ପତ୍ନୀଙ୍କୁ EDର ସମନ ପରେ ସଞ୍ଜୟ ରାଉତଙ୍କ ଜବାବ, ଟ୍ବିଟ୍ରରେ ଲେଖିଲେ- ଆ ଦେଖେଁ ଜରା କିସ୍ମେ କିତନା ହୈ ଦମ୍
27/12/2020 at 10:48 PM

ମୁମ୍ବାଇ ୨୭/୧୨: ପିଏମସି ବ୍ୟାଙ୍କ ଘୋଟାଲରେ ଜେରା କରିବାକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଶିବସେନା ନେତା ସଂଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ସମନ ପଠାଇଛି। ୨୯ ତାରିଖରେ ଏହି ମାମଲାରେ ତାଙ୍କୁ ପଚରା ଉଚରା ବି କରିବ ଇଡି। କିନ୍ତୁ ଏହାରି ଭିତରେ ବର୍ଷାଙ୍କ ସ୍ବାମୀ ତଥା ରାଜ୍ୟସଭା ସାଂସଦ ସଂଜୟ ରାଉତ ଟ୍ବିଟ୍ କରି ଚିରାଚରିତ ଢ଼ଙ୍ଗରେ ନିଜ ମନ୍ତବ୍ୟ ରଖିଛନ୍ତି।
ଇଡିର ସମନ ପରେ ସଞ୍ଜୟ ରାଉତ ଟ୍ବିଟ୍ କରି ଲେଖିଛନ୍ତି, ‘ଆ ଦେଖେ ଜରା କିସ୍ମେଁ କିତନା ହୈ ଦମ, ଜମକେ ରଖନା କଦମ ମେରେ ସାଥିୟା।’ ସଂଜୟ ରାଉତଙ୍କ ଏହି ଟ୍ବିଟ୍ ପରେ ବିରୋଧୀ ବିଜେପି ମଧ୍ୟ ତାଙ୍କୁ ସମାଲୋଚନା କରିଥିବା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁସାରେ ପିଏମସି ବ୍ୟାଙ୍କ ଘୋଟାଲରେ ଅନ୍ୟ ଜଣେ ଅଭିଯୁକ୍ତ ପ୍ରବୀଣ ରାଉତ ପତ୍ନୀଙ୍କ ସହ ବର୍ଷା ରାଉତଙ୍କର ୫୦ ଲକ୍ଷ ଟଙ୍କାର ଲେଣ ଦେଣ ହୋଇଥିଲା। ତେବେ ଏହି ଲେଣ ଦେଣ ମାମଲାରେ ଜେରା କରିବାକୁ ଇଡି ବର୍ଷାଙ୍କୁ ସମନ କରିଛି। ଅନ୍ୟପଟେ ଏହି ଟଙ୍କା ସମ୍ପତ୍ତି କିଣିବାକୁ ଉଧାର ନିଆଯାଇଥିଲା ବୋଲି ବର୍ଷା ରାଉତ ସଫେଇ ଦେଇଛନ୍ତି।