Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏବେ ତଦନ୍ତ କରିବ ED : ନିଜ ମେକ୍ ଅପ୍ ଏବଂ ଭାଇଙ୍କ ପଛରେ ସୁଶାନ୍ତଙ୍କ ଟଙ୍କା ଉଡ଼ାଇଥିଲେ ରିୟା!

1/08/2020 at 12:15 PM

ମୁମ୍ବାଇ ୧/୮ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଜାରି ରହିଛି। ପ୍ରବର୍ତ୍ତନ ନିର୍ଦେଶାଳୟ ଏଥିରେ ମନି ଲଣ୍ଡ୍ରିଂ ମାମଲା ରୁଜୁ କରିବା ପରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ତରଫରୁ କରାଯାଇଥିବା ଖର୍ଚ୍ଚର ତଦନ୍ତ କରୁଛି।

ବର୍ତ୍ତମାନ ସୁଶାନ୍ତ ସିଂହ ରାଜପୁତଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ମିଳିଛି। ଏଥିରୁ ଜଣା ପଡ଼ିଛି ଯେ ସୁଶାନ୍ତ ସିଂହ ରାଜପୁତଙ୍କ ବ୍ୟାଙ୍କ ଖାତାରେ ୯୦ଦିନରେ ବାଲାନ୍ସ ୪.୬୪କୋଟିରୁ ହ୍ରାସ ପାଇ ୧.୪କୋଟି ଟଙ୍କା ରହି ଯାଇଛି।  ପ୍ରବର୍ତ୍ତନ ନିର୍ଦେଶାଳୟ ଏହାର ଯାଞ୍ଚ କରୁଛି। ଯାଞ୍ଚ ଏଜେନ୍ସି ସେହି ଟଙ୍କାର ମଧ୍ୟ ଯାଞ୍ଚ କରୁଛି ଯାହାକୁ ରିୟା ଚକ୍ରବର୍ତ୍ତୀ ନିଜ ଖର୍ଚ୍ଚ ଏବଂ ତାଙ୍କ ପରିବାରର ସଦସ୍ୟଙ୍କ ଖାତାରେ ଟ୍ରାନ୍ସଫର କରି ଦେଇଥିଲେ।

ବ୍ୟାଙ୍କ ଖାତାର ଡିଟେଲ୍ସ ମୁତାବକ ୨୦୧୯ ଅକ୍ଟୋବର ୧୪ତାରିଖରେ ସୁଶାନ୍ତ ସିଂହଙ୍କ ଆକାଉଣ୍ଟରେ ୪.୭କୋଟିରୁ ଅଧିକ ଟଙ୍କା ଥିଲା। ସେହି ଦିନ ରିୟାଙ୍କ ଭାଇ ଶୋଭିକଙ୍କ ଖାତାରେ ଫ୍ଲାଇଟ୍ ଟିକେଟ ପାଇଁ ୮୧,୯୦୧ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ତା ପରଦିନ ଅର୍ଥାତ୍ ଅକ୍ଟୋବର ୧୫ତାରିଖ ଦିନ ରିୟାଙ୍କ ଭାଇଙ୍କ ହୋଟେଲ୍ ଖର୍ଚ୍ଚ ପାଇଁ ୪.୭ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ସେହି ଦିନ ହୋଟେଲ୍ ତାଜରେ ରହିବା ପାଇଁ ପୁଣି ଥରେ ୪.୩ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ଅକ୍ଟୋବର ୧୬ତାରିଖରେ ଦିଲ୍ଲୀ ପାଇଁ ରିୟା ଏବଂ ଶୋଭିକଙ୍କ ଟିକେଟ ଖାତିରରେ ୭୬,୦୦୦ଟଙ୍କା ଟ୍ରାନ୍ସଫର କରାଯାଇଥିଲା।

ସୁଶାନ୍ତ ସିଂହଙ୍କ ବ୍ୟାଙ୍କ ଖାତାର ଡିଟେଲ୍ସରୁ ଜଣା ପଡ଼ୁଛି ଯେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଆସନ୍ତା କିଛି ଦିନ ଯାଏଁ ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ନଭେମ୍ବର ୧୪ତାରିଖରେ ରିୟାଙ୍କ ନାଁରେ ୧.୫ଲକ୍ଷ ଟଙ୍କାର ଆଉ ଏକ ନେଣଦେଣ ହୋଇଥିଲା। ନଭେମ୍ବର ୨୦ ଏବଂ ୨୧ତାରିଖରେ ରିୟାଙ୍କ ମେକଅପ୍ ଏବଂ କିଣାକିଣି ପାଇଁ ୭୫,୦୦୦ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା। ନଭେମ୍ବର ୨୪ତାରିଖରେ ରିୟା ୨୨,୨୨୦ଟଙ୍କାର ଶପିଂ କରିଥିଲେ। ସୁଶାନ୍ତ ସିଂହ ନଭେମ୍ବର ୨୫ତାରିଖରେ ରିୟାଙ୍କ ଭାଇଙ୍କ ଟ୍ୟୁସନ ଫିସ୍ ପେମେଣ୍ଟ କରିଥିଲେ।

ନିୟମିତ ଆଧାରରେ ଏପରି ଅନେକ ନେଣଦେଣ ହୋଇଥିଲା ଯାହା ସୁଶାନ୍ତ ସିଂହଙ୍କ ବ୍ୟାଙ୍କ୍ ଷ୍ଟେଟମେଣ୍ଟ ଅନୁସାରେ ରିୟାଙ୍କ ବ୍ୟକ୍ତିଗତ ଖର୍ଚ୍ଚ ସହ ସମ୍ବନ୍ଧିତ ଥିଲା ।

   Related Posts