ପିଛା କରୁଥିବାରୁ ଉତ୍ତ୍ୟକ୍ତ ମହିଳା କାଟିଲେ ଯୁବକଙ୍କ ଯୈାନାଙ୍ଗ

Published By : Prameya-News7 Bureau | December 27, 2018 IST

ଥାଣେ ୨୭/୧୨: ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ ଜଣେ ମହିଳା ଅନ୍ୟ ୨ଜଣ ଲୋକଙ୍କ ସହ ମିଶି ଜଣେ ୨୭ବର୍ଷ ବୟସ୍କ ଯୁବକଙ୍କ ଯୈାନାଙ୍ଗ କାଟି ଦେଇଛନ୍ତି। ମହିଳାଙ୍କ କହିବାନୁସାରେ ଉକ୍ତ ବ୍ୟକ୍ତି ଜଣକ ତାଙ୍କୁ ହଇରାଣ କରୁଥିଲେ। ପୋଲିସ୍ ବୁଧବାର ଦିନ ଏହି ସୂଚନା ଦେଇଛି। ଏହି ଘଟଣା ଗତକାଲି ମାନପାଡ଼ାର ନାନଦୀବାଲି ଅଞ୍ଚଳରେ ଘଟିଛି।

ମହିଳାଙ୍କ କହିବାନୁସାରେ ପୀଡ଼ିତ ବ୍ୟକ୍ତି ଏବଂ ୪୨ବର୍ଷ ବୟସ୍କ ମହିଳା ଗୋଟିଏ ଅଞ୍ଚଳରେ ରୁହନ୍ତି। ପୋଲିସ୍ ଏହି ୨ଜଣଙ୍କ ପରିଚୟ ବ୍ୟକ୍ତ କରିନାହିଁ। ମହିଳା ପୋଲିସଙ୍କୁ କହିଥିଲେ ଯେ ଏହି ବ୍ୟକ୍ତିଜଣକ ମହିଳାଙ୍କୁ କିଛି ଦିନ ହେବ ପିଛା କରି ଆସୁଥିଲେ। ଏହି ଯୁବକ ଜଣକ ମହିଳାଙ୍କ ସ୍ବାମୀଙ୍କୁ କହିଥିଲେ ଯେ ସେ ତାଙ୍କ ସ୍ତ୍ରୀଙ୍କୁ ପସନ୍ଦ କରନ୍ତି। ଏଥିପାଇଁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ମହିଳା ଜଣକ ତାଙ୍କୁ ଶିକ୍ଷା ଦେବାପାଇଁ ପଦକ୍ଷେପ ଉଠାଇଥିଲେ। ପୋଲିସ୍ ମହିଳା ଏବଂ ତାଙ୍କ ୨ସହଯୋଗୀଙ୍କୁ ଗିରଫ କରିଛି ।

ମହିଳା ଜଣକ ଡୋମ୍ବିବଲୀର ନାନ୍ଦିବାଲି ଅଞ୍ଚଳଳ ବାସିନ୍ଦା। ମହିଳାଙ୍କ ଅଭିଯୋଗ ଏହା ଥିଲା ଯେ ଯୁବକ ଜଣକ ତାଙ୍କୁ ପ୍ରତିଦିନ ହଇରାଣ କରୁଥିଲା  ଏବଂ ଅଶ୍ଳୀଳ ଇଙ୍ଗିତ ଦେଉଥିଲା। ବାରମ୍ବାର ମନା କରିବା ସତ୍ତ୍ବେ ଯେତେବେଳେ ଯୁବକ ଜଣକ ମାନିନଥିଲା ସେତେବେଳେ ମହିଳା ତାଙ୍କ ୨ସହଯୋଗୀଙ୍କ ସହ ମିଶି ତାଙ୍କୁ ଧରି ତାଙ୍କ ଗୋଡ଼ ହାତ ବାନ୍ଧି ଦେଇଥିଲେ। ଏହାପରେ ଛୁରୀରେ ତାଙ୍କ ଯୈାନାଙ୍ଗ କାଟି ଦେଇଥିଲେ। ଯୁବକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ବର୍ତ୍ତମାନ ଗୁରୁତର ଅଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.