Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

କରୋନା ଆକ୍ରାନ୍ତ ସାମ୍ବାଦିକ ସିଦ୍ଦିକ କପ୍ପନ୍‌ଙ୍କ ଉପଯୁକ୍ତ ଚିକିତ୍ସା ଲାଗି ଏଡିଟର୍ସ ଗିଲ୍ଡର ଦାବି, ହସ୍ପିଟାଲ ବେଡରେ ହ୍ୟାଣ୍ଡକପ୍‌ ପକାଇ ରଖିଛନ୍ତି ୟୁପି ଜେଲ କର୍ତ୍ତୃପକ୍ଷ

30/04/2021 at 5:32 PM

ନୂଆଦିଲ୍ଲୀ ୩୦।୪: ଉତ୍ତରପ୍ରଦେଶର ହଥରସ କାଣ୍ଡ କଭର କରିବାକୁ ଯାଉଥିବା ବେଳେ ପୋଲିସ ଦ୍ୱାରା ଗତ ଅକ୍ଟୋବର ୨୦୨୦ରେ ଗିରଫ କେରଳ ସାମ୍ବାଦିକ ସିଦ୍ଦିକ କପ୍ପନ ଜେଲରେ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ତାଙ୍କୁ ବେଡ ସହ  ବାନ୍ଧି ରଖିଥିବା ଜଣାପଡିଛି। ଫଳରେ ସେ ଶୌଚ ଲାଗି ମଧ୍ୟ ଯାଇ ପାରୁନଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଏଥିରେ ଏଡିଟର୍ସ ଗିଲ୍ଡ ଗଭୀର କ୍ଷୋଭ ପ୍ରକାଶ କରିବା ସହ ସାମ୍ବାଦିକଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ସହ ତାଙ୍କ ପ୍ରତି ଶାଳୀନ ବ୍ୟବହାର ଲାଗି ଦାବି କରିଛି।

ଗିଲ୍ଡ କପ୍ପନଙ୍କ ଲାଗି ଉଚ୍ଚତମ ନ୍ୟାୟାଳୟରେ ରିଟ୍‌ ପିଟିସନ ଦାୟର କରିଥିବା ବେଳେ ଏହା ଶୁଣାଣି ଅପେକ୍ଷାରେ ରହିଛି। ଏଣୁ ପିଟିସନର ତୁରନ୍ତ ଶୁଣାଣି ଲାଗି ମଧ୍ୟ ଗିଲ୍ଡ ଦାବି କରିଛନ୍ତି। ଜେଲରେ କରୋନା ଆକ୍ରାନ୍ତ ହୋଇଥିବା କପ୍ପନ ଏବେ ମଥୁରାର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ତାଙ୍କର ଚିକିତ୍ସା ମଧ୍ୟ ଠିକରେ ହେଉ ନଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଏଣୁ ସାମ୍ବାଦିକଙ୍କୁ ତୁରନ୍ତ ଉପଯୁକ୍ତ ଚିକିତ୍ସା ସହ ତାଙ୍କ ପ୍ରତି ଉପଯୁକ୍ତ ବ୍ୟବହାର ଲାଗି ଜେଲ ପ୍ରଶାସନକୁ ନିର୍ଦ୍ଦେଶ ଦେବା ନିମନ୍ତେ ଗିଲ୍ଡ ଦାବି କରିଛି।

ହଥରସ କାଣ୍ଡର ସମ୍ବାଦ ସଂଗ୍ରହ ଲାଗି ଯାଉଥିବା ବେଳେୟୁପି ପୋଲିସ କପ୍ପନଙ୍କୁ ୟୁପି ପୋଲିସ ବେଆଇନ ଗତିବିଧି ଲାଗି ଗିରଫ କରିଥିଲା। ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅକ୍ଟୋବର ୨୦୨୦ରୁ ସେ ଜେଲରେ ବନ୍ଦୀ ଅଛନ୍ତି। ରାଜ୍ୟ ସରକାରଙ୍କ ବିଚାର ବିଭାଗୀୟ  ଅବହେଳାର ଶିକାର ସାମ୍ବାଦିକ ଜେଲରେ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏବେ ମଥୁରାର ହସ୍ପିଟାଲରେ ଭର୍ତ୍ତି ଅଛନ୍ତି।  ଯାହାକୁ ନେଇ ଏ଼ଡିଟର୍ସ ଗିଲ୍ଡ ଗଭୀର କ୍ଷୋଭ ପ୍ରକାଶ କରିଥିବା ବେଳେ ଏକ ବୟାନରେ ଏହାକୁ ଏକ ସ୍ତବ୍ଦ କଲାଭଳି ଘଟଣା ବୋଲି କହିଥିବା ବେଳେ ଜାତୀୟ ଅନ୍ତରାତ୍ମାକୁ ଦୋହଲାଇ ଦେବା ପରି ବୋଲି କହିଛନ୍ତି। ଏଥିରେ ସାମ୍ବାଦିକଙ୍କ ମୌଳିକ ଅଧିକାରର ଉଲ୍ଲଂଘନ ହୋଇଥିବା ବେଳେ ତାଙ୍କ ପ୍ରତି ହେଉଥିବା ନିଷ୍ଠୁର ଓ ଅମାନବୀୟ ଆଚରଣ କେବେବି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।  

   Related Posts