Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ପେଗାସସ ତାଲିକାରେ ଇଡି ଅଫିସର, ବିଏସଏଫର ପୂର୍ବତନ ଡିଜି ଓ କେଜ୍ରିଓ୍ଵାଲଙ୍କ ସହଯୋଗୀଙ୍କ ନାମ

26/07/2021 at 4:19 PM

ନୂଆଦିଲ୍ଲୀ ୨୬।୦୭: ପେଗାସସ ଫୋନ ଟ୍ୟାପ୍ ମାମଲା ସାରା ଦେଶରେ ଚହଳ ପକାଇଛି। ଦେଶର ଅନେକ ବିଶିଷ୍ଟ ଲୋକଙ୍କ ଫୋନ ଟ୍ୟାପ୍‌କୁ ନେଇ ବିରୋଧୀ ଦଳ ସରକାରଙ୍କୁ କାଠଗଡାରେ ଛିଡା କରାଇଛନ୍ତି। ଏହି କ୍ରମରେ ବଡ ସୂଚନା  ଆସିଛି ଯେ, ବିଏସଏଫର ପୂର୍ବତନ ମହାନିର୍ଦ୍ଦେଶକ କେକେ ଶର୍ମା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର  ବରିଷ୍ଠ ଅଧିକାରୀ ରାଜେଶ୍ଵରୀ ସିଂହ ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ  କେଜ୍ରିଓ୍ଵାଲଙ୍କ ପୂର୍ବତନ ସହଯୋଗୀ ଏକେ ଜୈନଙ୍କ ନାମ ମଧ୍ୟ ପେଗାସସ ଫୋନ ଟ୍ୟାପ୍ ତାଲିକାରେ ସାମିଲ ଥିଲା।

ଦ ଓୟାରରେ ସୋମବାର ପ୍ରକାଶିତ ନୂତନ ରିପୋର୍ଟ ଅନୁଯାୟୀ, ଏହି ଲୋକଙ୍କ ଫୋନ ନମ୍ବର ଗୁଇନ୍ଦାଗିରି ତାଲିକାରେ ସାମିଲ ଥିଲା। କେବଳ ଏତିକି ନୁହେଁ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଓ୍ଵିଙ୍ଗ ଅର୍ଥାତ RAWର ପୂର୍ବତନ ଅଧିକାରୀ ଓ ପିଏମଓର ଜଣେ ଅଧିକାରୀଙ୍କ ନାମ ମଧ୍ୟ ଏଥିରେ ସାମିଲ ଥିଲା। ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ସେନାର ଦୁଇ ଜଣ କର୍ଣ୍ଣେଲଙ୍କୁ ମଧ୍ୟ ଫୋନ ଟ୍ୟାପ୍‌ ତାଲିକାରେ ସାମିଲ୍ କରାଯାଇଥିଲା। ଏସବୁ ତଥ୍ୟ ସାମ୍ନାକୁ ଆସିବା ପରେ ଏଥିରେ ସରକାରଙ୍କ ଅଡୁଆ ଆହୁରି ବଢିପାରେ ବୋଲି କୁହାଯାଉଛି।

ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ପେଗାସସ୍ ସଫ୍ଟଓ୍ଵେର ମାଧ୍ୟମରେ ମୋଟ୍ ୫୦ ହଜାର ଫୋନ ନମ୍ବରର  ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହି ଡାଟାବେସ୍‌ ବିଷୟରେ ସର୍ବ ପ୍ରଥମେ ଫ୍ରାନ୍ସର ଏକ ଅଣଲାଭକାରୀ ସଂସ୍ଥାକୁ ମିଳିଥିଲା। ଏହି ସଂସ୍ଥା ହିଁ ଭାରତ ସମେତ ୧୦ ଦେଶର ଗଣମାଧ୍ୟମ ସଂସ୍ଥାକୁ ଅବଗତ କରାଇଥିଲା। ଏହି ତାଲିକାରେ ସାମିଲ ନମ୍ବରର ବ୍ୟବହାର କରୁଥିବା ୬୭ ଡିଭାଇସେସ୍‌ର ଏମନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ ବିଶ୍ଳେଷଣ କରାଯାଇଥିଲା। ଏହା ପରେ ମାମଲାର ଗମ୍ଭୀରତା ସାମ୍ନାକୁ ଆସିଥିଲା।

   Related Posts