ଭାଙ୍ଗିବ ନୋଏଡାର ସୁପରଟେକ୍ ଟ୍ୱିନ ଟାୱାର, ଆମେରିକାର ଏଡିଫିସ କମ୍ପାନୀ ସହ ହୋଇଛି ବୁଝାମଣା

Published By : Prameya-News7 Bureau | January 23, 2022 IST

ନୂଆଦିଲ୍ଲୀ ୨୩।୧: ଉତ୍ତରପ୍ରଦେଶ ନୋଏଡା ସେକ୍ଟର ୯୩-ଏ ରେ କନଷ୍ଟ୍ରକ୍ସନ କମ୍ପାନୀ ସୁପରଟେକ୍ ଏମରଲଡ କୋର୍ଟ ପ୍ରକଳ୍ପରେ ନିର୍ମାଣ କରିଥିବା ଟ୍ୱିନ ଟାୱାର ଭାଙ୍ଗିବାର ରାସ୍ତା ସଫା ହୋଇଯାଇଛି। ଏହି କାମ କରିବା ଲାଗି ଆମେରିକାର ଏଡିଫିସ୍ କମ୍ପାନୀ ସହ ସୁପରଟେକ୍‌ର ରାଜିନାମା ହୋଇଛି। ଏହି କମ୍ପାନୀ ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ୧୦୮ ମିଟର ଉଚ୍ଚା କୋଠାକୁ ଭୂଷାଢି ସାରିଛି। ଜୋହନ୍ସବର୍ଗରେ ଏଡିଫିସ ଯେଉଁ ବିଲ୍ଟିଂ ଭାଙ୍ଗିଥିଲା ତା ପାଖ ବିଲ୍ଡିଂରୁ ଏହାର ଦୂରତା ୮ ମିଟର ଥିଲା।  ନୋଏଡା ପ୍ରକଳ୍ପ ମଧ୍ୟ ଏହିପରି ଏକ ଜଟିଳ କାମ। ଯାହାକୁ ଏଡିଫିସ ସୁରକ୍ଷିତ ସମ୍ପନ୍ନ କରିଦେବ ବୋଲି କହିଛି।

ନୋଏଡାରେ ସୁପରଟେକ୍ ଏମରଲ୍ଡ ପ୍ରକଳ୍ପରେ ନିର୍ମାଣ କରିଥିବା ଟ୍ୱିନ୍‌ ଟାୱାରର ଉଚ୍ଚତା ୧୦୦ ମିଟର ହୋଇଥିବା ବେଳେ ପାଖ ବିଲ୍ଡିଂ ଠାରୁ ମାତ୍ର ୯ ମିଟର ଦୂରତାରେ ରହିଛି। ଏବି ବିଲ୍ଡିଂ ଭାଙ୍ଗିବା ଲାଗି ଏଡିଫିସ୍ ଏବେ ଏନଓସି ସଂଗ୍ରହ କରିବା ଆରମ୍ଭ କରିଦେଇଛି। ଏଥିରେ ନୋଏଡା ପ୍ରାଧିକରଣ ଏବେ ଏଡିଫିସକୁ ସହଯୋଗ କରୁଛନ୍ତି।  ଏନଓସି ମିଳିବାକୁ ପ୍ରାୟ ୩ ମାସ ଲାଗିବ। ପରେ ଟାୱାର ଭାଙ୍ଗିବା କାମ ଆରମ୍ଭ ହେବ ବୋଲି ଜଣାପଡିଛି।

{"id":578450,"width":839,"height":516,"sizeSlug":"full","linkDestination":"none"}

ଏହି ଟାୱାର ଭାଙ୍ଗିବା କାମରେ ଏଡିଫିସ୍‌କୁ ସେଣ୍ଟ୍ରାଲ ବିଲ୍ଟିଂ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟ୍ (ସିବିଆରଆଇ) ସହାୟତା କରିବେ। ନୋଏଡା ପ୍ରାଧିକରଣଙ୍କ ଦେଖରେଖରେ ଏହି କାମ ଶେଷ କରାଯିବ। ଆଫ୍ରିକା ଜୋହନ୍ସ ବର୍ଗରେ ୧୦୮ ମିଟର ବିଲ୍ଦିଂ ଭାଙ୍ଗିବା ଏଡିଫିସ୍ ଲାଗି ସବୁଠାରୁ କଷ୍ଟକର କାମ ଥିଲା। ପାଖ ବିଲ୍ଡିଂଟି ମାତ୍ର ୮ ମିଟର ଦୂରରେ ଥିବାରୁ ଏଥିଲାଗି ପୁରା ସତର୍କତା ଅବଲମ୍ବନ କରାଯାଇଥିଲା। ନୋଏଡା ସେକ୍ଟର ୯୩-ଏର ଏହିଟ୍ୱିନ୍‌ ଟାୱାର ମଧ୍ୟ ସେହିପରି ଏକ କଷ୍ଟକର କାମ ବୋଲି ନୋଏଡା ଅଧିକାରୀମାନେ କହିଛନ୍ତି। ଏଡିଫିସ କୋଚ୍ଚିରେ ମଧ୍ୟ ଏହିପରି ଏକ ଜଟିଳ ବିଲ୍ଡିଂକୁ ଧରାଶାୟୀ କରିାରେ ସଫଳ ହୋଇଛି। ଏଣୁ ନୋଏଡାରେ ସେପରି କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡି ନପାରେ ବୋଲି ଆଶା କରାଯାଉଛି।

ଏହି ଟ୍ୱିନ ଟାୱାରର ପ୍ରତ୍ୟେକ ଟାୱାରରେ ୧ ହଜାର ଲେଖାଏଁ ଫ୍ଲାଟ ଥିଲା। ମୋଟ ୪୦-୪୦ ମହଲାର ଏହି ଦୁଇଟି ବିଲ୍ଡିଂ ନିର୍ମାଣରେ ନୋଏଡା ଅଥରିଟି ଓ ସୁପରଟେକ୍ ନିର୍ମାଣକାରୀ ସଂସ୍ଥା ଅନିୟମିତତା କରିଥିବାର କୋର୍ଟରେ ପ୍ରମାଣିତ ହୋଇଥିଲା। ଏଣୁ ୨୦୧୪ ମସିହାରେ ଏଲହାବାଦ ହାଇକୋର୍ଟ ଟାୱାର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିବା ବେଳେ ଆଦେଶ କାୟମ ରହିବା ସହ କମ୍ପାନୀକୁ ନିଜ ଖର୍ଚ୍ଚରେ ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.