YES ବ୍ୟାଙ୍କ ତନାଘନା : ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ଘରେ ED ରେଡ୍, ବିଦେଶ ଗସ୍ତ ଉପରେ ପ୍ରତିବନ୍ଧକ !

Published By : Prameya-News7 Bureau | March 07, 2020 IST

ମୁମ୍ବାଇ ୦୭।୦୩: ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି। ବ୍ୟାଙ୍କର କାଗଜପତ୍ର ଯାଞ୍ଚ କରିଛି ଇଡି । ସୂଚନା ଅନୁଯାୟୀ ରାଣା କପୁରଙ୍କ ବିରୋଧରେ ଲୁକ୍‌ଆଉଟ ନୋଟିସ ଜାରି କରାଯାଇଛି । ତଦନ୍ତ ନସରିବା ପର୍ଯ୍ୟନ୍ତ ରାଣା କପୁର ଦେଶ ବାହାରକୁ ଯାଇ ପାରିବେ ନାହିଁ।

wp:core-embed/twitter {"url":"https://twitter.com/ANI/status/1236010271035895809","type":"rich","providerNameSlug":"twitter","className":""}
https://twitter.com/ANI/status/1236010271035895809
/wp:core-embed/twitter

 ବେଆଇନ ଭାବରେ ଋଣ ଦେବା ଏବଂ ଏହାକୁ ଆଦାୟ କରିବା ଲାଗି ନିଜ ହିସାବରେ ରାଣା କପୁର ନିୟମ ବନାଇଥିବା ଅଭିଯୋଗ ହୋଇଛି । ବ୍ୟକ୍ତିଗତ ଭାବରେ ନିଜର ପରିଚିତି ଥିବା ଲୋକଙ୍କୁ ମନଇଚ୍ଛା ଋଣ ଦିଆଯାଇଛି । ୨୦୧୭ରେ ୬ହଜାର ୩୫୫କୋଟି ଟଙ୍କାକୁ ବ୍ୟାଙ୍କ ବ୍ୟାଡ୍ ଲୋନ୍ ତାଲିକାଭୁକ୍ତ କରିବା ପରଠୁ ଆର୍ଥିକ ସଂକଟ ଆରମ୍ଭ ହୋଇ ଯାଇଥିଲା । ୨୦୧୮ରେ ବ୍ୟାଙ୍କର ବାଲାନସ୍ ସିଟ୍  ହେରଫେର କରିବା ଭଳି ରାଣା କପୁରଙ୍କ ଉପରେ ସଂଗୀନ ଅଭିଯୋଗ ହୋଇଥିଲା ।

{"id":234142,"sizeSlug":"large"}

ଏହାପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ତାଙ୍କୁ ଚେୟାରମ୍ୟାନ ପଦବୀରୁ ହଟାଇ ଦେଇଥିଲା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ୟେସ୍ ବ୍ୟାଙ୍କର ଏହି ଆର୍ଥିକ ଦୁଃସ୍ଥିତି ପାଇଁ କେଉଁମାନେ ବ୍ୟକ୍ତିଗତ ଭାବରେ ଦାୟୀ ତାର ଖୋଳତାଡ କରାଯିବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଜରୁରୀକାଳୀନ ସ୍ଥିତିରେ RBI ଉଚିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.