Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଅହମଦ ପଟେଲଙ୍କ ଘରେ ଇଡି ଟିମ୍ : ଟଙ୍କା ହେରଫେର ମାମଲାରେ ପଚାରିଲେ ସିରିଜ୍ ପ୍ରଶ୍ନ, ପୂର୍ବରୁ ୫ ହଜାର କୋଟି ଋଣ ମାମଲାରେ କଂଗ୍ରେସ ନେତାଙ୍କ ପୁଅ ଜ୍ୱାଇଁ ପଳାତକ ଘୋଷିତ

27/06/2020 at 2:32 PM

ନୂଆଦିଲ୍ଲୀ ୨୭/୦୬ : ସନ୍ଦେଶରା ଗ୍ରୁପ ବିରୋଧରେ ୫ ହଜାର କୋଟି ଟଙ୍କା ଠକାମୀ ମାମଲାରେ ଯାଞ୍ଚ କରୁଥିବା ଇଡି କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ଘରେ ପହଞ୍ଚିଛି | ଗୁଜରାଟ ଫାର୍ମା କମ୍ପାନୀ ଷ୍ଟାଲିଙ୍ଗ ବାୟୋଟେକ ଉପରେ ଚାଲୁଥିବା ଠକାମୀ ମାମଲାରେ ଇଡି ମନି ଲଣ୍ଡରିଂ ମାମଲା ରୁଜ୍ଜୁ କରିଛି | ଏହି ମାମଲାରେ ଇଡି କଂଗ୍ରେସ ନେତା ଅହମଦ ପଟେଲଙ୍କୁ ପଚରାଉଚୁରା କରୁଛି | ସନ୍ଦେଶରା ଗ୍ରୁପ ସହ ଅହମଦ ପଟେଲଙ୍କ ସମ୍ପର୍କକୁ ନେଇ ଯାଞ୍ଚ ଚାଲିଛି | ପୂର୍ବରୁ ଇଡି ଅହମଦ ପଟେଲଙ୍କ ଜ୍ୱାଇଁ ଓ ପୁଅକୁ ପଚରାଉଚୁରା କରିଥିଲା |

ମନି ଲଣ୍ଡରିଂ ମାମଲାରେ ପ୍ରବର୍ତନ ନିର୍ଦେଶାଳୟ ଟିମ ଫାର୍ମା ସେକ୍ଟର କମ୍ପାନୀ ଷ୍ଟାଲିଙ୍ଗ ବାୟୋଟେକ ସଞ୍ଚାଳକଙ୍କ ଠାରୁ ଅହମଦ ପଟେଲଙ୍କ ପୁଅ ଓ ଜ୍ୱାଇଁ ସମ୍ପର୍କରେ ଯାଞ୍ଚ କରୁଛି | ଇଡି ଅହମଦ ପଟେଲଙ୍କ ପୁଅ ଫୈଜଲ ପଟେଲଙ୍କ ବୟାନ ରେକର୍ଡ କରିଥିଲା | ପୁଅ ଫୈଜଲ ଓ ଜ୍ୱାଇଁ ଇରଫାନ ସିଦ୍ଦିକି ଷ୍ଟାଲିଙ୍ଗ ବାୟୋଟେକର ଟଙ୍କା ମନି ଲଣ୍ଡରିଂ ମାମଲାରେ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା |

ଗୁଜରାଟ ଫାର୍ମା କ୍ଷେତ୍ରର ଏହି କମ୍ପାନୀକୁ ବଡୋଦରା ସନ୍ଦେଶରା ଗ୍ରୁପ ସଞ୍ଚାଳନ କରିଥାଏ | ଫାର୍ମା କମ୍ପାନୀର ପ୍ରମୋଟର ସନ୍ଦେଶରା ବନ୍ଧୁ ନିତିନ, ଚେତନ ତଥା ଦୀପ୍ତି ସନ୍ଦେଶରା ୧୪ ହଜାର ୫୦୦ କୋଟି ଟଙ୍କା ବ୍ୟାଙ୍କ ଋଣ ଠକେଇ କରିଥିବା ଅଭିଯୋଗ ହୋଇଥିଲା | ଏମାନେ ଦେଶରୁ ପଳାୟନ କରିଥିଲେ | ସରକାର ଏମାନଙ୍କୁ ପଳାତକ ଘୋଷଣା କରିଛନ୍ତି | ବ୍ୟବସାୟ ବଢାଇବା କହି ସନ୍ଦେଶରା ଗ୍ରୁପ ଷ୍ଟାଲିଙ୍ଗ ବାୟୋଟେକ ନାଁରେ ୫ ହଜାର ୩୮୩ କୋଟି ଟଙ୍କା ଋଣ କରିଥିଲେ | ଏହି ଋଣ ଆନ୍ଧ୍ର ବ୍ୟାଙ୍କ ସହିତ ଜଡିତ ବ୍ୟାଙ୍କ ଦେଇଥିଲେ | କିନ୍ତୁ ଏମାନେ ଋଣ ଟଙ୍କା ସୁଝି ନଥିଲେ | ବ୍ୟାଙ୍କର ଅଭିଯୋଗକ୍ରମେ ସିବିଆଇ ୨୦୧୭ ମସିହା ଅକ୍ଟୋବରରେ ଫାର୍ମା କମ୍ପାନୀର ପ୍ରମୋଟର ନିତିନ ସନ୍ଦେଶରା, ଚେତନ ସନ୍ଦେଶରା ଏବଂ ଦୀପ୍ତି ସନ୍ଦେଶରାଙ୍କ ବିରୋଧରେ ଠକେଇ ମାମଲା ରୁଜ୍ଜୁ କରିଥିଲା |

ଅହମଦ ପଟେଲ ଗୁଜରାଟ ରାଜ୍ୟସଭା ସାଂସଦ ଅଛନ୍ତି | ଯାଞ୍ଚ ଏଜେନ୍ସି ଏହା ପୂର୍ବରୁ ଦୁଇଥର ତାଙ୍କୁ ପଚରାଉଚୁରା କରିଛି | ପଟେଲ ଏଜେନ୍ସିକୁ କହିଥିଲେ ଯେ ସେ ସିନିୟର ସିଟିଯେନ ଏବଂ କୋଭିଡି-୧୯ ଯୋଗୁଁ କେନ୍ଦ୍ର ସରକାର ଘରେ ରହିବାକୁ ଗାଇଡଲାଇନ ଜାରି କରିଛନ୍ତି | ସେଥିପାଇଁ ସେ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇପାରିବେ ନାହିଁ | ଯାଞ୍ଚ ଏଜେନ୍ସି ଏଥିରେ ସହମତ ଥିଲେ | ଶନିବାର ଦିନ ଅଧିକାରୀମାନେ ଅହମଦ ପଟେଲଙ୍କ ଘରକୁ ଯାଇ ତାଙ୍କୁ ପଚରାଉଚୁରା କରିଛନ୍ତି |

   Related Posts