ୟାମି ଗୌତମଙ୍କୁ ଇଡିର ସମନ : ମନି ଲଣ୍ଡରିଂ ମାମଲାରେ ହୋଇପାରେ ପଚରାଉଚରା

Published By : Prameya-News7 Bureau | July 02, 2021 IST

ମୁମ୍ୱାଇ ୨/୭ : ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର ସମନ । ଫେମା (ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ) ଅନୁଯାୟୀ ହୋଇଥିବା ଅନିୟମିତତା ସମ୍ପର୍କରେ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ତାଙ୍କୁ ଆସନ୍ତା ସପ୍ତାହରେ ହାଜର ହେବାକୁ କୁହାଯାଇଛି । ସୂଚନ ଥାଉକି, ୟାମି କିଛି ଦିନ ପୂର୍ବରୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

wp:html /wp:html

୨୦୧୯ ତାଙ୍କ ଅଭିନୀତ ଚଳଚ୍ଚିତ୍ର 'ଉରି: ଦି ସର୍ଜିକାଲ୍ ଷ୍ଟ୍ରାଇକ୍'ରେ ୟାମି ଏବଂ ଆଦିତ୍ୟ ଏକାଠି କାମ କରିଥିଲେ । ଯାହାକି ବହୁତ ହିଟ୍ ସାବ୍ୟସ୍ତ ହୋଇଥିଲା । ହିମାଚଳ ପ୍ରଦେଶର ବିଲାସପୁରରେ ଜନ୍ମଗ୍ରହଣ କରିବା ପରେ ଚଣ୍ଡିଗଡ଼ରେ ବଢୁଥିବା ୟାମି ଗୌତମ ଅଭିଷେକ ବଚ୍ଚନଙ୍କ ବିପକ୍ଷରେ ଆଗାମୀ ଚଳଚ୍ଚିତ୍ର ଦାସଓ୍ୱିରେ ନଜର ଆସିବେ । ଦିଲ୍ଲୀରୁ ଆସିଥିବା ଧର ବର୍ତ୍ତମାନ 'ଅମର ଅଶ୍ୱତ୍ଥାମା'ରେ କାମ କରୁଛନ୍ତି । ଏଥିରେ' ଉରି'ରେ ତାଙ୍କ ସହ କାମ କରିଥିବା ବିକି କୌଶଲ ମଧ୍ୟ ଅଭିନୟ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.