ପର୍ଣ୍ଣ ରାକେଟ୍ ସମ୍ପର୍କିତ ମାମଲାରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ମୋକଦ୍ଦମା ରୁଜୁ କଲେ ED

Published By : Prameya-News7 Bureau | May 19, 2022 IST

ନୂଆଦିଲ୍ଲୀ ୧୯।୫: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ଉଦ୍ୟୋଗପତି ରାଜ କୁନ୍ଦ୍ରାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୋକଦ୍ଦମା ରୁଜୁ କରିଛନ୍ତି। ଗତ ବର୍ଷ ସାମ୍ନାକୁ ଆସିଥିବା କଥିତ ପର୍ଣ୍ଣ ରାକେଟ୍ ସମ୍ପର୍କିତ ମାମଲାରେ ଏହି କେସ୍ ରୁଜୁ ହୋଇଥିବା ଜଣାପଡିଛି। ମୁମ୍ବାଇ ପୋଲିସ ୨୦ ଜୁଲାଇ ୨୦୨୧ରେ କୁନ୍ଦ୍ରାଙ୍କୁ ଏହି ମାମଲାରେ ଗିରଫ କରିଥିଲା। ତେବେ ଜୁଲାଇରେ କୁନ୍ଦ୍ରା ଗିରଫ ହେବା ପୂର୍ବରୁ ଫେବୃଆରୀରେ ପୋଲିସ ମାମଲାରେ ୫ ଜଣଙ୍କୁ ଗିରଫ କରିଥିଲା।

ଅଭିଯୁକ୍ତମାନେ ପର୍ଣ୍ଣ ଫିଲ୍ମ କରୁଥିଲେ ଓ ଲୋକଙ୍କୁ ଫିଲ୍ମ ଏବଂ ୱେବ୍ ସିରିଜରେ କାମ ଦେବାକୁ କହି ଶୋଷଣ କରୁଥିବା ଅଭିଯୋଗରେ ପୋଲିସ ମୋକଦ୍ଦମା ରୁଜୁ କରିଥିଲା। ନୂଆ ମଡେଲ ଓ ଆକ୍ଟରଙ୍କୁ ଫିଲ୍ମରେ ରୋଲ ଦେବାକୁ ପ୍ରତିଶ୍ରୁତି ଦେଇ ସେମାନଙ୍କ ଦ୍ୱାରା ପର୍ଣ୍ଣ ଫିଲ୍ମ କରାଉଥିଲେ। ଏହି ସବୁ ଫିଲ୍ମର ସୁଟିଂ ମଡ ଆଇଲ୍ୟାଣ୍ଡ ଅଥବା ମଲାଡର ଅକ୍ସା ନିକଟରେ ଭଡାରେ ନିଆଯାଇଥିବା ବଙ୍ଗଳା ଅଥବା ଆପାର୍ଟମେଣ୍ଟରେ ହେଉଥିଲା।

{"id":630970,"sizeSlug":"full","linkDestination":"none"}

ସୁଟିଂ କାଳରେ ଅଭିଯୁକ୍ତମାନେ ଅଭିନେତ୍ରୀଙ୍କ ଦ୍ୱାରା ପୃଥକ ପୃଥକ ସ୍କ୍ରିପ୍ଟରେ ସୁଟ୍ କରିବାକୁ କହୁଥିଲେ ଓ ସେମାନଙ୍କ ଦ୍ୱାରା ନ୍ୟୁଡ ସିନ୍‌ ମଧ୍ୟ ସୁଟ କରାଉଥିଲେ। ଏଥିରେ ଅଭିନେତ୍ରୀ ଅରାଜୀ ହେଲେ ସେମାନଙ୍କୁ ଧମକ ଦିଆଯିବା ସହ ସୁଟିଂର ଖର୍ଚ୍ଚ ମଧ୍ୟ ଦାବି କରାଯାଉଥିଲା। ଏହି ସବୁ ନ୍ୟୁଡ୍ କ୍ଲିପ ଗୁଡିକୁ ଏକ ଆପ୍‌ରେ ଲୋଡ କରାଯାଉଥିଲା । ଏପରି ଆପ୍ ସବସ୍କ୍ରିପସନ ଆଧାରିତ ଥିଲା। ସବସ୍କ୍ରାଇବରଙ୍କୁ ଏପରି ନିର୍ଦ୍ଧିଷ୍ଟ କଣ୍ଟେଣ୍ଟ ଦେଖାଇବା ପାଇଁ ନିଶ୍ଚିତ ଟଙ୍କା ଆଦାୟ କରାଯାଉଥିଲା।

ମାମଲାର ମୁମ୍ବାଇ ପୋଲିସ ଯାଞ୍ଚ କାଳରେ ଏଥିଲାଗି ହଟସଟସ୍ ଆପର ଉପଯୋଗ ହେଉଥିବା ଜଣାପଡିଥିଲା। ପରବର୍ତ୍ତି ଯାଞ୍ଚରୁ ଏଥିଲାଗି ରାଜକୁନ୍ଦ୍ରାଙ୍କ ଫ୍ରାମ ଭିଆନ୍ ର ବ୍ରିଟେନ ଫାର୍ମ କେନରିନ ମଧ୍ୟରେ ରାଜିନାମା ଥିବା ଜଣାପଡିଥିଲା। କେନରିନର ମାଲିକାନା ବ୍ରିଟେନରେ ରାଜ କୁନ୍ଦ୍ରାଙ୍କ ନିକଟ ସମ୍ପର୍କୀୟଙ୍କ ପାଖରେ ଥିଲା ହଟସଟସ୍‌ ଆପ୍‌ର ଉପଯୋଗ ପର୍ଣ୍ଣ କ୍ଲିପ ଅପଲୋଡ କରିବା ଲାଗି କରାଯାଉଥିଲା। କୁହାଯାଉଥିଲା ହଟସଟ୍‌ସ୍‌ର ମାଲିକାନା କେନରିନ ନିକଟରେ ଥିଲା ହେଲେ ବାସ୍ତବରେ ଭାରତରେ ଭିଆନ ହିଁ ଏହାର ଉପଯୋଗ କରୁଥିଲା।  ମାମଲାରେ ରାଜକୁନ୍ଦ୍ରାଙ୍କ ଛଡା କମ୍ପାନୀର ଆଇଟି ହେଡ୍ ରେୟାନ ଥୋରପେ ମଧ୍ୟ ଗିରଫ ହୋଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.