Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିସଙ୍କୁ ସମନ୍‌ ଜାରିକଲା ପ୍ରବର୍ତ୍ତନ ନିର୍ଦେଶାଳୟ : ୮ରେ ହାଜର ହେବାକୁ ନୋଟିସ, ବିଦେଶ ଯାଉଥିବା ବେଳେ ଏୟାରପୋର୍ଟରୁ ଧରିଥିଲା ED

6/12/2021 at 9:00 PM

ନୂଆଦିଲ୍ଲୀ ୦୬/୧୨ : ପ୍ରବର୍ତ୍ତନ ନିର୍ଦେଶାଳୟ (ED) ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିସ୍‌ଙ୍କୁ ନୋଟିସ୍‌ ଜାରି କରିଛି । ଆସନ୍ତା ଡିସେମ୍ବର ୮ ତାରିଖରେ ଦିଲ୍ଲୀ ସ୍ଥିତ ଇଡି ନିର୍ଦେଶାଳୟରେ ହାଜର ହେବାକୁ କୁହାଯାଇଛି । ପୂର୍ବରୁ ଗତ ରବିବାର ବିଦେଶ ପଳାଉଥିବା ବେଳେ ମୁମ୍ବାଇ ବିମାନବନ୍ଦରର ଜ୍ୟାକ୍‌ଲିନ୍‌ଙ୍କୁ ଅଟକାଇଥିଲା ଇଡି । ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ୍‌ଙ୍କ ନାଁରେ ମାମଲା ଚାଲୁଥିବା ବେଳେ ବିଦେଶ ନଯିବା ପାଇଁ କୁହାଯାଇଥିଲା । କିନ୍ତୁ ସେ ଏହାକୁ ବେଖାତିର କରି ଦୁବାଇ ଯିବାକୁ ଚାହୁଁଥିଲେ । ଶେଷ ମୂହୁର୍ତ୍ତରେ ମୁମ୍ବାଇ ଏୟାରପୋର୍ଟରୁ ତାଙ୍କୁ ଅଟକାଇଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ ।

ସୂଚନା ଅନୁସାରେ, ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିସ୍‌ଙ୍କ ସମେତ ସୁକେଶ ଚନ୍ଦ୍ରଶେଖର ଏବଂ ଆଉ କିଛି ବ୍ୟକ୍ତିଙ୍କ ନାଁ ରହିଛି । ସୁକେଶ ଚନ୍ଦ୍ରଶେଖର ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ମାରିୟା ପୌଲଙ୍କ ବିରୁଦ୍ଧରେ ୨୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମନି ଲଣ୍ଡରିଂ ମାମଲାର ତଦନ୍ତ ଜାରି ରହିଛି । ଏହି ମାମଲାରେ ମୋଟ ୮ ଜଣଙ୍କ ନାଁ ଥିବା ବେଳେ ପୂର୍ବରୁ ମଧ୍ୟ ଏମାନଙ୍କୁ ଜେରା କରିସାରିଛି ଇଡି ।

ରୁଜୁ ହୋଇଥିବା ମାମଲାରେ ଏହା ମଧ୍ୟ ଦର୍ଶଯାଇଛି ଯେ, ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିସ୍‌ଙ୍କୁ ଅନେକ ମହଙ୍ଗା ଉପହାର ଦେଇଥିଲେ । ଏହା ଛଡା କିଛି ବ୍ୟବସାୟୀଙ୍କ ଠାରୁ ସୁକେଶ ମୋଟା ଅଙ୍କର ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପ୍ରଥମେ ସୁକେଶ ଏବଂ ତାଙ୍କ ପତ୍ନୀ ଏବଂ ପରେ ଜ୍ୟାକଲିନ୍‌ଙ୍କୁ ମଧ୍ୟ ଲୁକ୍‌ ଆଉଟ ନୋଟିସ ଜାରି କରାଯାଇଥିଲା । ତେବେ ଇଡିକୁ କୌଣସି ସୂଚନା ନଦେଇ ବେଆଇନ ଭାବେ ବିଦେଶ ପଳାଉଥିବା ବେଳେ ମୁମ୍ବାଇ ଏୟାରପୋର୍ଟରେ କାବୁ କରିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ । ଏହି ମାମଲାକୁ ନେଇ ଆସନ୍ତା ୮ ତାରିଖରେ ଇଡିରେ ହାଜର ହେବାକୁ ନିର୍ଦେଶାବଳୀ ଜାରି ହୋଇଛି ।

   Related Posts