ବଢୁଛି ଅନିଲ ଦେଶମୁଖଙ୍କ ଅଡୁଆ : ଇଡିର ସମନ, ଜେରା ପାଇଁ ଡକରା

Published By : Prameya-News7 Bureau | June 26, 2021 IST

ମୁମ୍ବାଇ ୨୬/୬ : ଧୀରେ ଧୀରେ ବଢିବାରେ ଲାଗିଛି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ସମସ୍ୟା । ୧୦୦ କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅନିଲ ଦେଶମୁଖଙ୍କୁ ଜାରି କରିଛି ସମନ । ସକାଳ ୧୧ଟାରେ ଦେଶମୁଖଙ୍କୁ ପଚରାଉଚରା ପାଇଁ ଡକାଯାଇଛି । ଗତକାଲି ରାତିରେ ତାଙ୍କର ଦୁଇଜଣ ସହାୟକଙ୍କୁ ଇଡି ଗିରଫ କରିଥିଲା ।

ଏବେ ମଧ୍ୟ ଅନିଲ ଦେଶମୁଖଙ୍କ ଗିରଫଦାରୀକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ପ୍ରାୟ ନଅ ଘଣ୍ଟା ଧରି ପଚରାଉଚରା ପରେ ଇଡି ଶୁକ୍ରବାର ଦିନ ଦେଶମୁଖଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ପାଲାଣ୍ଡେ ଏବଂ ବ୍ୟକ୍ତିଗତ ସହାୟକ କୁନ୍ଦନ ସିନ୍ଦେଙ୍କୁ PMLA ନିୟମ ଅନୁଯାୟୀ ଗିରଫ କରିଥିଲା । ଅଭିଯୋଗ ହୋଇଛି ଯେ ମୁମ୍ବାଇର ବଲାର୍ଡ ଇଷ୍ଟେଟରେ ଥିବା କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି କାର୍ଯ୍ୟାଳୟରେ ପଚରାଉଚରା ବେଳେ ଉଭୟ ବ୍ୟକ୍ତି ସହଯୋଗ କରୁନାହାଁନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.