Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଶୁଳ୍କ ଏବଂ ଉପକର ହଟାଇଲେ କେନ୍ଦ୍ର ସରକାର : ‘ଖାଇବା ତେଲ ଦାମ ୭ ରୁ ୨୦ ଟଙ୍କା କମିଛି, ଆଗକୁ ଆହୁରି କମିବ’

5/11/2021 at 6:30 PM

ନୂଆଦିଲ୍ଲୀ ୦୫/୧୧ : ପେଟ୍ରୋଲ ଏବଂ ଡିଜେଲ ପରେ ଏବେ ଶସ୍ତା ହେବାକୁ ଯାଉଛି ଖାଇବା ତେଲ । ଖାଇବା ତେଲ ଉପରେ ମୌଳିକ ଶୁଳ୍କ ଏବଂ ଆଗ୍ରି ସେସ୍ ବା କୃଷି ଉପକର କମାଇବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସୋୟାବିନ୍‌, ସୂର୍ଯ୍ୟମୁଖୀ ଏବଂ ପାମୋଲିନ୍‌ ଅଏଲ ଉପରେ ପୂର୍ବରୁ ୨.୫ ପ୍ରତିଶତ ବେସିକ୍‌ ଡ୍ୟୁଟି ବା ମୌଳିକ ଶୁଳ୍କ ନିଆଯାଉଥିବା ବେଳେ ଏବେ ଏହାକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦେବାକୁ ନିଷ୍ପତ୍ତି କରିଛନ୍ତି କେନ୍ଦ୍ର ସରକାର । ଯାହା ଫଳରେ ଖାଇବା ତେଲ ଦର ହ୍ରାସ ପାଇବ । ଗତ ବର୍ଷ ଠାରୁ ଲଗାତାର ଭାବେ ଖାଇବା ତେଲ ଦର ବୃଦ୍ଧି ପାଇବାରେ ଲାଗିଥିଲା । ଏବେ ଏଥିରେ କିଛିଟା ହ୍ରାସ ପାଇବା ଖବର ଖାଉଟିଙ୍କୁ ଆଶ୍ବସ୍ତି ଦେଇଛି ।

ଏହା ସହିତ ଖାଇବା ତେଲ ଉପରୁ କୃଷି ଉପକର ବା ଆଗ୍ରି ସେସ୍‌ ମଧ୍ୟ ହ୍ରାସ ପାଇଛି । ଅଶୋଧିତ ପାମୋଲିନ୍‌ ତେଲ ଉପରେ ପୂର୍ବରୁ ୨୦ ପ୍ରତିଶତ ଆଗ୍ରି-ସେସ୍‌ ନିଆଯାଉଥିବା ବେଳେ ଏବେ ତାହା ହ୍ରାସ ପାଇ ୭.୫ ପ୍ରତିଶତ ନିଆଯିବ । ସେହିଭଳି ଅଶୋଧିତ ସୋୟାବିନ୍‌ ତେଲ ଏବଂ ଅଶୋଧିତ ସୂର୍ଯ୍ୟମୂଖୀ ତେଲ ଉପରୁ ୫ ପ୍ରତିଶତ ଆଗ୍ରି-ସେସ୍‌ ହ୍ରାସ କରାଯାଇଛି । ସେହିଭଳି ଆରବିଡି ପାମୋଲିନ୍‌ ତେଲ, ସୋୟାବିନ ରିଫାଇନ୍ ତେଲ ଏବଂ ସୂର୍ଯ୍ୟମୂଖୀ ରିଫାଇନ ତେଲ ଉପରେ ବେସିକ୍‌ ଡ୍ୟୁଟି ୩୨.୫ ପ୍ରତିଶତରୁ ୧୭.୫ ପ୍ରତିଶତକୁ କମାଇଛି କେନ୍ଦ୍ର ।

ଖାଦ୍ୟ ଏବଂ ସାର୍ବଜନୀକ ବିତରଣ ବିଭାଗ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି, ଖାଇବା ତେଲ ଦାମ ଖୁବ ହ୍ରାସ ପାଇଛି । ଦେଶରେ ଅନେକ ସ୍ଥାନରେ ୭ ରୁ ୨୦ ଟଙ୍କା ଯାଏଁ ଶସ୍ତା ହୋଇଛି ଖାଇବା ତେଲ ଦାମ । ଖାଉଟିଙ୍କୁ ଆଶ୍ବସ୍ତୀ ଦେବା ପାଇଁ ଆଦାନୀ ଓ୍ବିଲମାର୍‌ ଏବଂ ରୁଚି ସୋୟା ଇଣ୍ଡଷ୍ଟ୍ରି ସହ ପ୍ରମୁଖ ତେଲ କମ୍ପାନୀ ମାନେ ଲିଟର ପିଛା ୪ ରୁ ୭ ଟଙ୍କା ଯାଏଁ ହ୍ରାସ କରିଥିଲେ ।  

   Related Posts