Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଦିଦିଙ୍କ ପୁତୁରା ଅଭିଷେକଙ୍କୁ ୮ ଘଣ୍ଟା ଜେରା କଲା ଇଡି, ଫେରିବା ପରେ ଏମିତି କହିଲେ ଟିଏମସି ସାଂସଦ

6/09/2021 at 10:48 PM

ନୂଆଦିଲ୍ଲୀ ୬/୦୯: ଅଭିଷେକ ବାନାର୍ଜୀଙ୍କୁ ୮ ଘଣ୍ଟା ଜେରା କଲା ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସିର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ କୋଇଲା ଦୁର୍ନୀତି ମାମଲାରେ ଜଡ଼ିତ ମନି ଲଣ୍ଡରିଂ କେସ୍‌ରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ୮ ଘଣ୍ଟା ପଚରା ଉଚରା କରିଛି। ଜେରା ପରେ ଅଭିଷେକ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି। ଯିଏ ବିଜେପି ସହିତ ଲଢ଼ୁଛି ତାକୁ ଏମିତି ପ୍ରତାରିତ କରାଯାଉଛି ବୋଲି ସେ କହିଛନ୍ତି।

ଇଡିର ଜେରା ପରେ ସେ କହିଛନ୍ତି, ଯଦି ମୋ ବିରୋଧରେ ୧୦ ପଇସାର ନେଣ ଦେଣ ନେଇ କୌଣସି ପ୍ରମାଣ ଅଛି ତେବେ ଫାଶୀରେ ଚଢ଼ାଇ ଦିଅ। ମୁଁ ପ୍ରସ୍ତୁତ ଅଛି। ଯଦି କୌଣସି ପ୍ରମାଣ ଅଛି ତେବେ ଲୋକଙ୍କ ସାମ୍ନାକୁ ଆଣ। ବିଜେପିକୁ ଲାଗୁଛି ଟିଏମସି ଅନ୍ୟ ଦଳ ଭଳି ଭୟ କରିଯିବ। ଆପଣଙ୍କୁ ଯାହା କରିବାର ଅଛି କର। ଯେଉଁ ରାଜ୍ୟରେ ବିଜେପି ଶାସନରେ ଅଛି ଟିଏମସି ନିଶ୍ଚିତ ଯିବ। ଯାହା କରିବା କଥା କରନ୍ତୁ ୨୦୨୪ରେ ଆପଣଙ୍କୁ ଟିଏମସି ହରାଇବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ଅଭିଷେକ।

ଏହା ସହ ସେ ପୁଣି ଥରେ ଦାବି କରିଛନ୍ତି, ବିଜେପି ବିଧାୟକ ତାଙ୍କ ସମ୍ପର୍କରେ ଅଛନ୍ତି। ୨୫ ବିଧାୟକ ଲାଇନ୍‌ରେ ଅଛନ୍ତି କିନ୍ତୁ ଆମେ ସାମିଲ କରୁନାହୁଁ ବୋଲି ଦିଦିଙ୍କ ପୁତୁରା ଅଭିଷେକ ବାନାର୍ଜୀ କହିଛନ୍ତି। ଅଭିଷେକ ବାନାର୍ଜୀ ଡାଇମଣ୍ଡ ହାର୍ବରରୁ ଟିଏମସି ସାଂସଦ ଅଛନ୍ତି ।

   Related Posts