ଗୋଲାପି ରଙ୍ଗରେ ସଜେଇ ହୋଇଛି କୋଲକାତା- ଭାରତ ପିଙ୍କ ବଲ୍‌ରେ ଖେଳିବ ପ୍ରଥମ ଦିବା ରାତ୍ର ମ୍ୟାଚ

Published By : Prameya-News7 Bureau | November 21, 2019 IST

କୋଲକାତା ୨୧।୧୧ -  ଆସନ୍ତାକାଲି କୋଲକାତା ଇଡେନ୍‌ ଗାର୍ଡେନ୍‌ରେ ଭାରତ ବାଂଲାଦେଶ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦ୍ବିତୀୟ ଟେଷ୍ଟ । ତେବେ ଏହି ଟେଷ୍ଟ ମ୍ୟାଚ୍‌ର ପ୍ରମୁଖତା ହେଉଛି ଯେ ଭାରତ ତାର ଟେଷ୍ଟ ଇତିହାସରେ ପ୍ରଥମ ଥର ପାଇଁ ଦିବା ରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଯାଉଛି । ଏହି ମ୍ୟାଚ୍‌ ପୁଣି ଖେଳାଯିବ ପିଙ୍କ୍‌ ବଲ୍‌ରେ । ତେଣୁ କୋଲକାତା ଇଡେନ୍ ଗାର୍ଡେନ୍‌ ସହ ଐତିହାସିକ ସିଟିକୁ ପୂରା ଗୋଲାପି ରଙ୍ଗରେ ସଜେଇ ଦିଆଯାଇଛି ।

{"id":187884,"sizeSlug":"large"}

ପିଙ୍କ ସିଟି ଜୟପୁର । କିନ୍ତୁ ଏବେତ ଜୟପୁର ହୋଇଛି ଗୋଲାପି ଗୋଲାପି। ଗୋଲାପି ରଙ୍ଗରେ ସଜେଇ ହୋଇଛି କୋଲକାତା । କାରଣ ଇଡେନ୍‌ ଗାର୍ଡେନ୍‌ରେ ଭାରତ ଖେଳିବାକୁ ଯାଉଛି ପ୍ରଥମ ଡେ ଆଣ୍ଡ ନାଇଟ୍ ଟେଷ୍ଟ ମ୍ୟାଚ୍‌ । ପାରମ୍ପରିକ ଲାଲ୍‌ ବଲ୍ ପରିବର୍ତ୍ତେ ପ୍ରଥମ ଥର ପାଇଁ ଭାରତ ପିଙ୍କ ବଲ୍‌ରେ ଖେଲିବ । ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ଏହି ଟେଷ୍ଟକୁ ପିଙ୍କ ବଲ୍‌ରେ କରିବାକୁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ।

{"id":187886,"sizeSlug":"large"}

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପିଙ୍କ୍ ବଲ୍ ଟେଷ୍ଟ ପାଇଁ ସବୁଠାରୁ ଉପଯୁକ୍ତ ଭେନ୍ୟୁ ହୋଇପାରିବ ଇଡେନ୍ ଗାର୍ଡେନ୍ । କାରଣ ଏଠି ସମସ୍ତ ପ୍ରକାର ସୁବିଧା ରହିଛି । ଦୁଲୀପ ଟ୍ରଫି ଦିବାରାତ୍ର ମ୍ୟାଚରେ କୋକାବୁରା ବଲର ବ୍ୟବହାର କରାଯାଇଥିଲା । ହେଲେ ଏହି ଟେଷ୍ଟ ମ୍ୟାଚ୍ ପାଇଁ ଏସଜି ବଲ ବ୍ୟବହାର ହେବ ।

{"id":187888,"sizeSlug":"large"}

ମାନେ ଅଧିକ ସ୍ପିନ ହେବ।  ଲାଲ୍ ବଲ୍ ତୁଳନାରେ ପିଙ୍କ୍ ବଲର ବାହାର ଭାଗ ଅଧିକ ଚିକ୍କଣ ଥାଏ । ତେଣୁ ଘାସ ଏଠାରେ ପ୍ରମୁଖ ଭୂମିକା ନେବ । ଇଡେନ୍‌ର ଆଉଟଫିଲ୍ଡରେ ଅଧିକ ଘାସ ରହିଛି। ଏହାସହ ଏଠାକାର ପିଚ୍‌ର କଳା ମାଟି ମଧ୍ୟ ଚିକ୍କଣ।  ରାତିରେ ଲାଲ୍ ଏବଂ ଧଳା ବଲ୍ ଦେଖିବା କଷ୍ଟକର ହେଉଥିବାରୁ ବହୁ ପରୀକ୍ଷା ନିରୀକ୍ଷା ପରେ ପିଙ୍କ୍‌ ବଲ୍‌ରେ ଏହାକୁ ଖେଳା ଯାଇଥିଲା।

{"id":187887,"sizeSlug":"large"}

ଏହି ମ୍ୟାଚକୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବେଲ୍ ବଜାଇ ଉଦ୍‌ଘାଟନ କରିବେ । ସେହିପରି ମ୍ୟାଚ୍‌ ପାଇଁ ପାରା ଟ୍ରୁପରର୍ସ ବଲ୍ ଧରି ପଡିଆରେ ଓହ୍ଲାଇବେ ଏବଂ ଦୁଇ କ୍ୟାପଟେନ୍‌କୁ ଏହା ହସ୍ତାନ୍ତର କରିବେ । ପ୍ରଥମ ଟେଷ୍ଟରେ ଭାରତ ଏକପାଖିଆ ବିଜୟ ହାସଲ କରିଥିବାରୁ ଏହ ମ୍ୟାଚ୍‌ ଭାରତ ଆଡଭାଣ୍ଟେଜରେ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.