ଶିବସେନା ନେତା ସଂଜୟ ରାଉତଙ୍କ ପତ୍ନୀଙ୍କୁ EDର ସମନ, ୨୯’ରେ କରିବ ଜେରା

Published By : Prameya-News7 Bureau | December 27, 2020 IST

ମୁମ୍ବାଇ ୨୭/୧୨:  ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଂଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ପିଏମସି ବ୍ୟାଙ୍କ ଘୋଟାଲା ମାମଲାରେ ଯାଞ୍ଚ କରୁଥିବା ଇଡି ସମନ ପଠାଇଛି। ୨୯ ଡିସେମ୍ବର ଦିନ ପଚରା ଉଚରା ପାଇଁ ବର୍ଷା ରାଉତଙ୍କୁ ଡାକିଛି ଇଡି।

ପିଏମସି ବ୍ୟାଙ୍କ ଘୋଟାଲାରେ ଯାଞ୍ଚ କରୁଥିବା ଇଡି ତଦନ୍ତରେ ସାମିଲ ହେବାକୁ ବର୍ଷା ରାଉତଙ୍କୁ ସମନ ପଠାଇଛି। ମିଳିଥିବା ସୂଚନା ଅନୁସାରେ ଏହି ମାମଲାରେ ପ୍ରବୀଣ ରାଉତ ନାମକ ଏମ ଅଭିଯୁକ୍ତର ପତ୍ନୀଙ୍କ ସହ ବର୍ଷା ଟଙ୍କା ଲେଣଦେଣ କରିଥିବା ଜଣାପଡ଼ିଛି। ଏହି ଲେଣଦେଣକୁ ଭିତ୍ତି କରି ବର୍ଷାଙ୍କୁ ଇଡି ସମନ ଜାରି କରିଛି।

ନିକଟରେ ପ୍ରବୀଣ ରାଉତଙ୍କୁ ଇଡି ଗିରଫ କରିଛି। ପ୍ରବୀଣଙ୍କ ଆକାଉଣ୍ଟରୁ ଯାହା ବର୍ଷାଙ୍କ ଆକାଉଣ୍ଟକୁ ଟ୍ରାଞ୍ଜାକ୍ସନ ହୋଇଛି ସେନେଇ ଇଡି ତଥ୍ୟ ଏକାଠି କରିବାକୁ ଚାହୁଁଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.