Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଇଡି ସାମ୍ନାରେ ହାଜର ହେବେ ଅନିଲ ଦେଶମୁଖଙ୍କ ପୁଅ ! ଝୁଲୁଛି ଗିରଫଦାରୀର ଖଣ୍ଡା

5/11/2021 at 8:38 AM

ମୁମ୍ବାଇ ୦୫।୧୧ :  ଦାଦାବଟି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ହେପାଜତକୁ ନେଇଛି । ଏବେ ମନି ଲଣ୍ଡରିଂ ମାମଲାରେ ତାଙ୍କ ପୁଅ ହୃଷିକେଶ ଦେଶମୁଖଙ୍କ ଉପରେ ଗିରଫଦାରୀର ଖଣ୍ଡା ଝୁଲୁଛି । ଇଡି ତାଙ୍କ ପୁଅଙ୍କୁ ଜେରା ପାଇଁ ସମନ ଜାରି କରିଛି । ତାଙ୍କୁ ଶୁକ୍ରବାର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି ।  

ଇଡିର କହିବାନୁସାରେ, ନିଲମ୍ବିତ ହୋଇଥିବା ପୋଲିସ ଅଧିକାରୀ ସଚିନ ଓ୍ୱାଜେ ମୁମ୍ବାଇର ବିଭିନ୍ନ ବାର ମାଲିକଙ୍କଠୁ ସାଢେ ୪ କୋଟି ଟଙ୍କା ବଟି ନେଇଥିବା ଅଭିଯୋଗ ହୋଇଥିଲା । ଏହି ଟଙ୍କା ଅନିଲ ଦେଶମୁଖଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଦିଆଯାଇଥିଲା । ଏଥିରେ ଆଉ ୨ ବ୍ୟକ୍ତି ସୁରେନ୍ଦ୍ର କୁମାର ଜୈନ ଓ ବିରେନ୍ଦ୍ରେ କୁମାର ଜୈନଙ୍କ ସଂପୃକ୍ତି ରହିଛି । ସେମାନେ ଟଙ୍କାକୁ ନାଗପୁରର ଏକ ଶିକ୍ଷାନୁଷ୍ଠାନକୁ ଦାନ ରୂପେ ପ୍ରଦାନ କରିଥିଲେ । ଯାହା ଦେଶମୁଖ ପରିବାର ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।

ଜୈନ ବନ୍ଧୁ ଦ୍ୱୟ ହୃଷିକେଶଙ୍କ ନିର୍ଦ୍ଦେଶରେ ଏପରି କରିଥିବା ଇଡି ସନ୍ଦେହ କରୁଛି । ତେଣୁ ଏଜେନ୍ସି ହୃଷିକେଶଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଛି । ତାଙ୍କୁ ଓ ପିତାଙ୍କୁ ସାମ୍ନାସାମ୍ନି ଜେରା କରାଯିବ । ତେବେ ହୃଷିକେଶଙ୍କୁ ଗିରଫ କରାଯିବ ନା ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ । ଏହା ଇଡି ହିଁ ସ୍ଥିର କରିବ ।

ସୂଚନାଯୋଗ୍ୟ, ପୂର୍ବରୁ ହୃଷିକେଶଙ୍କୁ ଏଜେନ୍ସି ୨ ଥର ସମନ ଜାରି କରିଥିଲା । କିନ୍ତୁ ସେ ଇଡି ସାମ୍ନାରେ ଉପସ୍ଥିତ ହୋଇନଥିଲେ । ତେବେ ଅନିଲ ଦେଶମୁଖଙ୍କୁ ୧୨ ଘଣ୍ଟାର ଜେରା ପରେ ଗିରଫ କରାଯାଇଥିଲା ।

   Related Posts