ୍କୁ ପ୍ରେରଣା ଯେ।ଗାଇଛି ।

ସେପଟେ ସୁଜିତଙ୍କ ଚାଷ ପ୍ରତି ଆଗ୍ରହ ଦେଖି ନବରଙ୍ଗପୁର ଜିଲ୍ଲା କୃଷି ବିକାଶ କେନ୍ଦ୍ର ସୁଜିତଙ୍କ ସହ ଅନ୍ୟ ଚାଷୀଙ୍କୁ ସାହାଯ୍ୟର ହାତ ବଢାଇଛି ।

   Related Posts