ଅନିଲ ଦେଶମୁଖଙ୍କ ଘରେ ରେଡ୍ : ଅର୍ଥ ହେରଫେର ମାମଲାରେ ଇଡିର ଚଢାଉ

Published By : Prameya-News7 Bureau | June 25, 2021 IST

ମୁମ୍ୱାଇ ୨୫/୬ : ଅର୍ଥ ହେରଫେର୍‌ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନାଗପୁରରେ ଥିବା ନିଜସ୍ବ ବାସଭବନରେ ଚଢାଉ କରିଛି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ । ଏହାପୂର୍ବରୁ (ସିବିଆଇ) ଏପ୍ରିଲରେ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ମୁମ୍ବାଇରେ ଥିବା ଦେଶମୁଖଙ୍କ ଘର ଏବଂ ତାଙ୍କ ନାଗପୁରରେ ଥିବା ତାଙ୍କ ନିଜସ୍ବ ବାସଭବନରେ ତଦନ୍ତ ଆରମ୍ଭ କରିଥିଲା ।

୧୦୦କୋଟି ଟଙ୍କାର ଦାବି ସମ୍ପର୍କରେ ସିବିଆଇର ତାଙ୍କ ବିରୋଧରେ ଏଫଆଇଆର ହେବାର କିଛି ସମୟ ପରେ ଇଡି ଦେଶମୁଖଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା । ଇଡି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶମୁଖ ଏବଂ ତାଙ୍କ ପୁଅଙ୍କ ସହଯୋଗୀମାନଙ୍କ ଉପରେ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟଙ୍କ ଉପରେ ଅନେକ ଚଢାଉ ଓ ସର୍ଚ୍ଚ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.