Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭାଇଙ୍କ ଘରେ ଇଡିର ଚଢ଼ାଉ : ଦେଶର ୧୩ଟି ସ୍ଥାନରେ ଛାନ୍‌ଭିନ୍, ସାର ଦୁର୍ନୀତି ଅଭିଯୋଗ

22/07/2020 at 4:47 PM

ଯୋଧପୁର ୨୨/୦୭ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କ ବଡ ଭାଇ ଅଗ୍ରସେନ ଗେହଲତଙ୍କ ଘର ଓ ଦୋକାନରେ ପ୍ରବର୍ତ୍ତନ ନିର୍ଦେଶାଳୟର ଚଢ଼ାଉ କରିଛି | ସାରା କଳାବଜାରୀ କରିବା ଏବଂ କଥିତ ଭାବେ ବିଦେଶ ପଠାଇ ରୋଜଗାର କରିବା ଆରୋପରେ ପ୍ରବର୍ତ୍ତନ ନିର୍ଦେଶାଳୟ ଚଢ଼ାଉ କରିଛି | ଦେଶରେ ପାଖାପାଖି ୧୨ରୁ ଅଧିକ ଜାଗାରେ ଇଡି ଚଢ଼ାଉ କରିଛି | ଚଢ଼ାଉ ବେଳେ ଅନେକ ଦସ୍ତାବିଜ ମିଳିଥିବା ଦାବି କରାଯାଉଛି | ୬୦ କୋଟି ଟଙ୍କା ଘୋଟାଲା ହୋଇଥିବା କୁହାଯାଇଛି | 

ଇଡି ସୂତ୍ର ଅନୁଯାୟୀ, ମାମଲା ୨୦୦୭ ରୁ ୨୦୦୯ ମସିହା ମଧ୍ୟର, ଯେତେବେଳେ ମନମୋହନ ସିଂହଙ୍କ ସରକାର କେନ୍ଦ୍ରରେ ଥିଲେ | ସେତେବେଳେ ଅଶୋକ ଗେହଲତଙ୍କ ଭାଇ ଅଗ୍ରସେନ ଗେହଲତଙ୍କ ପାଖରେ ଚାଷୀଙ୍କୁ ବିକ୍ରି ହେଉଥିବା ପଟାସ ସାର ବିକ୍ରି ଲାଇସେନ୍ସ ଥିଲା | ଏହି ପଟାସ ସାର ଚାଷୀଙ୍କୁ କମ ଦାମରେ ଦିଆଯାଉଥିଲା | ଅଭିଯୋଗ ହୋଇଛି ଯେ ସମସ୍ତ ଆଇନ କାନୁନକୁ ସାଇଡ କରି ଅଗ୍ରସେନ ଗେହଲତ ଏକ ଷଡଯନ୍ତ୍ର ରଚିଥିଲେ ଓ ପଟାସ ସାର କଳାବଜାରୀ କରିଥିଲେ |

୨୦୧୩-୧୪ ମସିହାରେ ଏହି ଦୁର୍ନୀତି ମାମଲାରେ ଡିଆରଆଇ ଓ କଷ୍ଟମ ବିଭାଗ ଜାଣିବାକୁ ପାଇଥିଲା | ଏହାପରେ ମାମଲାର ଯାଞ୍ଚ ଆରମ୍ଭ ହୋଇଥିଲା | ଅଗ୍ରସେନ ଗେହଲତଙ୍କ ଉପରେ ୫ କୋଟି ଟଙ୍କାରୁ ଅଧିକ ଜରିମାନା ଲଗାଯାଇଥିଲା | ୨୦୧୭-୧୮ ମସିହାରେ ମାମଲାର ଫାଇଲ ମଗାଇ ଇଡି ତଦନ୍ତ ଆରମ୍ଭ କରିଥିଲା | ପ୍ରାରମ୍ଭିକ ତଦନ୍ତରେ ଅଗ୍ରସେନ ଗେହଲତ ଓ ଅନ୍ୟମାନଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୂଜୁ କରାଯାଇ ଚଢ଼ାଉ ହୋଇଥିଲା |

ଏହି ମାମଲାରେ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କ ବୟାନ ଅଗ୍ରସେନ ଗେହଲତଙ୍କ ତଣ୍ଟିର ହାଡ ଭଳି ପ୍ରମାଣିତ ହୋଇଛି | ଅଗ୍ରୱାଲ ନିଜ ବୟାନରେ କହିଛନ୍ତି ଯେ ତାଙ୍କ କମ୍ପାନୀ ଜରିଆରେ ନକଲି ଦସ୍ତାବିଜ ଆଧାରରେ ସାର ପଠାଯାଉଥିଲା | ତାଙ୍କ ନାଁରେ ଯେଉଁ କମ୍ପାନୀ ହୋଇଥିଲା ଏବଂ ଯେଉଁ କମ୍ପାନୀ ଜରିଆରେ ସାର ବାହାରକୁ ପଠାଯାଉଥିଲା ସେହି କମ୍ପାନୀ ସହିତ ତାଙ୍କର କୌଣସି ଲେନଦେନ ନଥିଲା | ତାଙ୍କର ଆର୍ଥିକ ସ୍ଥିତି ଭଲା ନଥିଲା | ସେଥିପାଇଁ ସେ କମ୍ପାନୀ କରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ | କମ୍ପାନୀ ବଦଳରେ ତାଙ୍କୁ ପ୍ରତି ମାସରେ ଅଧିକ ଟଙ୍କା ଦିଆଯାଉଥିଲା | ଇଡି ଅନୁଯାୟୀ, ବୁଧବାର ଦିନ କୋଲକାତା, ଗୁଜରାଟ, ଦିଲ୍ଲୀ ଓ ରାଜସ୍ଥାନର ଅନେକ ସ୍ଥାନରେ ଚଢ଼ାଉ ହୋଇଛି | ମୋଟ ୧୩ଟି ସ୍ଥାନରେ ଚଢ଼ାଉ ହୋଇଛି | ଏଥିରେ ଅଗ୍ରସେନଙ୍କ ଜୟପୁର ଓ ଯୋଧପୁର ଘର ମଧ୍ୟ ସାମିଲ ଅଛି | କୋଲକାତାର ଏକ ଫାର୍ମରେ ମଧ୍ୟ ଚଢ଼ାଉ ହୋଇଥିଲା | ଦୁର୍ନୀତି ଟଙ୍କା କେଉଁଠାରେ ଖର୍ଚ୍ଚ ହୋଇଛି ତାର ତଦନ୍ତ ଜାରି ରହିଛି | ଏ ସମ୍ପର୍କରେ ସୂଚନା ମିଳିବା ପରେ ସେହି ସବୁ ସମ୍ପତ୍ତି ଜବତ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବ ବୋଲି ଇଡି କହିଛି |

   Related Posts