Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ସାଧାରଣ ଜନତାଙ୍କୁ ଝଟ୍‌କା ! ଫଳ ଓ ପନିପରିବା ପରେ ବଢିପାରେ ଖାଇବା ତେଲ ଦର

10/06/2020 at 12:58 PM

ନୂଆଦିଲ୍ଲୀ ୧୦/୦୬ : କରୋନା ସଙ୍କଟ ମଧ୍ୟରେ ବର୍ତ୍ତମାନ ଜନତାଙ୍କୁ ମହଙ୍ଗା ମାଡର ସାମ୍ନା ମଧ୍ୟ କରିବାକୁ ପଡିପାରେ | ଯାହାର ପ୍ରଭାବ ଆଗାମୀ ଦିନରେ ରୋଷେଇ ଉପରେ ପଡିପାରେ | ଫଳରେ ରୋଷେଇଘର ବଜେଟ ବିଧିବର ଆଶଙ୍କା ରହିଛି | ନ୍ୟୁଜ ଏଜେନ୍ସି ରାଇଟର୍ସଙ୍କ ଅନୁଯାୟୀ, କେନ୍ଦ୍ର ସରକାର ଖାଦ୍ୟ ତୈଳ ଉପରେ ଆମଦାନୀ ଶୁଳ୍କ ବଢାଇବା ପାଇଁ ବିଚାର କରୁଛନ୍ତି | ହୋଟେଲ, ରେସ୍ତୋରାଁ ଓ କ୍ୟାଣ୍ଟିନ ଖୋଲିବା ପରେ ଫଳ, ପନିପରିବା ଦର ବୃଦ୍ଧି ପାଇବା ଆଶଙ୍କା କରାଯାଉଛି | ନିକଟରେ ମୋଦି ସରକାର ଆତ୍ମନିର୍ଭର ଭାରତ ନିର୍ମାଣର ଘୋଷଣା କରି ତାକୁ ଆଗକୁ ବଢାଇବା ପ୍ରତି ଜୋର ଦେଇଥିଲେ | ସରକାରଙ୍କ ଲକ୍ଷ୍ୟ ଆମଦାନୀ ଶୁଳ୍କ ବୃଦ୍ଧି କରି ଦେଶରେ ତୈଳ ଉତ୍ପାଦନକୁ ପ୍ରୋତ୍ସାହନ ଦେବା |

ସରକାର ଦେଶରେ ଖାଇବା ତୈଳ ଉତ୍ପାଦନ ମାମଲାରେ ଆତ୍ମନିର୍ଭର କରିବାକୁ ଚାହୁଁଛନ୍ତି | କାରଣ ଏହାଫଳରେ ଚାଷୀଙ୍କ ରୋଜଗାର ବଢିବ, ରୋଜଗାର ମଉକା ବଢିବ ଏବଂ ଦେଶର ରପ୍ତାନି ମଧ୍ୟ ବୃଦ୍ଧି ପାଇବ | ସୋଲଭେଣ୍ଟ ଏକ୍ସଟ୍ରାକ୍ଟର ଆସୋସିଏସନ୍ ଅଫ୍ ଇଣ୍ଡିଆର ମହାନିର୍ଦେଶକ ବି.ବି.ମେହତା ଗଣମାଧ୍ୟମକୁ କହିଛନ୍ତି ଯେ, ସରକାର ଖାଦ୍ୟ ତୈଳ ଆମଦାନୀ ଉପରେ ଅଙ୍କୁଶ ଲଗାଇବା ଏବଂ ଦେଶରେ ତୈଳ ଉଦ୍ୟୋଗ ବୃଦ୍ଧି କରିବା ପାଇଁ ପରାମର୍ଶ ମାଗିଛନ୍ତି | ତୈଳ ଉତ୍ପାଦନ ବଢାଇବା ପାଇଁ ସେ ସରକାରଙ୍କୁ ଅନେକ ପରାମର୍ଶ ମଧ୍ୟ ଦେଇଛନ୍ତି ବୋଲି କହିଛନ୍ତି |

ସୂତ୍ରରୁ ଜଣାପଡିଛି ଯେ, ଦେଶ ମାଲେସିଆରୀ ପାମ ତେଲ, ଆମଦାନୀ କରେ | ଯଦି ସରକାର ଶୁଳ୍କ ବଢ଼ାନ୍ତି ତାହେଲେ ତୈଳ ଦର ବୃଦ୍ଧି ପାଇବ ଏବଂ ଆମଦାନୀ ମଧ୍ୟ ହ୍ରାସ ପାଇବ | ଯାହାଫଳରେ ସୋରିଷ, ସୋୟାବିନ, ବାଦାମ ଆଦି ତୈଳର ଚାହିଦା ବୃଦ୍ଧି ପାଇବ | ଚାହିଦା ବୃଦ୍ଧି ପାଇବ ସହ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବ | ସରକାରଙ୍କ କହିବାନୁଯାୟୀ, ଟ୍ୟାକ୍ସରୁ ଆସୁଥିବା ଟଙ୍କା ଦେଶରେ ତୈଳ ଉତ୍ପାଦନ କରିବାରେ ବ୍ୟବହାର କରାଯିବ | ଜଣେ ଅଧିକାରୀ ଏବଂ ଉଦ୍ୟୋଗ ସୂତ୍ରରୁ ଜଣାପଡିଛି ଯେ ତୈଳ ଶୁଳ୍କରେ ୫ ପ୍ରତିଶତ ବୃଦ୍ଧି ହୋଇପାରେ |

ସରକାରଙ୍କ କହିବାନୁଯାୟୀ, ଦେଶରେ ଖାଇବା ତୈଳର ଆମଦାନୀ ବୃଦ୍ଧି ପାଇଛି | ମୋଟ ଖର୍ଚ୍ଚର ପାଖାପାଖି ୭୦ ପ୍ରତିଶତ ଖାଇବା ତେଲ ଆମଦାନୀ ହୋଇଥାଏ | ଯାହା ଉପରେ ବର୍ଷକୁ ପାଖାପାଖି ୧୦୦ କୋଟି ଡଲାର ଖର୍ଚ୍ଚ କରାଯାଇଥାଏ | ଯଦି ଟ୍ୟାକ୍ସ ବିଷୟରେ କୁହାଯାଏ ତାହେଲେ ଭାରତରେ କଞ୍ଚା ସୋରିଷ ତେଲ, ସୋୟାବିନ ତେଲ ଓ ସୁରଜମୁଖୀ ତେଲ ଉପରେ ୩୫ ପ୍ରତିଶତ ଆମଦାନୀ ଶୁଳ୍କ ଲାଗିଥାଏ | ଅପରପକ୍ଷରେ ରିଫାଇନ ପାମ ତେଲ ଉପରେ ୩୭.୫ ପ୍ରତିଶତ ଓ ରିଫାଇନ ତେଲ ଉପରେ ୪୫ ପ୍ରତିଶତ ଆମଦାନୀ ଶୁଳ୍କ ଲାଗିଥାଏ |

   Related Posts