୧୧୩ କୋଟି ଟଙ୍କା ଦୁର୍ନୀତି ମାମଲାରେ ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ପଚରାଉଚୁରା କରୁଛି ଇଡି

Published By : Prameya-News7 Bureau | October 19, 2020 IST

ନୂଆଦିଲ୍ଲୀ ୧୯/୧୦ : ନ୍ୟାସନାଲ କନ୍ଫରେନ୍ସ ସାଂସଦ ଓ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ପ୍ରବର୍ତନ ନିର୍ଦେଶାଳୟ ସୋମବାର ଦିନ ପଚରାଉଚୁରା କରୁଛି। ତାଙ୍କ ଉପରେ ୧୧୩ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ରହିଛି। ଶ୍ରୀନଗରରେ ଇଡି ପଚରାଉଚୁରା କରୁଛି। ଏହି ମାମଲା ୨୦୧୨ ମସିହାରେ ଜାମ୍ମୁ କାଶ୍ମୀର କ୍ରିକେଟ ଆସୋସିଏସନରେ ୧୧୩ କୋଟି ଟଙ୍କା ଦୁର୍ନୀତି ମାମଲା ସହ ଜଡିତ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ୨୦୦୨ ମସିହାରୁ ୨୦୧୧ ଡିସେମ୍ବର ମଧ୍ୟରେ ଜେକେସିଏକୁ ଏହି ଟଙ୍କା ଟ୍ରାନ୍ସଫର କରିଥିଲା। କିନ୍ତୁ ଏହି ଫଣ୍ଡକୁ ହଡପ କରାଯାଇଥିବା ଅଭିଯୋଗ ହୋଇଛି। ୨୦୧୭ ମସିହା ମାର୍ଚ୍ଚ ୯ ତାରିଖରେ ହାଇକୋର୍ଟ ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରି କହିଥିଲେ ଯେ ପୋଲିସ ମାମଲାର ତଦନ୍ତ ସଠିକ ଭାବେ କରୁନାହିଁ ଏବଂ ବିଶ୍ୱସନୀୟତାର ଅଭାବ ରହିଛି।

ଏହା ପୂର୍ବରୁ ୨୦୧୯ ମସିହା ଅଗଷ୍ଟରେ ଇଡି ଫାରୁକ ଅବଦୁଲ୍ଲାଙ୍କୁ ପ୍ରଶ୍ନ କରିଥିଲା। ଚଳିତ ବର୍ଷ ଆରମ୍ଭରେ ଫାରୁକଙ୍କୁ ଗୃହବନ୍ଦୀରୁ ମୁକ୍ତ କରାଯାଇଥିଲା। ଏହାପରେ ତାଙ୍କ ପୁଅ ଉମର ଅବଦୁଲ୍ଲା ଓ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ମଧ୍ୟ ମୁକ୍ତ କରାଯାଇଥିଲା।

{"id":347057,"sizeSlug":"large"}
Former CM of J&K and National Conference leader Farooq Abdullah leaves from Enforcement Directorate office, in Chandigarh. He was being questioned in connection with Jammu & Kashmir Cricket Association (JKCA) irregularity scam case.

ଏହି ଦୁର୍ନୀତି ମାମଲା ୨୦୧୨ ମସିହାରେ ସାମ୍ନାକୁ ଆସିଥିଲା। ଆର୍ଥିକ ଦୁର୍ନୀତି ସହ ଜଡିତ ପାଖାପାଖି ୫୦ ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଇଡି ଜେକେସିଏ ଫଣ୍ଡ ହଡପ ମାମଲା ସହ ଜଡିତ ମନି ଲଣ୍ଡ୍ରିଙ୍ଗ ମାମଲାରେ ୨.୬ କୋଟି ଟଙ୍କାର ସମ୍ପତ୍ତି ଆଟାଚ କରିଛି।

ଇଡି ମାମଲା କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ସିବିଆଇ ଏଫଆଇଆର ଉପରେ ଆଧାରିତ। ତଦନ୍ତ ପରେ ଯାଞ୍ଚ ଏଜେନ୍ସି ଜେକେସିଏର ପୂର୍ବତନ ପଦାଧିକାରୀଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲେ। ୨୦୦୨-୨୦୧୧ ମଧ୍ୟରେ ରାଜ୍ୟରେ ଖେଳକୁ ପ୍ରୋତ୍ସାହନ ଦେବାକୁ ଆସୋସିଏସନ ଅଫ କଣ୍ଟ୍ରୋଲ ଫର ଇଣ୍ଡିଆ ଦ୍ୱାରା ଦିଆଯାଇଥିବା ଅନୁଦାନରୁ ୪୩.୬୯ କୋଟି ଟଙ୍କା ହେରଫେର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.