ହ୍ରାସ ହେବ ପାମୋଲିନ ଆମଦାନୀ, ପିଆଜ ଦରବୃଦ୍ଧିକୁ ନେଇ ନାକେଦମ ଲୋକେ ଏବେ ଖାଇବା ତେଲ ଲାଗି ହେବେ ଛଟପଟ

Published By : Prameya-News7 Bureau | December 09, 2019 IST

ନୂଆଦିଲ୍ଲୀ : ସାରା ଦେଶ ଏବେ ପିଆଜ ଦରବୃଦ୍ଧିକୁ ନେଇ ଛଟପଟ ହେଉଛି। ହେଲେ ଆଗକୁ ଆସୁଥିବା ଆଉ ଏକ ସଂକଟ ନେଇ କେହି ଏପର୍ଯ୍ୟନ୍ତ ଚିନ୍ତା ବି କରିନାହାନ୍ତି। ତାହା ହେଉଛି ଖାଇବା ତେଲ ମୂଲ୍ୟ ବୃଦ୍ଧି। ଦେଶରେ ବିନା ତେଲରେ ରୋଷେଇ ଚିନ୍ତା ବି କରାଯାଇପାରେନା। ଏଥିରେ ଯଦି ଖାଇବା ତେଲ ସଙ୍କଟ ଉପୁଜେ ତେବେ ପରିସ୍ଥିତି କିପରି ହେବ ଏବେ ତାହା କେବଳ ଅନୁମାନ କରାଯାଇପାରେ।

{"align":"center","id":195807,"sizeSlug":"large"}

ମାଲେସିୟା ଓ ଇଣ୍ଡୋନେସିଆରେ ପ୍ରଚୁର ପାମୋଲିନ ଉତ୍ପାଦିତ ହୋଇଥାଏ। ଭାରତ ଏହି ଖାଇବା ତେଲର ଏକ ବଡ ଉତ୍ପାଦକ ଦେଶ। ତେବେ ଉଭୟ ଦେଶ ଏବେ ଇନ୍ଧନ ଦରବୃଦ୍ଧି ଜନିତ ସଙ୍କଟର ମୁକାବିଲା ଲାଗି ପାମୋଲିନରୁ ବାୟୋଫୁଏଲ ପ୍ରସ୍ତୁତି ଉପରେ ଜୋର ଦେଉଛନ୍ତି। ଏଣୁ ଭାରତକୁ ଇଡିଏବଲ ଅଏଲ ରପ୍ତାନୀ ହ୍ରାସ ହେବାର ଏବେଠୁ ଅନୁମାନ କରାଗଲାଣି। ଏଣୁ ଦେଶରେ ଆଗକୁ ଖାଇବା ତେଲ ମୂଲ୍ୟ ବୃଦ୍ଧି ଆଶଙ୍କା କରାଯାଉଛି।

{"id":195808,"sizeSlug":"large"}

ଗତ ମୌସୁମୀ ବର୍ଷାରେ ଦେଶର ବ୍ୟାପକ ତୈଳ ବିଜ ଫସଲ ହାନୀ ହୋଇଥିଲା। ବିଶେଷ କରି ସୋୟାବିନ ଫସଲହାନୀ ବଜାରରେ ଏବେ ତୈଳବିଜ ମୂଲ୍ୟ ବୃଦ୍ଧିର କାରଣ ପାଲଟିଛି। ଦେଶରେ ସୋରିଷ ସେପ୍ଟେମ୍ବରରୁ  ଅକ୍ଟୋବର ମାସ ମଧ୍ୟରେ ଲାଗି ଥାଏ। ଚଳିତବର୍ଷ ସୋରିଷ ଚାଷ ହୋଇସାରିଥିବା ବେଳେ ବଜାର ନଥିବାରୁ ଅନେକ ଅଞ୍ଚଳରେ ଚାଷୀ ଆଉ ପୂର୍ବ ପରି ସୋରିଷ ଚାଷ କରୁ ନାହାନ୍ତି। ଏଣୁ ସୋରିଷ  ଚାହିଦା ଆଗାକୁ ବଢିବାକୁ ଥିଲେ ହେଁ ଆବଶ୍ୟକତା ଅନୁସାରେ ଅମଳ ଆସିବ ନାହିଁ। ଏଣୁ ଆଗାମୀ ଦିନରେ ଦେଶ ଗୁରୁତର ଖାଇବା ତେଲ ସଙ୍କଟର ସମ୍ମୁଖୀନ ହେବା ନେଇ ବଜାର ସମୀକ୍ଷକମାନେ ଆଶଙ୍କା କରିଛନ୍ତି।

{"id":195810,"sizeSlug":"large"}

ଦେଶର ଦୁଇ ସୋରିଷ ଉତ୍ପାଦକ ରାଜ୍ୟ ରାଜସ୍ଥାନ ଓ ହରିୟାଣାରେ ସୋରିଷ ଚାଷ ବୃଦ୍ଧି ହୋଇଛି। ହେଲେ ଏହି ବୃଦ୍ଧି ପରିମାଣ କେତେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେପଟେ ସରକାର ସୋରିଷର ସର୍ବନିମ୍ନ ସହାୟକ ଦରରେ ୧୦ ଟଙ୍କା ବୃଦ୍ଧି କରିଛନ୍ତି। ଫଳରେ ପ୍ରତିକ୍ୱିଣ୍ଟଲ ସୋରିଷ ମୂଲ୍ୟ ୪ହଜାର ୨ଶହରୁ ୪ହଜାର ୪ଶହ ଟଙ୍କା ହୋଇଛି। ଫଳରେ ଗତମାସରୁ ପ୍ରତିଲିଟର ସୋରିଷ ତେଲ ମୂଲ୍ୟରେ ୧୦ ଟଙ୍କା ବୃଦ୍ଧି ହୋଇସାରିଛି। ଏଥିରେ ଯଦି ଖାଇବା ତେଲ ଆମଦାନୀ ହ୍ରାସ ହୁଏ କି ବନ୍ଦ ହୁଏ ତେବେ ସଙ୍କଟ ଅଧିକ ଗୁରୁତର ହେବ ବୋଲି ତୈଳ ବ୍ୟବସାୟୀମାନେ  କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.