Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁଶାନ୍ତ କେସ୍: କୁଆଡେ ଗଲା ୧୫ କୋଟି ଟଙ୍କା ? ମାମଲା ରୁଜୁ କଲା ଇଡି, ମନି ଲଣ୍ଡ୍ରିଂର ହେବ ତଦନ୍ତ

31/07/2020 at 6:38 PM

ମୁମ୍ବାଇ ୩୧।୦୭: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଗତ କିଛି ଦିନ ହେବ ସିବିଆଇ ତଦନ୍ତ ଦାବି ଜୋର ଧରିଛି। ମାତ୍ର ମାମଲାର ସିବିଆଇ ତଦନ୍ତ ନହେଲେ ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲା ରୁଜୁ କରିଛି। ଇଡି ଏହି ପଦକ୍ଷେପ ସୁଶାନ୍ତ ସିଂହଙ୍କ ପିତା କେକେ  ସିଂହଙ୍କ ପାଟନାରେ ରୁଜୁ କରିଥିବା ଅଭିଯୋଗ ଆଧାରରେ ନେଇଛି। ସୁଶାନ୍ତଙ୍କ ବାପା ଦାବି କରିଛନ୍ତି ସୁଶାନ୍ତଙ୍କ ଆକାଉଣ୍ଟରେ ୧୭ କୋଟି ଟଙ୍କା ଥିଲା, ଏଥିରୁ ୧୫ କୋଟି ଟଙ୍କା ନେଣଦେଣ ହୋଇଛି।

ଉଲ୍ଲେଖଯୋଗ୍ୟ, ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ଗୋଟିଏ ଦିନ ପୂର୍ବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଟନା ପୋଲିସଠୁ କେକେ ସିଂହଙ୍କ ଏଫଆଇଆର କପି ମାଗିଥିଲେ। ଇଡି ଧନ ଶୋଧନ ରୋକଥାମ ଆଇନ(ପିଏମଏଲଏ) ଆଧାରରେ ସମ୍ଭାବିତ ଯାଞ୍ଚ ଉପରେ ଏବେ ଧ୍ୟାନ କେନ୍ଦ୍ରୀଭୂତ କରିଛି। ନିର୍ଦ୍ଦେଶାଳୟ ଏହାର ତଦନ୍ତ କରିବ ଯେ, ସୁଶାନ୍ତଙ୍କ ଅର୍ଥର ଦୁରୁପଯୋଗ କରାଯାଇ ନାହିଁ ତ।

ସୁଶାନ୍ତଙ୍କ ପିତାଙ୍କ ଅଭିଯୋଗ ଯେ, ରିୟା ନିଜର କ୍ୟାରିୟରକୁ ଗଢିବା ଉଦ୍ଦେଶ୍ୟରେ ୨୦୧୯ରେ ସୁଶାନ୍ତଙ୍କ ସହିତ ବନ୍ଧୁତା ବଢାଇଥିଲେ। ଅଧିକାରୀଙ୍କ କହିବା କଥା ସୁଶାନ୍ତ ସିଂହଙ୍କ ଅର୍ଥ ଓ ତାଙ୍କ ବ୍ୟାଙ୍କ ଖାତାର ଦୁରୁପଯୋଗ ହୋଇଛି କି ନାହିଁ ତାର ଯାଞ୍ଚ କରିବାକୁ ଚାହୁଁଛି। ଏଜେନ୍ସି ଏହାର ମଧ୍ୟ ଯାଞ୍ଚ କରିବ ଯେ, ସୁଶାନ୍ତଙ୍କ ଅର୍ଥର ଉପଯୋଗ କଳାକୁ ଧଳା କରିବାରେ କରାଯାଇ ନାହିଁ ତ।

   Related Posts