ବୁଲା କୁକୁରଙ୍କ ପାଇଁ ୧୪ହଜାର କି.ମି. ପାଦରେ ଚାଲି ଚାଲି ଯାତ୍ରାକଲେ ଏହି ବ୍ୟକ୍ତି, ପଢନ୍ତୁ ପୂରା ଖବର
12/11/2019 at 5:31 PM

କୁହାଯାଏ କୁକୁର ସବୁଠାରୁ ବିଶ୍ବସ୍ତ ଓ ଇମାନଦାର ପ୍ରାଣୀ । ଯାହାର ଅନେକ ଉଦାହରଣ ଆମେ ଦେଖିଛେ । । କିନ୍ତୁ ଏହି କଥା କହିପାରୁନଥିବା ବୁଲା କୁକୁରଙ୍କୁ ଅନେକ ଘୋଡାଇଥାନ୍ତି ତ କିଏ ମାରିଥାନ୍ତି । ପୁଣି କେବେ ଏମାନେ ଦୃତଗତିରେ ଆସୁଥିବା ଗାଡିର ଶିକାର ହୋଇଥିବାବେଳେ କିଛି ଆହତ ହୁଅନ୍ତି ଏହାପରେ ରୋଗରେ ପଡି ମରିଯାନ୍ତି । ଏମାନଙ୍କ ଜୀବନ ଭଗବାନଙ୍କ ଭରସାରେ ହି ଚାଲିଥାଏ ।

ଏମିତିରେ ଏହି ବୁଲା କୁକୁରଙ୍କ ପାଇ କିଏ ଭରସା। କିନ୍ତୁ କିଛି ଲୋକ ଅଛନ୍ତି ଯୋଉଁମାନେ ନିଜ ତରଫରୁ କିଛି କରିଥାନ୍ତି । ଏମିତି ହିଁ ଜଣେ ବ୍ୟକ୍ତି ଅଛନ୍ତି ଯିଏ ଏହି ବୁଲା କୁକୁରଙ୍କ ପାଇଁ ୧୪ ହଜାର କିଲୋମିଟର ଯାତ୍ରା ପାଦରେ ଚାଲି ଚାଲି କରିଛନ୍ତି ।

ରାସ୍ତା ସାରା ବୁଲା କୁକୁରରେ ଭରି ହୋଇ ରହିଛି । ଟ୍ରଲିରେ ସାମାନ ସହ ଅନେକ କୁକୁର ମଧ୍ୟ ବସିଛନ୍ତି । ଜଣେ ବ୍ୟକ୍ତି ଏହି ଟ୍ରଲିକି ଧକ୍କା ଦେଇ ଆଗକୁ ବଢୁଛନ୍ତି । ସେ ହେଉଛନ୍ତି ଏଡଗାର୍ଡୋ ପେରୋସ୍ । ଯିଏକି କୁକୁରଙ୍କ ସାହାର୍ଯ୍ୟ କରିବା ପାଇଁ ଏକ ଲମ୍ବା ଯାତ୍ରା ସ୍ଥିର କରିଛନ୍ତି । ତାଙ୍କର ଟ୍ରଲିରେ ସାମାନ ସହ କୁକୁର ଅଛନ୍ତି । କିନ୍ତୁ ସେ ନିଜେ ନବସି ଟ୍ରଲିକୁ ଧକ୍କା ମାରି ମାରି ଆଗକୁ ଯାଉଛନ୍ତି । ୪୯ ବର୍ଷୀୟ ଏଡଗାର୍ଡ କୁହନ୍ତି କିଏ ମଧ୍ୟ ରାସ୍ତାରେ ବୁଲୁଥିବା କୁକୁରଙ୍କ ସାହାଯ୍ୟ କରିନଥାନ୍ତି । ମଣିଷ ହୁଅନ୍ତୁ ବା ପଶୁ ସେମାନଙ୍କୁ ସାଥ୍ ଓ ଟିକେ ସ୍ନେହ ଦରକାର ।

ଏଯାଏଁ ଏଡଗାର୍ଡ ମେକସିକୋରେ ପ୍ରାୟ ୧୪ ହଜାର ଯାତ୍ରା କରିସାରିଣେଣି ଆଉ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ୧ ହଜାର ୪୩୨ କିଲୋମିଟରର ଯାତ୍ରା କରିବାକୁ ପଡିବ । ବର୍ତ୍ତମାନ ତାଙ୍କ ପାଖରେ ତାଙ୍କର ୩ଟି କୁକୁର ରହିଛନ୍ତି । ଯେଉଁମାନେ ତାଙ୍କ ସହ ୬ ବର୍ଷ ହେଲାଣି ତାଙ୍କ ସହ ଏମିତି ଚାଲୁଛନ୍ତି ।

୬ବର୍ଷ ହେଲାଣି ସେ ୫୦୦ ରୋଗରେ ପୀଡିତ ଓ ଆହତ କୁକୁରଙ୍କୁ ବଞ୍ଚାଇଛନ୍ତି । ଏହା ସହିତ ସେମାନଙ୍କୁ ସାହାରା ମଧ୍ୟ ଦେଇଛନ୍ତି । ତାଙ୍କ ଏଭଳି କିଛି କୁକୁର ହିଁ ମିଳିଛନ୍ତି ଯେଉଁମାନଙ୍କୁ ବଞ୍ଚାଇବା ମୁସକିଲ ଥିଲା । ସେମାଙ୍କୁ ଖାଇବା ଦେବା ସହ ସେମାନଙ୍କର ଯତ୍ନ ବି ନେଇଥାନ୍ତି ।

ସେ ଏହାମଧ୍ୟ କହିଛନ୍ତି କୁକୁରଙ୍କୁ ସାହାଯ୍ୟ ପାଇଁ ସେ କେବଳ ଥରେ ମାତ୍ର ମେକସିକୋରେ ଲମ୍ବା ଯାତ୍ରା କରିଛନ୍ତି ତାହା ନୁହେଁ ଆଗକୁ ମଧ୍ୟ ନିଜର ବାକି ଜୀବନ ସେ ଏଭଳି ଏହି କୁକୁରଙ୍କୁ ପାଇଁ କାମ କରୁଥିବେ ।