ସାରଥୀଙ୍କ ବାରିମୂଳ ଆଶ୍ରମରେ ଝୁଲିଲା ନୋଟିସ୍, ଅନଧିକୃତ ପ୍ରବେଶ ଉପରେ କଟକଣା

Published By : Prameya-News7 Bureau | July 27, 2019 IST

କେନ୍ଦ୍ରାପଡା ୨୭|୭: ଆତ୍ମଘୋଷିତ ବାବା ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଆଶ୍ରମରେ ଝୁଲିଲା ନୋଟିସ୍ । କେନ୍ଦ୍ରାପଡ଼ା ସ୍ଥିତ ବାରିମୂଳ ଆଶ୍ରମରେ ନୋଟିସ୍ ଝୁଲାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ନେଟିସ୍ ରେ ଅନଧିକୃତ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଇଡିର ଯୁଗ୍ମ ନିର୍ଦ୍ଦେଶକ ଏହି ନୋଟିସ୍ ଲଗାଇଛନ୍ତି । ବାରିମୂଳ ଆଶ୍ରମର ସଂପତ୍ତି ତାଲିକା ମଧ୍ୟ ନୋଟିସ୍ ରେ ରହିଛି ।

ସୂଚନାଯୋଗ୍ୟ ଯେ, ଜୁଲାଇ୨୫ତାରିଖରେ ଜାମିନ ପାଇ ଚୌଦ୍ବାର ସେଣ୍ଟ୍ରାଲ ଜେଲରୁ ମୁକୁଳିଥିଲେ ଆତ୍ମଘୋଷିତ ଭଗବାନ ସନ୍ତୋଷ ରାଉଳ ଓରଫ ସାରଥି । ୨ ଜଣ ଜାମିନଦାର ଓ ୨ ଲକ୍ଷ ଟଙ୍କା ବେଲ ବଣ୍ଡ ବଦଳରେ ସାରଥିଙ୍କୁ ଜୁଲାଇ ୨୨ ତାରିଖ ଦିନ କୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ । ପ୍ରାୟ ୪ ବର୍ଷ ପୂର୍ବେ ସାରଥୀଙ୍କୁ ମହିଳାଙ୍କୁ ଅସଦାଚରଣ ସମେତ ୩ଟି ମାମଲାରେ ଗିରଫ କରାଯାଇଥିବା ବେଳେ ସେ ଜେଲରେ ବନ୍ଦୀ ଥିଲେ।

ଜେଲରୁ ମୁକୁଳିବା ଲାଗି ଗତ ଗୁରୁବାର ତାଙ୍କର ଜାମିନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦଶାନୁସାରେ ନିମ୍ନ ଅଦାଲତ ଅର୍ଥାତ କେନ୍ଦ୍ରାପଡା ଏସଡିଜେଏମଙ୍କ କୋର୍ଟରେ ସାରଥିଙ୍କ ବେଲ ବଣ୍ଡ ଦାଖଲ କରାଯାଇଥିଲା। କୋର୍ଟରେ ୨ ଜଣ ପରିଚିତ ମିଶ୍ର ଓ ପ୍ରଶାନ୍ତ କୁମାର ଦାସ ଜାମିନଦାର ପଡିଥିବା ବେଳେ ୨ଲକ୍ଷ ଟଙ୍କା ମୂଲ୍ୟର ଭୂସମ୍ପତ୍ତି  କାଗଜପତ୍ର ଦାଖଲ ହୋଇଥିଲା।   ତେବେ ଏସଡିଜେଏମଙ୍କ କୋର୍ଟ ଜାମିନ ମଞ୍ଜୁର କରିବା ପୂର୍ବରୁ ସାରଥିଙ୍କ ଲାଗି ପାଇଁ ପୁଣି ସର୍ତ୍ତ ନିର୍ଦ୍ଧାରଣ କରିଥିଲେ। ଏଥିରେ କୋର୍ଟ ମାମଲା ନସରିବା ପର୍ଯ୍ୟନ୍ତ ସାରଥିଙ୍କୁ ବିନାନୁମତିରେ ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି। ଏସଡିଜେଏମଙ୍କ କୋର୍ଟରେ ଜାମିନ ପ୍ରକ୍ରିୟା ସରିବା ପରେ ତାଙ୍କୁ ଚୌଦ୍ୱାର  ଜେଲରୁ ମୁକ୍ତ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.